ଘରୁ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ଘରୁ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

deadbody

କେନ୍ଦୁଝର(ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ରୁଙ୍ଗଟା ଖଣି ଅଫିସର୍ସ କଲୋନୀ ସ୍ଥିତ ଏକ ଘରୁ ସ୍ୱାମୀସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ସୁଜିତ୍ ହେମ୍ବ୍ରମ୍‌ ଓ ତାଙ୍କ ସ୍ତ୍ରୀ।

ସୁଜିତ୍‌ ରୁଙ୍ଗଟା କମ୍ପାନୀରେ ମେକାନିକାଲ୍‌ ଇଞ୍ଜିନିୟର୍‌ ଭାବେ କାମ କରୁଥିଲେ। ଆଜି ସକାଳେ କୌଣସି କାମ ପାଇଁ ତାଙ୍କର ଜଣେ ସହକର୍ମୀ ତାଙ୍କୁ ଫୋନ୍ କରିଥିଲେ। ହେଲେ ସୁଜିତ୍ ଫୋନ୍ ନ ଉଠାଇବାରୁ ସେ ତାଙ୍କ ଘରକୁ ଆସିଥିଲେ। ହେଲେ ସେ ସେଠାରେ ସୁଜିତ୍‌ ଓ ତାଙ୍କ ସ୍ତ୍ରୀଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।

ପାରିବାରିକ କଳହରୁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ପୁଲିସ୍ ତଦନ୍ତ ପରେ ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିବ।



from Odisha Reporter https://ift.tt/2QJHdvh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages