କୃଷକଙ୍କୁ ଅବହେଳାର ପରିଣତି ଭୋଗିଲା ବିଜେପି: ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 11, 2018

କୃଷକଙ୍କୁ ଅବହେଳାର ପରିଣତି ଭୋଗିଲା ବିଜେପି: ନବୀନ

naveen

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “କୃଷି ଓ ଚାଷୀଙ୍କ ଋଣ ସମସ୍ୟାକୁ ନେଇ ବିଜେପିର ପରାଜୟ ହେଲା। ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ନେଇ ସ୍ୱାମୀନାଥନ କମିଟି ରିପୋର୍ଟର ସୁପାରିସକୁ ଲାଗୁ କରିବାରେ କେନ୍ଦ୍ର ଅବହେଳା କରିବା ଯୋଗୁ ଦଳକୁ କୃଷିଭିତ୍ତିକ ରାଜ୍ୟରେ ଏଭଳି ଦଶା ଭୋଗିବାକୁ ପଡ଼ିଲା।” ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ବିଜେପିକୁ ଆଜି ଏପରି ତେରଚ୍ଛା ତୀର ମାରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

“ଆମେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ନୀତିରେ କାଏମ୍ ରହିଛୁ। ଛତିଶଗଡ଼ରେ କଂଗ୍ରେସ ସରକାର ଆସିବା ପରେ ମହାନଦୀ ଜଳବିବାଦର ସମସ୍ୟା ସମାଧାନ ହେବ ବୋଲି ଆମେ ଆଶାବାଦୀ” ବୋଲି ନବୀନ କହିଛନ୍ତି।

ଆଜି ୫ ରାଜ୍ୟର ନିର୍ବାଚନୀ ଫଳାଫଳ ପ୍ରକାଶ ପାଇଛି। ଏଥର ହିନ୍ଦୀ ହାର୍ଟଲ୍ୟାଣ୍ଡ ଭାବେ ପରିଚିତ ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିକୁ ବଡ଼ ଝଟ୍‌କା ଲାଗିଛି। ମଧ୍ୟପ୍ରଦେଶରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଚାଲିଛି। ଶେଷ ଖବର ସୁଦ୍ଧା କଂଗ୍ରେସ ୧୧୧ ଓ ବିଜେପି ୧୧୦ ସିଟରେ ଆଗୁଆ ଅଛନ୍ତି।



from Odisha Reporter https://ift.tt/2UzlGod

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages