ମୃତ୍ୟୁ ପରେ ବି ଗୋପନ ରହିବ ଯୌନ ଅତ୍ୟାଚାର ପୀଡ଼ିତାଙ୍କ ପରିଚୟ, ମିଡିଆ ଓ ତଦନ୍ତକାରୀ ସଂସ୍ଥା ଉପରେ ଅଙ୍କୁଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ମୃତ୍ୟୁ ପରେ ବି ଗୋପନ ରହିବ ଯୌନ ଅତ୍ୟାଚାର ପୀଡ଼ିତାଙ୍କ ପରିଚୟ, ମିଡିଆ ଓ ତଦନ୍ତକାରୀ ସଂସ୍ଥା ଉପରେ ଅଙ୍କୁଶ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ଆଜି ଯୌନ ଅତ୍ୟାଚାର ପୀଡ଼ିତାଙ୍କ ସମ୍ମାନ ଉପରେ ଗୁରୁତ୍ୱପୂର୍ଣ୍ଣ ରୁଲିଂ ଦେଇଛନ୍ତି। ଯୌନ ଅତ୍ୟାଚାର ପୀଡ଼ିତାଙ୍କ ପରିଚୟ ମିଡିଆ କିମ୍ବା ତଦନ୍ତକାରୀ ସ୍ଥାନ କୌଣସି ପରିସ୍ଥିତିରେ ସାର୍ବଜନୀନ କରିପାରିବ ନାହିଁ। ଏପରି କି ପୀଡ଼ିତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିଚୟ ଗୁପ୍ତ ରହିବ। ଏଥିସହ ପୀଡ଼ିତାଙ୍କ ନାଁ ସର୍ବସାଧାଣ ସଭାରେ ବ୍ୟବହୃତ ହେଉଥିବା ବ୍ୟାନର କିମ୍ବା ସୋଶାଲ୍‌ ମିଡିଆରେ ମଧ୍ୟ ବ୍ୟବହାର ହୋଇପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି,“ପୁଲିସ୍‌ କିମ୍ବା ଫରେନସିକ୍‌ ଟିମ୍‌ ଦୁଷ୍କର୍ମ ପୀଡ଼ିତାଙ୍କ ପରିଚୟ ସେମାନଙ୍କ ବାପାମା’ଙ୍କ ଅନୁମତି ବିନା ସାର୍ବଜନୀନ କରିପାରିବ ନାହିଁ। ଏଥିସହ ଦୁଷ୍କର୍ମ ସଂକ୍ରାନ୍ତରେ ରୁଜୁ ହେଉଥିବା ଏଫ୍‌ଆଇଆର୍‌, ବିଶେଷ କରି ନାବାଳିକା ମାମଲା ଗୁଡ଼ିକ ପବ୍ଲିକ୍‌ ଡୋମେନ୍‌ରେ ସାର୍ବଜନୀନ କରିପାରିବେ ନାହିଁ।”

ସମାଜରେ ଦୁଷ୍କର୍ମ ପୀଡ଼ିତାଙ୍କ ସହ ହେଉଥିବା ବାଛବିଚାର ନୀତିକୁ ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି। ସମାଜରେ ଦୁଷ୍କର୍ମ ପୀଡ଼ିତାଙ୍କୁ ଅଛୁଆଁ ଭଳି ବ୍ୟବହାର କରାଯିବା ନିଶ୍ଚିତ ଭାବେ ଏକ ଦୁଃଖ ଏବଂ ପରିତାପର ବିଷୟ ବୋଲି କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ଗାଇଡ୍‌ ଲାଇନ୍‌ ଜାରି କରି ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରକୁ ଏହାକୁ ପାଳନ କରିବାକୁ କହିଛନ୍ତି। ପ୍ରତିଟି ଜିଲ୍ଲାରେ ଦୁଷ୍କର୍ମ ପୀଡ଼ିତାଙ୍କ ଭଲମନ୍ଦ ବୁଝିବାକୁ ଗୋଟିଏ ବର୍ଷ ମଧ୍ୟରେ “ ୱାନ୍‌ ଷ୍ଟପ୍‌ ସେଣ୍ଟର” ଗଠନ କରିବାକୁ କହିଛନ୍ତି।

ବିଭିନ୍ନ ଦୁଷ୍କର୍ମ ଘଟଣାକୁ ନେଇ ଶୋଭାଯାତ୍ରା କରାଯାଉଥିବାରୁ ଏହାକୁ ସର୍ବୋଚ୍ଚ ନ୍ୟାୟାଳୟ ଦୃଢ଼ ନିନ୍ଦା କରିଛନ୍ତି।



from Odisha Reporter https://ift.tt/2zTWgJg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages