ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ୫୮୩ କୋଟିପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ୫୮୩ କୋଟିପତି

kamini

ନୂଆଦିଲ୍ଲୀ: ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ଆସନ ପାଇଁ ଡିସେମ୍ୱର ୭ ତାରିଖରେ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ଯେତେ ଜଣ ପ୍ରାର୍ଥୀ ହୋଇଛନ୍ତି, ସେମାନଙ୍କ ମଧ୍ୟରେ ୫୮୩ ଜଣ କୋଟିପତି ଅଛି। ସେମାନଙ୍କ ମଧ୍ୟରେ ବିଜେପି ଓ କଂଗ୍ରେସ ସମେତ ମୋଟ ୩୬ଟି ରାଜନୈତିକ ଦଳର ପ୍ରାର୍ଥୀ ଅଛନ୍ତି। ଶାସକ ବିଜେପି ପକ୍ଷରୁ ସର୍ବାଧିକ ୧୫୨ ଜଣ କୋଟିପତି ପ୍ରାର୍ଥୀ ଥିବା ବେଳେ କଂଗ୍ରେସ ବି ପଛରେ ପଡ଼ିନି। କଂଗ୍ରେସ ୧୪୧ ଜଣ କୋଟିପତିଙ୍କୁ ପ୍ରାର୍ଥୀ କରିଛି।

ନିର୍ବାଚନ ଉପରେ ନଜର ରଖୁଥିବା ବେସରକାରୀ ସଂସ୍ଥା ଆସୋସିଏସନ୍‌ ଫର୍‌ ଡେମକ୍ରାଟିକ୍‌ ରିଫର୍ମ (ଏଡିଆର୍‌) ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି। ନାମାଙ୍କନପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ଯେଉଁ ସତ୍ୟପାଠ ଦେଇଛନ୍ତି, ତା’ରି ଆଧାରରେ ଏଡିଆର୍ ଏହି ତଥ୍ୟ ପ୍ରଦାନ କରିଛି।

ଏହି ତଥ୍ୟ ଅନୁଯାୟୀ, ଜମିନ୍ଦାର ପାର୍ଟିର କାମିନୀ ଜିନ୍ଦଲ ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ। ତାଙ୍କ ସମ୍ପତ୍ତିର ମୂଲ୍ୟ ୨୮୭ କୋଟି ଟଙ୍କା। ୨୦୧୩ରେ ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ଓ ଜିତିଥିଲେ। ଦ୍ୱିତୀୟ ସ୍ଥାନରେ ଅଛନ୍ତି କଂଗ୍ରେସର ପ୍ରାର୍ଥୀ ପରସରାମ ମାରେଦିୟା। ତାଙ୍କ ସମ୍ପତ୍ତିର ମୂଲ୍ୟ ୧୭୨ କୋଟି ଟଙ୍କା। ତୃତୀୟ ସ୍ଥାନରେ ଅଛନ୍ତି ବିଜେପି ବିଧାୟକ ତଥା ଆଶାୟୀ ପ୍ରାର୍ଥୀ ପ୍ରେମ ସିଂହ ବାଜୌର। ତାଙ୍କ ସମ୍ପତ୍ତିର ମୂଲ୍ୟ ୧୪୨ କୋଟି ଟଙ୍କା ରହିଛି। ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ସ୍ୱାଧୀନ ପ୍ରାର୍ଥୀ ଓମ୍‌ ବିଶ୍‌ନୋଈ।

ଏଡିଆର୍‌ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ଗତ ନିର୍ବାଚନ ବେଳେ କାମିନୀ ଜିନ୍ଦଲଙ୍କ ସମ୍ପତ୍ତିର ମୂଲ୍ୟ ୧୯୮ କୋଟି ଟଙ୍କା ଥିଲା। ଏହା ଏବେ ୨୮୭ କୋଟି ଟଙ୍କାରେ ପହଞ୍ଚିଛି। ସେହିଭଳି ପ୍ରେମ ସିଂହ ବାଜୌରଙ୍କ ସମ୍ପତ୍ତିର ମୂଲ୍ୟ ୮୭ କୋଟି ଟଙ୍କା ଥିଲା। ଏବେ ଏହା ୧୪୨ କୋଟି ଟଙ୍କା ହୋଇଛି। କଂଗ୍ରେସ ବିଧାୟକ ବିଶ୍ୱବେନ୍ଦ୍ରଙ୍କ ସମ୍ପତ୍ତିର ମୂଲ୍ୟ ୧୧୮ କୋଟି ଟଙ୍କା ଥିଲା। ଏବେ ଏହା ହ୍ରାସ ପାଇ ୯୫ କୋଟି ଟଙ୍କା ହୋଇଛି।

ସୂଚନାଯୋଗ୍ୟ, ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ଏବେ ୧୪୧ ଜଣ ବିଧାୟକ ହେଉଛନ୍ତି କୋଟିପତି। ବିଧାୟକଙ୍କ ଦ୍ୱାରା ଦିଆଯାଇଥିବା ସମ୍ପତ୍ତିର ମୂଲ୍ୟ ଓ ଏଡିଆର ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ବିଜେପିର ୧୫୭ ଜଣ ବିଧାୟକଙ୍କ ମଧ୍ୟରୁ ୧୧୫ ଜଣ କୋଟିପତି।



from Odisha Reporter https://ift.tt/2DUer4p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages