ଟୋଲ ଗେଟ୍‌ରେ ଟଙ୍କା ମାଗିବାରୁ ବସ୍‌ରେ ଗଲେ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଟୋଲ ଗେଟ୍‌ରେ ଟଙ୍କା ମାଗିବାରୁ ବସ୍‌ରେ ଗଲେ ବିଧାୟକ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ଟିଡିପିର ଜଣେ ବିଧାୟକଙ୍କ ସହ ଘଟିଥିବା ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଡେଣ୍ଡୁଲୁରୁ ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିବା ସି ପ୍ରଭାକରଙ୍କୁ ଏକ ଟୋଲ ଗେଟରେ କର୍ମଚାରୀମାନେ ଫି’ ଦେବାକୁ କହିବାକୁ ସେ କାର୍‌ ଛାଡ଼ି ବସ୍‌ରେ ଚାଲିଯାଇଛନ୍ତି।

ପ୍ରଭାକର ନିଜ କାର୍‌ରେ ମଙ୍ଗଳଗିରି ମଣ୍ଡଳ ସ୍ଥିତ କାଜା ଟୋଲ ଗେଟ୍‌ ଦେଇ ବିଜୟୱାଡା ଯାଉଥିଲେ। ହେଲେ ଏହି ସମୟରେ କାଜା ଟୋଲ ଗେଟ୍‌ର କର୍ମଚାରୀମାନେ ସବୁ ଲୋକଙ୍କ ଗାଡ଼ିକୁ ଅଟକାଇବା ଭଳି ବିଧାୟକଙ୍କ କାର୍‌କୁ ମଧ୍ୟ ଅଟକାଇଥିଲେଏବଂ ଧାର୍ଯ୍ୟ ଫି’ ଦେବାକୁ କହିଥିଲେ।

କିନ୍ତୁ ବିଧାୟକ ଜଣଙ୍କ ଟଙ୍କା ଦେଇ ନଥିଲେ। ବିଧାୟକଙ୍କ ପାଇଁ ଟୋଲ୍‌ ଗେଟ୍‌ରେ ଫ’ ଛାଡ଼ ବୋଲି ନିୟମ ରହିଥିବା ସେ କର୍ମଚାରୀଙ୍କୁ ବୁଝାଇଥିଲେ। ହେଲେ କର୍ମଚାରୀମାନେ କିଛି ଶୁଣି ନଥିଲେ। ଶେଷରେ ବିବାଦ ବଢ଼ିବାରୁ ଏଥିରେ ରାଗି ଯାଇ ବିଧାୟକ ଜଣଙ୍କ ଗେଟ୍‌ ପାଖରେ ଗାଡ଼ି ରଖିଦେଇ ବସ୍‌ରେ ଯିବାକୁ ଚାହିଁଥିଲେ।

ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳାଚଳ କରୁଥିବା ସରକାରୀ ବସ୍‌ରେ ବିଜୟୱାଡା ଯାଇଥିଲେ। ବିଧାୟକ ଏବଂ ସାଂସଦମାନଙ୍କ ଠାରୁ ଟୋଲ ଗେଟ୍‌ରେ ଫି’ ଆଦାୟ ନ ହେବାର ବ୍ୟବସ୍ଥା ରହିଛି। ତଥାପି କର୍ମଚାରୀମାନେ କାହିଁକି ପ୍ରଭାକରଙ୍କଠାରୁ ଫି’ ଆଦାୟ କରିବାକୁ ଚାହୁଁଥିଲେ, ତାହା ଜଣାପଡ଼ିନାହିଁ।



from Odisha Reporter https://ift.tt/2SarfHU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages