ଘର କାମରେ ବ୍ୟସ୍ତତା ନୁହେଁ, ଲୋଡ଼ା ଏମିତି କିଛି ଟିପ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଘର କାମରେ ବ୍ୟସ୍ତତା ନୁହେଁ, ଲୋଡ଼ା ଏମିତି କିଛି ଟିପ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଘର କାମରେ ବ୍ୟସ୍ତ ଥିବା ବେଳେ ଅନେକ ସମୟରେ କାମରେ ଭୁଲ୍‌ ଭଟ୍‌କା ହୁଏ। ତରବରିଆ ହୋଇ କାମ କଲାବେଳେ କେତେବେଳେ ଘରେ ଥିବା ଜିନିଷ ନଷ୍ଟ ହୁଏ ତ କେତେବେଳେ ଖାଦ୍ୟପେୟ। ତା ହେଲେ ଆସନ୍ତୁ ଜାଣିବା ଏମିତି କିଛି ଟିପ୍ସ ଯାହା ଆପଣଙ୍କ ନିତିଦିନିଆ କାମରେ ଆସିବ।

  • କଞ୍ଚା କଦଳୀ କାଟିବା ସମୟରେ କଦଳୀ କଷ ବା ଅଠା ଲାଗି ହାତ କଳା ପଡ଼ିଯାଇଥାଏ। ଆଉ ଏହାକୁ ଛଡ଼ାଇବା ଖୁବ୍‌ କଷ୍ଟକର ହୋଇଥାଏ।  ତେଣୁ ଏଥିରୁ ଯଦି ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ କଦଳୀ କାଟିବା ପୂର୍ବରୁ ହାତରେ ସୋରିଷ ତେଲ ଲଗାଇ କଦଳୀ କାଟନ୍ତୁ। କଷ ଲାଗିବନି।
  • ପ୍ୟାକେଟ୍‌କୁ ବିସ୍କୁଟ୍‌ ବାହାର କରି ଡବାରେ ରଖିଲେ ତାହା ବୋଶି ଦିନ ପର୍ଯ୍ୟନ୍ତ ରହିନଥାଏ। ଜଲ୍‌ଦି ନରମ ବି ହୋଇଯାଏ। ତେଣୁ ଡବାରେ ବିସ୍କୁଟ୍‌ ରଖିବା ପୂର୍ବରୁ  ଅଳ୍ପ ଚିନି ଏକ ଡବାରେ ରଖି ସେଥିରେ ବିସ୍କୁଟ୍‌ ରଖନ୍ତୁ। ବିସ୍କୁଟ୍‌ ଜଲ୍‌ଦି ନରମ ହେବନି ଓ ବେଶିଦିନ ପର୍ଯ୍ୟନ୍ତ ତାର କ୍ରିସ୍ପନେସ୍‌ ରହିଥାଏ।
  • ଆଜିକାଲି ସମସ୍ତେ କମ୍‌ ତେଲ ଖାଇବାକୁ ଚାହୁଁଛନ୍ତି। ତେଣୁ ଆପଣ ଯେତେବେଳେ କୌଣସି ଜିନିଷକୁ ଛାଣିବେ ତେବେ ତେଲ ଗରମ ହୋଇଯିବା ପରେ ସେଥିରେ ଅଳ୍ପ ଲୁଣ ପକାଇ ଛାଣିବେ ଯାହାଫଲରେ ସ୍ନାକ୍ସରେ କମ୍‌ ତେଲ ଅବ୍‌ଜର୍ଭ ହେବ।
  • ଲେମ୍ବୁ ବେଶୀଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖିପାରୁ ନଥିବେ। କାହିଁକିନା ଲେମ୍ବୁକୁ ବେଶି ଦିନ ଖୋଲାରେ ରଖିଲେ ତାହା ଶୁଖିଯାଏ। ତେଣୁ ଲେମ୍ବୁକୁ ଯଦି ବେଶିଦିନ ପର୍ଯ୍ୟନ୍ତ ରଖିବାକୁ ଚାହୁଁଛନ୍ତି ତେବେ ଏକ ଡଭାରେ ଲେମ୍ବୁକୁ ଭର୍ତ୍ତିକରି  ଫ୍ରିଜ୍‌ରେ ରଖିନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ରହିବ।
  • ଅନେକ ସମୟରେ ଆମେ ଅଣ୍ଡା ଆଣି ଘରେ ରଖିଦେଉ। ତାକୁ ରୋଷେଇ କରିବା ସମୟରେ ଜାଣିପାରୁନା ତାହା ଭଲ ଅଛି ନା ନାହିଁ। ତେବେ ଏହା ଜାଣିବା ପାଇଁ ଏକ ପାତ୍ରରେ ପାଣି ନେଇ ଅଣ୍ଡା ରଖନ୍ତୁ। ଯଦି ଅଣ୍ଡା ଭାସିଲା ତବେ ଆପଣ ଜାଣିବେ ଅଣ୍ଡା ଖରାପ ହୋଇଯାଇଛି। ଆଉ ଯଦି ବୁଡ଼ିଗଲା ତେବେ ଅଣ୍ଡା ଭଲ ଅଛି।
  • କଞ୍ଚାଲଙ୍କାକୁ ଫ୍ରିଜ୍‌ରେ ଖୋଲା ରଖିଲେ ତାହା ଦୁଇ ତିନି ପରେ ଶୁଣିଯାଏ। ଆଉ ଜରିରେ ବାନ୍ଧି ରଖିଲେ ବି ତାହା ଦୁଇ ତିନିଦିନ ପରେ ଖରାପ ହୋଇଯାଏ। ତେଣୁ କଞ୍ଚା ଲଙ୍କାକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବା ପାଇଁ ପ୍ରଥମେ ଲଙ୍କାକୁ ଭଲ ଭାବେ ଧୋଇ ତା ଡେମ୍ଫ ଗୁଡ଼ିକୁ ଭାଙ୍ଗିଦେଇ ତାକୁ ଏକ ଏୟାର ଟାଇଟ୍‌ ଡଭାରେ ରଖି ବନ୍ଦ କରି ଦିଅନ୍ତୁ। ଏହାକୁ ଫ୍ରିଜ୍‌ରେ ୨୦ ଦିନ ପର୍ଯ୍ୟନ୍ତ ବି ରହି ପାରିବ।
  • ଡାଲି ଜାତୀୟ ଜିନିଷରେ ଖୁବ୍‌ ଶୀଘ୍ର ପୋକ ଲାଗିଯାଏ। ତେବେ ଡାଲିରେ ପୋକ ନ ଲାଗିବା ପାଇଁ ଡାଲିରେ ଶୁଖିଲା ଲଙ୍କା ପକାଇ ରଖନ୍ତୁ। ଆଉ ତାଙ୍କୁ ବନ୍ଦ କରି ରଖନ୍ତୁ ଅଧିକ ଦିନ ପର୍ଯ୍ୟନ୍ତ ରହିବ।
  • ଯେତେବେଳେ  ଆମେ ଖିର ଗରମ କରୁ ଅନେକ ସମୟରେ ଖିର ଉତ୍ତୁରି ଯାଏ। ତେବେ ଖିର ନ ଉତୁରିବାକୁ ଆପଣ ଯେତେବେଲେ ଗ୍ୟାସ୍‌ରେ ଖିର ବସାଇବେ ମନେରଖିବେ ଗ୍ୟାସ୍‌ର ଫ୍ଲେମ୍‌ ସବୁବେଳେ କମ୍‌ ରଖିବେ। ଆଉ ଯେଉଁ ପାତ୍ରରେ ଖିର ଗରମ କରୁଛନ୍ତି ସେଥିରେ ଏକ ଚାମଚ ବି ପକେଇଦେବେ। ଫଲରେ ଖିର ଫୁଟିବା ସମୟରେ କେବେ ବି ଉତୁରି ନଥାଏ।
  • ଭୃଷୁଙ୍ଗ ପତ୍ରକୁ ବହୁତ ଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ଷ୍ଟୋର କରିବା ପାଇଁ ହେଲେ ପ୍ରଥମେ ଭୃଷୁଙ୍ଗ ପତ୍ରକୁ ପାଣିରେ ଭଲ ଭାବେ ଧୋଇ ଦେଇ  କିଛି ସମୟ ଖୋଲା ରଖି ଦିଅନ୍ତୁ। ପତ୍ରରୁ ପାଣି ଛାଡ଼ିବା ପରେ ପତ୍ରଗୁଡ଼ିକ ଡେମ୍ଫରୁ ଅଲଗା କରି ଏକ ଏୟାର ଟାଇଟ୍‌ ଡଭାରେ ରଖି ତାକୁ ବନ୍ଦ କରି  ଫ୍ରିଜ୍‌ରେ ରଖିଦିଅନ୍ତୁ। ଏମିତି ଆପଣ ଖୁବ୍‌ ଅଧିକ ଦିନ ପର୍ଯ୍ୟନ୍ତ ଭୃଷୁଙ୍ଗ ପତ୍ରକୁ ରଖି ପାରିବେ।
  • ଯଦି ଆପଣ ଫ୍ରିଜ୍‌କୁ ଭଲ ପୋଛିବା ସତ୍ତ୍ୱେ ଫ୍ରିଜ୍‌ରୁ ଦୁର୍ଗନ୍ଧ ବାହାରୁଛି ତେବେ ଲେମ୍ବୁକୁ ଫାଳ କରି ଫ୍ରିଜ୍‌ର ଅଲଗା ଅଲଗା ଥାକରେ ରଖିଦେବେ।  ଫ୍ରିଜ୍‌ରୁ ଦୁର୍ଗନ୍ଧ ବାହାରିବା ବନ୍ଦ ହୋଇଯିବ।


from Odisha Reporter http://bit.ly/2EMDUh8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages