ଚଇତି ମହୋତ୍ସବ ଦେଖି ଫେରୁଥିବା ବେଳେ ଗଛରେ ପିଟିହେଲା ବୋଲେରୋ, ୪ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ଚଇତି ମହୋତ୍ସବ ଦେଖି ଫେରୁଥିବା ବେଳେ ଗଛରେ ପିଟିହେଲା ବୋଲେରୋ, ୪ ମୃତ

rttt89999

କଲ୍ୟାଣସିଂହପୁର(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ତୟାପୁଟ୍‌ରେ ଏକ ବୋଲେରୋ ଭାରସାମ୍ୟ ହରାଇ ଆମ୍ବ ଗଛରେ ପିଟି ହେବାରୁ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ରବି ମାଝି,ପପୁ ମଦୁଲି, ନବୀନ ମାଝି ଓ ନାବି ମାଝି।

ରବି, ପପୁ ଓ ନାବିଙ୍କ ଘର ଡେଙ୍ଗାଗୁଡ଼ା ହୋଇଥିବା ବେଳେ ନବୀନଙ୍କ ଘର ପଣସଗୁଡ଼ାର ବୋଲି ଜଣାପଡ଼ିଛି। ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ନାଁ ବୀର କୁମାର। ତାଙ୍କ ଘର ମୁଣ୍ଡାଗାଁରେ।

ଗତକାଲି ବିଳମ୍ବିତ ରାତିରେ ବୋଲେରୋରେ ଏମାନେ ସମସ୍ତ ଯାତ୍ରୀ ରାୟଗଡ଼ାରୁ ଚଇତି ମହୋତ୍ସବ ଦେଖି ଡେଙ୍ଗାଗୁଡ଼ାକୁ ଫେରୁଥିଲା ବେଳେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ତିନିଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ନବୀନଙ୍କର ମୃତ୍ୟୁ ଘଟିଥିଲା। ଗାଡ଼ିରେ ମୋଟ ୫ ଜଣ ଯାତ୍ରୀ ଥଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

 

 

 



from Odisha Reporter http://bit.ly/2Qdjkbk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages