
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାଧାରଣତଃ ଅଦାକୁ ଆମେ ମସଲା ରୂପେ ବ୍ୟବହାର କରୁ। ଅଦାରେ ୮୦.୯ ପ୍ରତିଶତ ଜଳ, ୨.୩ ପ୍ରତିଶତ ପ୍ରୋଟିନ୍ ଓ ୧୨.୩ ପ୍ରତିଶତ କାର୍ବୋହାଇଡ୍ରେଡ୍ ଥାଏ। ଏହା ବ୍ୟତୀତ ଏଥିରେ ଆଇରନ୍, କ୍ୟାଲ୍ସିୟମ୍, ଆୟୋଡିନ୍, କ୍ଲୋରିନ୍, ଖଣିଜ ଲବଣ ଭଳି ଭିଟାମିନ୍ ପର୍ଯ୍ୟାପ୍ତ ପରିମାଣରେ ଥାଏ ।
ଏହା ତରକାରିକୁ ସୁଆଦିଆ କରିଥାଏ। ହେଲେ ଯଦି ଆମେ ଅଦାକୁ ଖାଲି ଖାଇବା କିମ୍ବା ଜୁସ୍ ଆକାରରେ ପିଇବା ତେବେ ଏହା ଆମ ଶରୀରକୁ ବେ଼ଶ ଫାଇଦା ପହଞ୍ଚାଇବ। ଅଦାରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବିଶେଷ ଭାବେ ସହାୟକ ହୋଇଥାଏ।
ଗ୍ୟାସର ସମସ୍ୟା ଦେଖାଗଲେ ଅଦା ଉତ୍କୃଷ୍ଟ ମହଷୌଧି ଭାବେ କାମ କରେ। ପୁଦିନା ରସ ସହ ଅଦାରସ ମିଶାଇ ପିଇଲେ ପେଟ ଯନ୍ତ୍ରଣାରୁ ଉପଶମ ମିଳିଥାଏ। ଅଦାରସରେ ମିଶ୍ରିର ଖଣ୍ଡ ମିଶାଇ ପିଇଲେ ମୁତ୍ର ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ସେହିପରି ଅଦା ରସକୁ ନିୟମିତଭାବେ ସେବନକଲେ ବିଭିନ୍ନ ପ୍ରକାର କାଶରୁ ମୁକ୍ତି ମିଳିଥାଏ। ସେହିପରି ଅଦା, ଧଳା ଦୁବ, ଅରୁଆ ଚାଉଳ ବାଟି ଲେପଦେଲେ ଜଖମ, ପବନ ଅଟକିବା ଓ ରକା ଆଦି ଭଲ ହୁଏ ।
from Odisha Reporter https://ift.tt/2PdR33y
No comments:
Post a Comment