ଓଜନ କମାଇବ ଅଣ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଓଜନ କମାଇବ ଅଣ୍ଡା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଜନ ବଢ଼ିବା ବର୍ତ୍ତମାନ ସମସ୍ତଙ୍କ ପାଇଁ ବଡ଼ ସମସ୍ୟା। ଏହାର କାରଣ ହେଉଛି ଆମର ଜୀବନଶୈଳୀରେ ପରିବର୍ତ୍ତନ। ଓଜନ କମାଇବା ପାଇଁ ଲୋକେ ଅନେକ କିଛି କରୁଥିବା ଆପଣ ଦେଖୁଥିବେ। ଯଦି ଆପଣ ନିଜ ଓଜନ କମାଇବା ପାଇଁ ଚାହୁଁଛନ୍ତି, ତେବେ ନିଜ ଦୈନନ୍ଦିନ ଭୋଜନରେ ଅଣ୍ଡାକୁ ସାମିଲ୍ କରନ୍ତୁ।

ଏଥିପାଇଁ ଆପଣ ଅଣ୍ଡାକୁ ସିଝାଇ କଞ୍ଚା ପରିବା ଓ ଫଳ ସହିତ ଖାଆନ୍ତୁ। କଞ୍ଚା ପରିବା ଯେପରିକି କାକୁଡ଼ି, ବିଲାତି ବାଇଗଣ, ଗାଜର, ବିଟ୍‌, କ୍ୟାପସିକମ୍‌ , ଏସବୁକୁ ଆପଣ ସକାଳେ ସିଝା ଅଣ୍ଡା ସହିତ ଖାଆନ୍ତୁ। ଯଦି ଆପଣ ଗଜା ମୁଗ କିମ୍ୱା ବୁଟ ଅଣ୍ଡା ସହିତ ଖାଉଛନ୍ତି,ତେବେ ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ। ବ୍ରେକ୍‌ଫାଷ୍ଟ୍‌ ରେ ଅଙ୍କୁରିତ ଖାଦ୍ୟ ଅଧିକ ଲାଭଦାୟକ ହୋଇଥାଏ। ଏହା ଆପଣଙ୍କ ଓଜନ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରେ। କେବଳ ଏତିକି ନୁହେଁ, ଅଙ୍କୁରିତ ଖାଦ୍ୟରେ କ୍ୟାନସର୍‌ ନିୟନ୍ତ୍ରଣ ଗୁଣ ମଧ୍ୟ ରହିଛି।

ଅଣ୍ଡାରେ ତିଆରି ହେଉଥିବା ସବୁଠାରୁ ସହଜ ଜିନିଷ ହେଉଛି, ଆମ୍‌ଲେଟ୍‌। ଆପଣ ଏହାକୁ ସବୁଜ ପନିପରିବା ପକାଇ ତିଆରି ମଧ୍ୟ କରିପାରିବେ। ଯଦି ଆପଣ ସିଝା ଅଣ୍ଡାରେ ତେଲ ମସଲା ପକାଇ ତରକାରୀ କରି ଖାଉଛନ୍ତି, ତେବେ ଏହାଠୁ ଦୂରେଇ ରୁହନ୍ତୁ। ଏପରି ଖାଦ୍ୟରେ ଫ୍ୟାଟ୍‌ ଅଧିକ ମାତ୍ରାରେ ରହିଥାଏ।  ଏହା ସହିତ ଅଣ୍ଡାର ହଳଦିଆ ଅଂଶ କେଶରରେ ମଧ୍ୟ ଅଧିକ ଫ୍ୟାଟ୍‌ ରହିଥାଏ, ଯାହା ଆପଣଙ୍କ ଓଜନ ବଢ଼ାଇବାରେ ସାହାଯ୍ୟ କରେ। ଅଣ୍ଡାର କେବଳ ଧଳା ଅଂଶକୁ ଖାଆନ୍ତୁ।



from Odisha Reporter http://bit.ly/2EHXyLz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages