ଆକାଶରେ ଉଡ଼ାଇ ଦେଲେ ୧୮ଲକ୍ଷ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଆକାଶରେ ଉଡ଼ାଇ ଦେଲେ ୧୮ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ହଠାତ୍ ଆକାଶରୁ ଟଙ୍କା ବର୍ଷିବାରେ ଲାଗିଲା। ଆଉ ତଳେ ସେ ଟଙ୍କାକୁ ଗୋଟାଇବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ବଢ଼ିଲା।  ହଠାତ୍‌ କେମିତି ଆକାଶରୁ ଟଙ୍କା ଖସୁଛି କେହି ଭାବି ପାରିଲେନି। ତେବେ ଆକାଶରୁ ନୁହେଁ, ନିକଟସ୍ଥ ଉଚ୍ଚ ବିଲ୍‌ଡିଂ ଉପରେ ରହି ଜଣେ ବ୍ୟକ୍ତି ଏପରି ଟଙ୍କା ଫୋପାଡ଼ୁ ଥିଲେ।

ଏହିପରି ସେ ଭାରତୀୟ ମୁଦ୍ରାରେ ପ୍ରାୟ ୧୮ ଲକ୍ଷ ଟଙ୍କା ଫୋପାଡ଼ିବା ସହ ଟଙ୍କା ଫୋପାଡ଼ିବା ବେଳର ଭିଡିଓ ଶୁଟିଂ କରି ସୋଶାଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଛନ୍ତି। ତେବେ ସ୍ଥାନୀୟ ପୋଲିସ ନଜରରେ ଏସବୁ ପଡ଼ିବା ପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଘଟଣା ଘଟିଛି ହଂକଂରେ। ସେଠାକାର ୱନ୍‌ ଚିଙ୍ଗ ନାମକ ଜଣେ ୨୪ବର୍ଷୀୟ କୋଟିପତି ଯୁବକ ହଂକଂର ଶ୍ୟାମ୍‌ ଶୁଇ ପୋ ଇଲାକାରେ ପହଞ୍ଚିବା ପରେ ସେଠାରେ ଥିବା ଏକ ୨୫ଫୁଟ ଉଚ୍ଚର ବିଲ୍‌ଡିଂ ଉପରେ ଚଢ଼ି ଏହି ସବୁ ନୋଟ୍‌ ଉପରକୁ ଉଡ଼ାଇଥିଲେ।

ସୂଚନା ଅନୁଯାୟୀ ଏହି କୋଟିପତି ଯୁବ ବ୍ୟବସାୟୀ କ୍ରିପ୍ଟୋକରେନ୍ସି ବିଟ୍‌ କଏନ୍‌ ଜରିଆରେ ପଇସା ରୋଜଗାର କରୁଥିଲେ।

ଏହି ପଇସା ଉଡାଇବାର ଭିଡିଓ ନିଜେ ୱନ୍‌ ସୋଶାଲ୍‌ ମିଡିଆରେ ଶେୟାର କରି କ୍ୟାପ୍‌ସନ୍‌ରେ ଲେଖିଥିଲେ, ‘ଧନୀମାନଙ୍କୁ ମନଖୋଲି ଲୋକଙ୍କ ଉପରେ ପଇସା ଉଡ଼ାଇବା ଦରକାର’। ଏହି ଭିଡିଓ ଏବଂ ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

 



from Odisha Reporter http://bit.ly/2T6MnyS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages