କମଲନାଥଙ୍କ ଶପଥ ଉତ୍ସବରେ ବିଜେପି ବିରୋଧୀଙ୍କ ଶକ୍ତିପ୍ରଦର୍ଶନ, ଆସିଲେନି ମମତା, ମାୟା ଓ ଅଖିଲେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

କମଲନାଥଙ୍କ ଶପଥ ଉତ୍ସବରେ ବିଜେପି ବିରୋଧୀଙ୍କ ଶକ୍ତିପ୍ରଦର୍ଶନ, ଆସିଲେନି ମମତା, ମାୟା ଓ ଅଖିଲେଶ

ଭୋପାଲ୍‌: ଶେଷରେ ବରିଷ୍ଠ କଂଗ୍ରେସ ନେତା କମଲନାଥ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଆନନ୍ଦି ବେନ୍‌ ପଟେଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଅନ୍ୟପକ୍ଷରେ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାର ଅନ୍ୟତମ ଅଭିଯୁକ୍ତ ଥିବା କମଲନାଥଙ୍କୁ ଆଜି ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି। ଦିଲ୍ଲୀ ହାଇକୋର୍ଟ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଆଜି ଏହି ଘଟଣାରେ ଆଜୀବନ ଜେଲଦଣ୍ଡ ଦେଇଛନ୍ତି। ତେଣୁ କମଲନାଥଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଶଙ୍କା ରହିଛି। ଏପରି ଏକ ମୁହୂର୍ତ୍ତରେ କମଲନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବ୍ୟତୀତ କମଲନାଥଙ୍କ ଶପଥପାଠ ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଉପସ୍ଥିତ ରହି ଅନ୍ୟ ବିରୋଧୀ ଦଳର ନେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏମାନଙ୍କ ମଧ୍ୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ, କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ, ତାଙ୍କ ବାପା ଏଚ୍‌ଡି ଦେବଗୌଡ଼ା, ଏନ୍‌ସିପି ମୁଖ୍ୟ ଶରଦ ପାୱାର, ସର୍ବଭାରତୀୟ ତୃଣମୂଳ କଂଗ୍ରେସର ନେତା ଦୀନେଶ ତ୍ରିବେଦୀ, ଏନ୍‌ସି ମୁଖ୍ୟ ଫାରୁକ ଅବଦୁଲ୍ଲା, ଏଲ୍‌ଜେଡି ମୁଖ୍ୟ ଶରଦ ଯାଦବ, ଡିଏମ୍‌କେ ସୁପ୍ରିମୋ ଏମ୍‌କେ ଷ୍ଟାଲିନ୍‌ ଓ ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରମୁଖ ଉପସ୍ଥିତ ରହିଥିଲେ। ଏମାନଙ୍କ ବ୍ୟତୀତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ଏବଂ ଉପ ମୁଖ୍ୟମନ୍ତ୍ରୀ ସଚିନ୍‌ ପାଇଲଟ୍‌ ସାମିଲ ହୋଇଥିଲେ।

୨୦୧୯ରେ ମୋଦି ସରକାରଙ୍କ ବିରୋଧରେ ଗଠନ ହେବାକୁ ଥିବା ମହାମେଣ୍ଟ ଏକଜୁଟ୍‌ ରହିଛି ବୋଲି କଂଗ୍ରେସ ଦେଶବାସୀଙ୍କୁ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି। ତେବେ ମହାମେଣ୍ଟର ନେତୃତ୍ୱ ନେଉଥିବା ବିଏସ୍‌ପି ମୁଖ୍ୟ ମାୟାବତୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସର ଏହି ଶପଥପାଠ ଉତ୍ସବରେ ଯୋଗଦେଇ ନାହାନ୍ତି। ତେଣୁ ମହାମେଣ୍ଟର ସଫଳତାକୁ ନେଇ ପ୍ରଶ୍ନ ଉଠିଛି।

ତେବେ ବିରୋଧୀଙ୍କ ମହାମେଳି ମଧ୍ୟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଜି କମଲନାଥଙ୍କ ଶପଥପାଠ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ବିରୋଧୀ ଦଳଗୁଡ଼ିର ନେତାମାନେ ସନ୍ଧ୍ୟା ସମୟରେ ଛତିଶଗଡ଼ରେ ମଧ୍ୟ ଏକାଠି ହୋଇ କଂଗ୍ରେସ ନେତା ଭୂପେଶ ବାଘେଲଙ୍କ ଶପଥପାଠ କାର୍ଯ୍ୟକ୍ରମରେ ସାମିଲ ହେବେ।



from Odisha Reporter https://ift.tt/2EAMWxE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages