
ନୂଆଦିଲ୍ଲୀ: ଆଜି ଏକ ଐତିହାସିକ ଘଟଣାକ୍ରମରେ ଦିଲ୍ଲୀ ହାଇକୋର୍ଟ ୧୯୮୪ ମସିହା ଶିଖ୍ ବିରୋଧୀ ଦଙ୍ଗା ଘଟଣାରେ ରାୟ ପ୍ରକାଶ କରିଛନ୍ତି। କୋର୍ଟଙ୍କ ରାୟ ଅନୁଯାୟୀ, କଂଗ୍ରେସର ବରିଷ୍ଠ ନେତା ସଜ୍ଜନ କୁମାରଙ୍କୁ ଆଜୀବନ ଜେଲଦଣ୍ଡ ମିଳିଛି। ତେବେ ଏହି ଦଣ୍ଡାଦେଶ ଦେବା ବେଳେ ଦିଲ୍ଲୀ ହାଇକୋର୍ଟ ୨୦୦୨ ଗୁଜରାଟ ଦଙ୍ଗା ଏବଂ ୨୦୦୮ ମସିହାରେ ଓଡ଼ିଶାର କନ୍ଧମାଳରେ ହୋଇଥିବା ନରସଂହାର କଥା ଉଠାଇଥିଲେ।
କୋର୍ଟ କହିଥିଲେ,“ ଦଙ୍ଗାରେ ସାମିଲ ଥିବା କିଛି ଲୋକ ରାଜନୀତିକ ଦଳର ଛତ୍ରଛାୟା ତଳେ ରହି ନିଜକୁ ସୁରକ୍ଷିତ ମଣୁଛନ୍ତି। କିନ୍ତୁ ମାନବ ଜାତି ବିରୋଧରେ କୌଣସି ଅନ୍ୟାୟ କିମ୍ବା ନରସଂହାରକୁ କେବେ ହେଲେ ବରଦାସ୍ତ କରାଯିବ ନାହିଁ। ଏଭଳି ସମସ୍ୟାର ସମାଧାନ ନିଶ୍ଚିତ ଭାବେ ଯଥାଶୀଘ୍ର ସମାଧାନ ହେବା ଦରକାର।”
ସଜ୍ଜନ କୁମାରଙ୍କୁ କୋର୍ଟ ୧୯୮୪ରେ ଦିଲ୍ଲୀର ଗୋଟିଏ ପରିବାରର ୫ ଜଣଙ୍କୁ ହତ୍ୟା କାଯିବା ଘଟଣାରେ ଏଭଳି ଆଜୀବନ କାରାଦଣ୍ଡ ଦେଇଛନ୍ତି। ଏହି ରାୟ ପ୍ରକାଶ କରିବା ସମୟରେ କୋର୍ଟ ସ୍ୱାଧୀନୋତ୍ତର ଭାରତରେ ସଂଘଟି ତ କିଛି ଦଙ୍ଗା ଓ ନରସଂହାର କଥା ଉଠାଇଥିଲେ।
କୋର୍ଟ କହିଥିଲେ, “ ୧୯୮୪ ପ୍ରଥମ ଭାଗରେ ଘଟିଥିବା ଦଙ୍ଗା ଯୋଗୁ କେବଳ ଦିଲ୍ଲୀରେ ୨,୭୩୩ ଜଣ ଲୋକ ପ୍ରାଣ ହରାଇଥିଲେ। ସେହିଭଳି ସାରା ଦେଶରେ ୩ହଜାର ଲୋକ ପ୍ରାଣ ହରାଇଥିଲେ ବୋଲି ସରକାରୀ ଭାବେ କୁହାଯାଇଛି। ତେବେ ଏଭଳି ନରସଂହାର ଦେଶରେ ପ୍ରଥମ କିମ୍ବା ଶେଷ ଘଟଣା ନୁହେଁ। ପଞ୍ଜାବ, ଦିଲ୍ଲୀ ଓ ଅନ୍ୟାନ୍ୟ ରାଜ୍ୟରେ ବାରମ୍ବାର ଏଭଳି ଦୁଃଖଦ ଘଟଣା ଘଟିଛାଲିଛି।
୧୯୮୪ ନଭେମ୍ବରରେ ନିରୀହ ଶିଖ୍ମାନଙ୍କୁ ହତ୍ୟା କରାଯାଇଥିଲା। ୧୯୯୩ରେ ମୁମ୍ବାଇରେ ନିରୀହ ଲୋକଙ୍କ ଜୀବନ ଗଲା। ୨୦୦୨ରେ ଗୁଜରାଟରେ ଭୟଙ୍କର ଦଙ୍ଗା ସୃଷ୍ଟି ହୋଇଥିଲା। ସେହିପରି ୨୦୦୮ରେ ଓଡ଼ିଶାର କନ୍ଧମାଳରେ ନିରୀହ ଲୋକଙ୍କ ଜୀବନ ଯାଇଥିଲା। ଏତିକି ନୁହେଁ ୨୦୧୩ରେ ଉତ୍ତର ପ୍ରଦେଶର ମୁଜାଫରନଗରରେ ମଧ୍ୟ ଲୋକଙ୍କ ଉପରେ ଆକ୍ରମଣ ହୋଇଥିଲା। ଏସବୁ ଆନ୍ଦୋଳନ ପଛରେ ଥିବା ଲୋକମାନେ ରାଜନୀତିକ ସୁରକ୍ଷା ପାଇ ରହି ଆସିଛନ୍ତି। ଏମାନେ ରାଜନୀତିରେ ସାମିଲ ହୋଇ ମାମଲାରେ ନିଜର ଭୂମିକାକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି। ଏଭଳି ଅପରାଧୀଙ୍କୁ ଦଣ୍ଡ ଦେବା ଆଇନ୍ ବ୍ୟବସ୍ଥା ପ୍ରତି ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।”
from Odisha Reporter https://ift.tt/2QUE4sI
No comments:
Post a Comment