
ମେଲବର୍ଣ୍ଣ: ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍ରେ ଅଷ୍ଟ୍ରେଲିଆ ୧୫୧ ରନ୍ରେ ଆଣ୍ଠେଇବା ପରେ ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିବା ଭାରତୀୟ ଦଳକୁ ଜୋରଦାର ଝଟକା ଲାଗିଛି। ଦଳର ଚାରି ଜଣ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଲାଗଲାଗ ଆଉଟ୍ ହୋଇଯାଇଛନ୍ତି।
ଆଜି ଅଷ୍ଟ୍ରେଲିଆ ଅଲ୍ ଆଉଟ୍ ହୋଇଯିବା ପରେ ପ୍ରଥମ ପାଳିରେ ୨୯୨ ରନ୍ର ଅଗ୍ରଣୀ ଲାଭ କରିଥିବା ଭାରତୀୟ ଦଳ ତା’ର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଥିଲା। ନବାଗତ ହନୁମା ବିହାରୀ ଓ ମୟଙ୍କ ଅଗ୍ରୱାଲ୍ ପାଳି ଆରମ୍ଭ କରିଥିଲେ।
୧୨.୬ ଓଭରରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ପ୍ୟାଟ୍ କମିନ୍ସଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ ହନୁମା ବିହାରୀ। ସେ ମାତ୍ର ୧୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ୧୪.୨ ଓଭରରେ ପ୍ୟାଟ୍ଙ୍କ ଶିକାର ହୋଇଥିଲେ ଚେତେଶ୍ୱର ପୂଜାରା। ପୂଜାରା ଖାତା ଖୋଲି ପାରି ନଥିଲେ। ସେହିଭଳି ୧୪.୬ ଓଭରରେ କୋହଲି ଆଉଟ୍ ହୋଇଯାଇଥିଲେ। ସେ ବି ଖାତା ଖୋଲି ପାରି ନଥିଲେ। ଏ ଦୁହେଁ ମାର୍କସ୍ ହ୍ୟାରିସ୍ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
୧୬ତମ ଓଭରରେ ଭାରତକୁ ପୁଣି ଝଟକା ଦେଇଥିଲେ ପ୍ୟାଟ୍ କମିନ୍ସ। ସେ ଆଜିଙ୍କ୍ୟ ରାହାଣେଙ୍କ ୱିକେଟ୍ ନେଇଥିଲେ। ରାହାଣେ ୧ ରନ୍ କରି ଟିମ୍ ପେନ୍ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ଶେଷ ଖବର ସୁଦ୍ଧା ଦଳ ୪ ୱିକେଟ୍ ହରାଇ ୩୭ ରନ୍ କରିଛି। ପ୍ରଥମ ଇନିଂସ୍ରେ ଦଳ ୭ ୱିକେଟ୍ ହରାଇ ୪୪୩ ରନ୍ କରିବା ପରେ ପାଳି ଘୋଷଣା କରିଥିଲା।
from Odisha Reporter http://bit.ly/2ERPGX2
No comments:
Post a Comment