କଂଗ୍ରେସ @୧୩୪: ମନମୋହନଙ୍କ ସହ ମିଶି କେକ୍‌ କାଟିଲେ ରାହୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

କଂଗ୍ରେସ @୧୩୪: ମନମୋହନଙ୍କ ସହ ମିଶି କେକ୍‌ କାଟିଲେ ରାହୁଲ

ନୂଆଦିଲ୍ଲୀ:୧୮୮୫ ମସିହା ଡିସେମ୍ବର ୨୮ ତାରିଖରେ ଦେଶର ସବୁଠାରୁ ପୁରୁଣା ଦଳ ଭାରତୀୟ ଜାତୀୟ କଂଗ୍ରେସକୁ ପୁରିଲା ୧୩୪ ବର୍ଷ। ପ୍ରତିଷ୍ଠା ଦିବସକୁ ସମଗ୍ର ଦେଶରେ ଦଳ ପକ୍ଷରୁ ପାଳନ କରାଯାଉଥିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏକାଠି କେକ୍‌ କାଟିଛନ୍ତି।

ଏହି ଦଳର ପ୍ରତିଷ୍ଠାତା କୌଣସି ଭାରତୀୟ ନୁହେଁ ବରଂ ଆଲାନ୍‌ ଅକ୍ଟୋଭିଆନ୍‌ ହ୍ୟୁମ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିଲା। ୧୮୮୪ ମସିହା ଡିସେମ୍ବରରେ ସମ୍ଭ୍ରାନ୍ତ ସମାଜର ୧୭ ଜଣଙ୍କୁ ନେଇ ଏକ ବୈଠକରୁ ଜନ୍ମ ନେଇଥିଲା ଏହି ଦଳ ଗଠନ ପାଇଁ କଳ୍ପନା କରାଯାଇଥିଲା।

ଲକ୍ଷ୍ୟ ଥିଲା ସରକାରରେ ଶିକ୍ଷିତମାନଙ୍କୁ ସାମିଲ କରିବା ଏବଂ ଶିକ୍ଷିତ ଭାରତୀୟ ଓ ବ୍ରିଟିଶ୍‌ଙ୍କ ଭିତରେ ରାଜନୀତିକ ଆଲୋଚନା କରାଇବା । ୭୨ ଜଣ ସଦସ୍ୟଙ୍କୁ ନେଇ ଏହାର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଥିଲେ ଉମେଶ ଚନ୍ଦ୍ର ବାନାର୍ଜୀ।

୧୯୦୫ ଯାଏ ଏହାକୁ ଜନସମର୍ଥନ ମିଳିନଥିଲା। କିନ୍ତୁ ଲର୍ଡ କର୍ଜନ୍‌ ବଙ୍ଗ ବିଭାଜନ ବାବଦରେ ଘୋଷଣା କରିବା ପରେ ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ନାଥ ବାନାର୍ଜୀ ଏବଂ ସାର୍‌ ହେନେରୀ କଟ୍ଟନ୍‌ ରାଜନୀତିକ ସୀମା ସରହଦ ଟପି ଦଳକୁ ସ୍ୱଦେଶୀ ଆନ୍ଦୋଳନରେ ଉତ୍ସର୍ଗ କରାଇଥିଲେ।

ମହାତ୍ମା ଗାନ୍ଧି ୧୯୧୫ ମସିହାରେ ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ କଂଗ୍ରେସର ସଭାପତି ଦାୟିତ୍ୱ ନେଇଥିଲେ ଏବଂ ୧୯୧୯ ପ୍ରଥମ ବିଶ୍ୱଯୁଦ୍ଧ ଶେଷବେଳକୁ ସେ ଦଳର ଆଧ୍ୟାତ୍ମିକ ଏବଂ ନୈତିକ ଆଦର୍ଶ ହୋଇସାରିଥିଲେ। କଂଗ୍ରେସ ୧.୫ କୋଟି ସଦସ୍ୟ ଏବଂ ୭ କୋଟି ଅଂଶଗ୍ରହରକାରୀଙ୍କ ସହିତ ସ୍ୱାଧୀନତା ଆନ୍ଦୋଳନରେ ବେଶ୍‌ ଉଲ୍ଲଖନୀୟ ଭୂମିକା ଗ୍ରହଣ କରିଥିଲା।



from Odisha Reporter http://bit.ly/2RgCG3T

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages