
ମେଲବର୍ଣ୍ଣ: ଭାରତ ବିପକ୍ଷ ତୃତୀୟ ଟେଷ୍ଟ୍ରେ ବ୍ୟାକ୍ଫୁଟ୍ରେ ଥିବା ଟିମ୍ ଅଷ୍ଟ୍ରେଲିଆର ଅଧିନାୟକ ଟିମ୍ ପେନ୍ଙ୍କ ଅଣ ଖେଳୁଆଡ଼ ମନୋଭାବ ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି। ପୂର୍ବରୁ ସେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି, ଓପନର ମୁରଲୀ ବିଜୟ ଓ ରୋହିତ ଶର୍ମାଙ୍କୁ ୱିକେଟ୍ ପଛରେ ରହି ବ୍ୟାଟିଂ କରିବା ବେଳେ ଚିଡ଼ାଇବାକୁ ଚେଷ୍ଟା କରିଥିଲେ। ବର୍ତ୍ତମାନ ପେନ୍ଙ୍କ ଟାର୍ଗେଟରେ ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟସ୍ମ୍ୟାନ ରିଷଭ ପନ୍ତ ରହିଛନ୍ତି। ଆଜି ତୃତୀୟ ଟେଷ୍ଟର ତୃତୀୟ ଦିନରେ ପନ୍ତ ବ୍ୟାଟିଂ କରୁଥିବା ବେଳେ ପେନ୍ ତାଙ୍କୁ ଚିଡ଼ାଇବାକୁ ଚେଷ୍ଟା କରିଥିଲେ। ଯାହା ଷ୍ଟମ୍ପରେ ଲାଗିଥିବା ମାଇକ୍ରେ ରେକର୍ଡ ହୋଇଛି। ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଭାଇରାଲ୍ ହୋଇଥିବା ଭିଡିଓରେ ପେନ୍ ବ୍ୟାଟିଂ କରୁଥିବା ପନ୍ତଙ୍କୁ କ’ଣ କହୁଛନ୍ତି, ତା’ର ରେକର୍ଡିଂ ରହିଛି। ରେକର୍ଡିଂ ଅନୁଯାୟୀ ପେନ୍ ଦିନିକିଆ ସିରିଜ୍ରୁ ବାଦ୍ ପଡ଼ିଥିବା ପନ୍ତଙ୍କୁ କହୁଛନ୍ତି ଯେ “ ବିଗ୍ ଏମ୍ଏସ୍(ଧୋନି) ଫେରିବାରୁ ତୁମେ(ପନ୍ତ) ବାଦ ପଡ଼ିଲ। ଏବେ ତୁମେ ହରିକେନ୍ସ(ବିବିଏଲରେ ଭାଗ ନେଉଥିବା ଗୋଟିଏ T20 ଦଳ) ପାଇଁ ଖେଳିପାରିବ। ତୁମେ ନିଜର ଅଷ୍ଟ୍ରେଲିଆ ଛୁଟିକୁ ଟିକିଏ ବଢ଼ାଇ ଦିଅ। ତୁମେ ପିଲା ସମ୍ଭାଳି ପାରିବ କି? ମୁଁ ମୋ ପତ୍ନୀଙ୍କୁ ନେଇ ଗୋଟିଏ ରାତିରେ ଫିଲ୍ମ ଦେଖିବାକୁ ଯିବି। ତୁମେ ଘରେ ବସି ପିଲାଙ୍କୁ ସମ୍ଭାଳିବ।”
ଦେଖନ୍ତୁ ସେହି ଭିଡିଓ
Tim Paine doing some recruiting for the @HurricanesBBL out in the middle of the ‘G…
#AUSvIND pic.twitter.com/6btRZA3KI7
— cricket.com.au (@cricketcomau) 28 December 2018
from Odisha Reporter http://bit.ly/2Q7yheE
No comments:
Post a Comment