ଶରୀର ପାଇଁ ଉପକାରୀ ଭିଜା କିସ୍‌ମିସ୍‌: ମିଳିଥାଏ ଏମିତି ଲାଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଶରୀର ପାଇଁ ଉପକାରୀ ଭିଜା କିସ୍‌ମିସ୍‌: ମିଳିଥାଏ ଏମିତି ଲାଭ

raisin

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଣିଷ ଶରୀରରେ ଆବଶ୍ୟକ ପରିମାଣର ରକ୍ତ ରହିବା ନିହାତି ଜରୁରୀ। ପୂରା ଶରୀର ରକ୍ତରେ ହିଁ କାର୍ଯ୍ୟକ୍ଷମ ରହିଥାଏ। ଶରୀରରେ ରକ୍ତ କମିବା ବିଭିନ୍ନ ରୋଗର କାରଣ ହୋଇଥାଏ। ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ଓ ପ୍ରୋଟିନ୍‌ରୁ ଶରୀରରେ ରକ୍ତ ସୃଷ୍ଟି ହୋଇଥାଏ। ଖାଇବା ଠିକ୍‌ ନହେଲେ ଶରୀରରୁ ରକ୍ତର ମାତ୍ରା କମିବା ସାଧାରଣ କଥା। ଆପଣ ହିମୋଗ୍ଲୋବିନ ଟେଷ୍ଟ କରି ଆପଣଙ୍କ ଶରୀରରେ ରକ୍ତର ମାତ୍ରା ଠିକ୍‌ ଅଛି କି ନାହିଁ ଜାଣିପାରିବେ।

ବିଶେଷ କରି କିଡନୀ ସହ ଜଡ଼ିତ ବେମାରୀ ରକ୍ତ କମ ହେବା କାରଣରୁ ହୋଇଥାଏ। ଏପରି ସ୍ଥିତିରେ ଆପଣଙ୍କୁ ରକ୍ତର ପରିମାଣ ଠିକ୍‌ ରଖିବାକୁ ପଡ଼ିବ। ଯଦି ଆପଣ ଔଷଧ ଖାଇ ଆବଶ୍ୟକ ପରିମାଣର ରକ୍ତ ବଢ଼ାଇବାକୁ ଚାହୁଁ ନାହାନ୍ତି ତେବେ କରନ୍ତୁ ନାହିଁ। ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ ବତାଇବୁ, ଯାହା ନା କେବଳ ଆପଣଙ୍କ ଶରୀରରେ ରକ୍ତର ପରିମାଣ ବଢ଼ାଇଥାଏ, ଆନିମିୟା ପରି ବେମାରୀ ଭଲ ହେବାରେ ମଧ୍ୟ ସହାୟକ ହୋଇଥାଏ। ଏହି ଉପକାରୀ ଦ୍ରବ୍ୟଟି ହେଲା କିସ୍‌ମିସ୍‌। କିସ୍‌ମିସ୍‌କୁ ପାଣିରେ ଭିଜାଇ ଖାଇବା ଦ୍ୱାରା ଶରୀରରେ ରକ୍ତର ସ୍ତର ସ୍ଥିର ରହିବା ସହ ଏକାଧିକ ଲାଭ ମିଳିଥାଏ। ଆସନ୍ତୁ ଜାଣିବା ଭିଜା କିସ୍‌ମିସ୍‌ରୁ କ’ଣ ଲାଭ ମିଳିଥାଏ।

ପୌଷ୍ଟିକ ତତ୍ତ୍ୱରେ ଭରପୁର

ଏକାଧିକ ସର୍ଭେରୁ ଏହା ଜଣାପଡ଼ିଛି ଯେ, ଭିଜା କିସ୍‌ମିସ୍‌ ନିୟମିତ ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ବଢ଼ିଥାଏ। ଯାହାର ଆନିମିୟା ରୋଗ ଥିବ, ସେମାନେ ନିୟମିତ ଭିଜା କିସ୍‌ମିସ୍‌ ଖାଇବା ଦ୍ୱାରା ଏହା ଦୂର ହୋଇଯାଇଥାଏ। କାରଣ ଭିଜା କିସ୍‌ମିସ୍‌ରେ ଆୟରନ, ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଫାଇବର ଭଳି ତତ୍ତ୍ୱ ଭରି ରହିଥାଏ। ଏହାସହ ପ୍ରାକୃତିକ ସୁଗାର ମଧ୍ୟ ଏଥିରେ ବହୁତ ମାତ୍ରାରେ ଥାଏ।

raisinଏମିତି କରନ୍ତୁ ବ୍ୟବହାର

ରାତିରେ ୫୦ ଗ୍ରାମ କିସ୍‌ମିସ୍‌ ନେଇ ଭଲ ଭାବେ ୨ରୁ ୩ ଥର ଧୋଇ ଦିଅନ୍ତୁ। ଏହାପରେ କୌଣସି ପାତ୍ରରେ ଏହାକୁ ରଖି ଗୋଟେ ଗ୍ଲାସ୍‌ ପାଣିରେ ଭରି ଘୋଡାଇ ଦିଅନ୍ତୁ। ସକାଳୁ ଉଠିବା ପରେ ପ୍ରଥମେ କିସ୍‌ମିସ୍‌ ପାଣି ପିଅନ୍ତୁ। ଏହାପରେ କିସ୍‌ମିସ୍‌ ଖାଇ ଦିଅନ୍ତୁ।

କେବଳ କିସ୍‌ମିସ୍‌ ନୁହେଁ, ଏହା ଭିଜା ହୋଇଥିବା ପାଣି ବି ବହୁତ ଉପକାରୀ। ଏହାକୁ ଖାଇବା ଦ୍ୱାରା ଶରୀରରେ ରସ, ରକ୍ତ, ଶୁକ୍ର ଆଦି ଧାତୁର ମାତ୍ରା ବଢ଼ିଥାଏ। ବିଭନ୍ନ ରୋଗ ଭଲ ହେବା ସହ ଦୈନନ୍ଦିନ ଜୀବନରେ ଦେଖା ଦେଉଥିବା ଶାରୀରିକ ସମସ୍ୟା ଦୂର ହୋଇଥାଏ।

ଭିଜା କିସ୍‌ମିସ୍‌ର ଅନ୍ୟ ଲାଭ

୧. ଭିଜା କିସ୍‌ମିସ୍‌ରେ କ୍ୟାଲୋରୀ ପ୍ରଚୁର ପରିମାଣରେ ଥାଏ। ଏଥିପାଇଁ ମନେ ରଖିବେ, ପରିମାଣ ଯେମିତି ଅଧିକ ନହୁଏ। ଏହାକୁ ନିୟମିତ ନିଜ ଖାଇବାରେ ରଖିଲେ, ହଜମ ଜନିତ ସମସ୍ୟା ଦୂର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ ଫାଇଭର ରହିଛି। ଗୋଟିଏ ଗ୍ଲାସ୍‌ ପାଣିରେ ୧oରୁ ୧୨ଟି କିସ୍‌ମିସ୍‌ ଭିଜାଇ ଖାଇବା ଦ୍ୱାରା ପେଟ ସଫା ହୋଇଯାଇଥାଏ।

୨. ଏହାଦ୍ୱାରା ଇମ୍ୟୁନିଟି ବଢ଼ିଥାଏ। ଭିଜା କିସ୍‌ମିସ୍‌ରେ ସବୁ ପ୍ରକାର ପୌଷ୍ଟିକ ତତ୍ତ୍ୱ ଭରି ରହିଥିବାରୁ ଏହାକୁ ଖାଇବା ଦ୍ୱାରା ଇମ୍ୟୁନିଟି ପାୱାର ବଢ଼ିଥାଏ। ଏହାସହ ବ୍ୟାକ୍ଟେରିଆ ଓ ସଂକ୍ରମଣ ସହ ଲଢ଼ିବାକୁ ଏହା ଶରୀରକୁ ଶକ୍ତି ଯୋଗାଇଥାଏ।

୩. କିସ୍‌ମିସ୍‌ ଖାଇବା ଦ୍ୱାରା ମୁଖଗନ୍ଧ ଦୂର ହୋଇଥାଏ। ବିଶେଷ କରି ଯଦି କୌଣସି ମହିଳା ଏପରି ସମସ୍ୟାରେ ପଢ଼ୁଛନ୍ତି, ତେବେ ଏହାର ବ୍ୟବହାର କରିବା ଉଚିତ।

୪. ଶତ ଚେଷ୍ଟା ସତ୍ତ୍ୱେ ଯଦି ଆପଣଙ୍କ ଓଜନ ବଢ଼ୁନାହିଁ, ତେବେ କିସ୍‌ମିସ୍‌କୁ ପ୍ରତିଦିନ ଡାଏଟ୍‌ରେ ସାମିଲ କରନ୍ତୁ। ଏହାଦ୍ୱାରା ଆରାମରେ ଓଜନ ବଢ଼ିବ। ଏହାସହ ଶରୀରରେ ଶକ୍ତି ବଢ଼ାଇବାରେ ଏହା ସହାୟକ ହୋଇଥାଏ।

୫. ଶୁଖିଲା କିସ୍‌ମିସ୍‌ରେ ଏତେ କ୍ଷମତା ରହିଛି ଯେ, ଶରୀରରେ କ୍ୟାନସର୍‌ ସେଲ୍‌ ବଢ଼ୁଥିଲେ, ଏହା ଅଟକାଇ ଦେଇଥାଏ ଓ ସୁସ୍ଥ କରିଥାଏ।

୬. ବିଶେଷଜ୍ଞଙ୍କ ମତରେ କିସ୍‌ମିସ୍‌ ଖାଇବା ଦ୍ୱାରା ଆପଣ ହାଇପର ଟେନସନ୍‌ ସହ ଲଢ଼େଇ କରିପାରିବେ। ଏଥିରେ ଥିବା ପୋଟାସିୟମ ତତ୍ତ୍ୱ ହାଇପର ଟେନସନ୍‌ ସ୍ଥିତିରେ ସୁଧାର ଆଣିଥାଏ।



from Odisha Reporter http://bit.ly/2QVgKMb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages