
ମୁମ୍ବାଇ: ଦିବଙ୍ଗତ ବଲିଉଡ୍ ଅଭିନେତା ବିନୋଦ ଖନ୍ନାଙ୍କର ପ୍ରଥମ ପତ୍ନୀ ତଥା ଅଭିନେତା ଅକ୍ଷୟ ଖନ୍ନାଙ୍କ ମା’ ଗୀତାଞ୍ଜଳିଙ୍କର ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ମାଣ୍ଡୱାସ୍ଥିତ ଫାର୍ମହାଉସ୍ରେ ଶନିବାର ତାଙ୍କ ମୃତ୍ୟୁ ହୋଇଛି। ପୂର୍ବରୁ ସେ ହୃଦ୍ରୋଗରେ ପୀଡିତ ଥିଲେ।
ପୁଲିସ୍ କହିବା ଅନୁଯାୟୀ, ଗୀତାଞ୍ଜଳି ଓ ତାଙ୍କର ଦୁଇ ପୁଅ ଅକ୍ଷୟ ଓ ରାହୁଲ ମାଣ୍ଡୱାସ୍ଥିତ ଫାର୍ମ ହାଉସ୍କୁ ନିୟମିତ ଯିବା ଆସିବା କରନ୍ତି। ଶନିବାର ପୂର୍ବାହ୍ନରେ ମଧ୍ୟ ସେମାନେ ଫାର୍ମହାଉସ୍ ଆସିଥିଲେ। ଅପରାହ୍ନରେ ଗୀତାଞ୍ଜଳିଙ୍କ ଦେହ ହଠାତ୍ ବିଗିଡ଼ି ଯିବାରୁ ଅକ୍ଷୟ ତାଙ୍କୁ ଜଣେ ସ୍ଥାନୀୟ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ତାଙ୍କୁ କିଛି ଔଷଧ ଦେବାପରେ ସେ ସୁସ୍ଥ ହୋଇ ଶୋଇ ପଡ଼ିଥିଲେ।
ଅକ୍ଷୟ କିଛି ସମୟ ପାଇଁ ବାହାରକୁ ଯାଇ ଫେରିବା ବେଳକୁ ଗୀତାଞ୍ଜଳି ଅଚେତ୍ ହୋଇ ପଡ଼ିଥିଲେ। ତା’ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରବିବାର ଶବ ବ୍ୟବେଚ୍ଛେଦ ପରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା।
ଗୀତାଞ୍ଜଳି, ବିନୋଦଙ୍କୁ୧୯୭୧ ମସିହାରେ ବିବାହ କରିଥିଲେ। ୧୯୮୫ରେ ଦୁହେଁ ଅଲଗା ହୋଇଯାଇଥିଲେ।
from Odisha Reporter https://ift.tt/2UPvr1F
No comments:
Post a Comment