ପିକ୍‌ନିକ ସାରି ଫେରୁଥିବା ବେଳେ ଘାଟିରୁ ୫୦ ଫୁଟ୍‌ ତଳକୁ ଖସିଲା ବୋଲେରୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ପିକ୍‌ନିକ ସାରି ଫେରୁଥିବା ବେଳେ ଘାଟିରୁ ୫୦ ଫୁଟ୍‌ ତଳକୁ ଖସିଲା ବୋଲେରୋ

ମୋହନା(ମିହିର ଜତି): ଘାଟିରୁ ୫୦ ଫୁଟ୍‌ ତଳକୁ ଖସି ପଡ଼ିଲା ବୋଲେରୋ। ଫଳରେ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡ଼ିଛି। ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲାରେ।

ନୂଆବର୍ଷ ପାଇଁ ଆଜି ସକାଳେ ଗାଙ୍ଗପୁର ଗାଁର ୮ ଜଣ ଯୁବକ ଏକ ବୋଲେରୋରେ ପିକ୍‌ନିକ୍‌ କରିବାକୁ ଗଣ୍ଡାହାତୀ ଜଳ ପ୍ରପାତକୁ ଯାଇଥିଲେ। ଭୋଜି ସାରି ଭଞ୍ଜନଗର ଫେରୁଥିବା ବେଳେ ବୋଲେରୋଟି ଭାରସାମ୍ୟ ହରାଇ ରାଇଗଡ଼ ଥାନା ମାର୍ଲବା ଘାଟିରୁ ପ୍ରାୟ ୫୦ ଫୁଟ୍‌ ତଳକୁ ଖସିପଡ଼ିଲା। ଉଦ୍ଧାରକାରୀ ଦଳ ସେମାନଙ୍କୁ ଉଦ୍ଧର କରି ଖଜୁରୀପଡ଼ା ମେଡିକାଲରେ ଭର୍ତ୍ତି କରିଥିଲା। ସେମାନଙ୍କ ମଧ୍ୟରୁ ପ୍ରତିମା ବିଶୋଇ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ଆହତମାନେ ହେଲେ ସହିମ ବିଶୋଇ, ସୋନାଲି ବିଶୋଇ, ହିତେଶ ବିଶୋଇ ଓ ରାକେଶ ବିଶୋଇ। ଅନ୍ୟମାନଙ୍କ ନାଁ ଜଣାପଡ଼ିନାହିଁ।



from Odisha Reporter http://bit.ly/2ApwPQ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages