ସାଉଥ୍‌ ଆଫ୍ରିକାରେ ହେବ ତୈମୁର୍‌ଙ୍କ ବାର୍ଥ ଡେ’ ସେଲିବ୍ରେସନ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ସାଉଥ୍‌ ଆଫ୍ରିକାରେ ହେବ ତୈମୁର୍‌ଙ୍କ ବାର୍ଥ ଡେ’ ସେଲିବ୍ରେସନ୍

ମୁମ୍ବାଇ: ଛୋଟେ ନୱାବ୍‌ ସୈଫ୍‌ ଅଲ୍ଲି ଓ କରୀନା କପୁର ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲି ଖାନ୍ ଏବେ ପ୍ରାୟ ଚର୍ଚ୍ଚାରେ ରହୁଛନ୍ତି। ତୈମୁର୍‌ଙ୍କ ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ସବୁବେଳେ ଭାଇରାଲ୍‌ ହେଉଛି। ଏବେ କିନ୍ତୁ ଏହି ଷ୍ଟାର୍‌ କିଡ୍‌ଙ୍କ ବାର୍ଥ ଡେ’ ସେଲିବ୍ରେସନ୍‌କୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ଆସନ୍ତା ୨୦ ତାରିଖରେ ତୈମୁରଙ୍କୁ ୨ ବର୍ଷ ପୂରିବ।

ଗତ ବର୍ଷ ତୈମୁର୍‌ଙ୍କ ଜନ୍ମ ଦିନ ପଟୌଦି ପ୍ୟାଲେସ୍‌ରେ ସେଲିବ୍ରେଟ୍‌ ହୋଇଥିଲା। ତେବେ ଏଥର ତାଙ୍କ ବାର୍ଥ ଡେ’ ସେଲିବ୍ରେସନ୍‌ ସାଉଥ୍‌ ଆଫ୍ରିକାରେ ହେବ ବୋଲି ଶୁଣା ଯାଉଛି।

ସୂଚନା ଅନୁଯାୟୀ, କରୀନା ନିଜ କାମ ପାଇଁ ପ୍ରଥମେ ସାଉଥ୍‌ ଆଫ୍ରିକା ଯିବେ। ପରେ ସୈଫ ଓ ତୈମୁ ତାଙ୍କୁ ଜଏନ୍‌ କରିବେ ଏବଂ ସେଠାରେ ହିଁ ତୈମୁର୍‌ଙ୍କ ବାର୍ଥ ଡେ’ ସେଲିବ୍ରେଟ୍‌ କରିବେ।

ପଟୌଦି ପରିବାରର ଏହି ଖାସ୍‌ ସଦସ୍ୟଙ୍କ ବାର୍ଥ ଡେ’ ସେଲିବ୍ରେସନର ପ୍ରସ୍ତୁତି ମଧ୍ୟ ଜନ୍ମ ଦିନର ୨ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଯାଇଛି। ସୂଚନା ଅନୁସାରେ, ନିକଟରେ ବଲିଉଡ୍‌ର ଅନେକ ଷ୍ଟାର୍‌ କିଡ୍‌ ତୈମୁର୍‌ଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଏକ ଖାସ୍‌ ପାର୍ଟି ହୋଇଥିଲା ଓ ପାର୍ଟିକୁ ତୈମୁରଙ୍କ ସାଙ୍ଗମାନଙ୍କୁ ମଧ୍ୟ ଡକାଯାଇଥିଲା।

ତୈମୁର୍‌ ଏବେ ଖାଲି ଭାରତ ନୁହେଁ, ବରଂ ପୁରା ଦୁନିଆରେ ବେଶ୍‌ ଚର୍ଚ୍ଚିତ। ସୋଶାଲ୍‌ ମିଡିଆରେ ତାଙ୍କ ନାଁରେ ଅନେକ ପେଜ୍‌ ରହିଛି। ନିକଟରେ ମାର୍କେଟ୍‌କୁ ନୂଆ ‘ତୈମୁର ଖେଳନା’ ମଧ୍ୟ ଆସିଛି।



from Odisha Reporter https://ift.tt/2BXMC9K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages