
ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ପ୍ରଥମେ ପ୍ରେମ। ପରେ ପ୍ରତାରଣା। ଆଉ ତା’ପରେ ପ୍ରେମିକାର ପ୍ରାଣନେଲା ପ୍ରେମିକ। ପଏଣ୍ଟ ବ୍ଲାଙ୍କରେ ଗୁଳି କରି ନେଇଗଲା ଜୀବନ। ଏପରି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଅରଡ଼ ବଜାର ଅଞ୍ଚଳରେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜୀବନ ହାରିଥିବା ନାବାଳିକା ମାତ୍ର ୧୪ ବର୍ଷର ହୋଇଥିବା ବେଳେ ଅଭିଯୁକ୍ତ ପ୍ରେମିକ ମଧ୍ୟ ନାବାଳକ ବୋଲି ଜଣାପଡ଼ିଛି।
ଅଭିଯୋଗ ଅନୁସାରେ ୮ ଦିନ ତଳେ ତାଙ୍କ ଝିଅକୁ ଘରୁ ନେଇ ପଳାଇଯାଇଥିଲା ସଂପୃକ୍ତ ଅଭିଯୁକ୍ତ। ଗତକାଲି ରାତିରେ ପ୍ରେମିକାଙ୍କୁଗୁଳି କରି ମାରିବା ପରେ କେହି ଜଣେ ତାଙ୍କୁ ହତ୍ୟା କରିଥିବା କହି ଫୋନ୍ ଯୋଗେ ନାବାଳିକାଙ୍କ ପରିବାର ଲୋକଙ୍କୁ ଡକାଇଥିଲା। ଏହାପରେ ପରିବାର ଲୋକଙ୍କଠାରୁ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା।
ପୁଲିସର ପ୍ରାଥମିକ ସୂଚନା ଅନୁଯାୟୀ, ଗତ କିଛିମାସ ତଳେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଗତ ସପ୍ତାହରେ ନାବାଳିକାକୁ ଘରୁ ଉଠାଇ ନେଇଥିଲା ଅଭିଯୁକ୍ତ। ଗତକାଲି ରାତିରେ କୌଣସି କଥାକୁ ନେଉ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ନାବାଳିକାଙ୍କ ବାମ କାନମୁଣ୍ଡାରେ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରି ହତ୍ୟା କରିଥିଲା। ପରେ ନିଜକୁ ଦୋଷମୁକ୍ତ କରିବା ପାଇଁ ଝିଅକୁ ଆଉ କେହି ହତ୍ୟା କରିଥିବା ଦର୍ଶାଇଥିଲା।
ଏବେ ପୁଲିସ୍ ଉଭୟ ନାବାଳକ ଏବଂ ତା’ ବାପାକୁ ଧରିନେବା ସହ ଘଟଣାର ଖୋଳତାଡ଼ କରୁଛି।
ସଂପୃକ୍ତ ନାବାଳକ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ତେବେ ହତ୍ୟାକାଣ୍ଡ ପଛରେ ଅସଲ କାରଣ କ’ଣ ?କାହିଁକି ସେ ଏତେ ନିର୍ଦ୍ଦୟ ହେଲା ନିଜ ପ୍ରିୟତମା ପ୍ରତି ? ଏସବୁ ଦିଗକୁ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି। ଏନେଇ ସଂପୃକ୍ତ ନାବାଳକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
from Odisha Reporter http://bit.ly/2ELGlkj
No comments:
Post a Comment