
ମୁମ୍ବାଇ: ହର୍ଲିକ୍ସ ଏବଂ ପିଲାଦିନ ପରସ୍ପର ସହିତ ଜଡ଼ିତ। ‘ଟଲର ଷ୍ଟ୍ରଙ୍ଗର୍ ଶାର୍ପର’ ଏବଂ ‘‘ଏପାଙ୍ଗ ଓପାଙ୍ଗ ଝାପାଙ୍ଗ’ ପରି ସ୍ଲୋଗାନ ସମସ୍ତଙ୍କ ପାଇଁ ଅତି ପରିଚିତ ହୋଇ ପାରିଛି। ଏହି ବହୁପରିଚିତ ସପ୍ଲିମେଣ୍ଟର ସତ୍ୱାଧିକାରୀ ଗ୍ଲାକ୍ସୋସ୍ମିଥ୍କ୍ଲାଇନ୍ ନିଜର ଭାରତୀୟ ବ୍ୟବସାୟକୁ ୟୁନିଲିଭରକୁ ବିକ୍ରି କରିବା ନିଶ୍ଚିତ ହୋଇଛି। ଏହାସହିତ ଗତ କିଛି ମାସ ଧରି ଚାଲୁରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି।
ଯଦିଓ ହର୍ଲିକ୍ସ ଲୋକପ୍ରିୟ, ଜିଏସ୍କେ ଏତେଟା ପରିଚିତ ପାଇପାରିନାହିଁ। କିନ୍ତୁ ଭାରତୀୟ ବଜାରରେ ଏହାର ଉପସ୍ଥିତି ଯଥେଷ୍ଟ ଅଧିକ। ଏହି ଆଙ୍ଗ୍ଲୋ-ଡଚ୍ କମ୍ପାନୀ ସହିତ ୟୁନିଲିଭରର ଡିଲ୍ ୟୁନିଲିଭର ସିଇଓ ପଲ୍ ପଲ୍ମାନ୍ଙ୍କ ଅଧୀନରେ ସବୁଠାରୁ ବଡ଼ ଡିଲ୍। ଏହା ୩୧,୭୦୦ କୋଟି ଟଙ୍କାର ଡିଲ୍ ବୋଲି ଜଣାଯାଇଛି, ଯାହାକି ଜିଏସ୍କେ କଞ୍ଜୁମର ହେଲ୍ଥ କେୟାର ଫାର୍ମ ବ୍ୟବସାୟର ୭.୫ ଗୁଣ ଅଧିକ।
ଏହି ଡିଲ୍ ପରେ ୟୁନିଲିଭରର ଭାରତୀୟ ଅଂଶ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ର ଆୟ ୪୦ ହଜାର କୋଟିକୁ ବୃଦ୍ଧି ପାଇବ। କେବଳ ଖାଦ୍ୟ ପାନୀୟ ବ୍ୟବସାୟ ୧୦,୭୦୦ କୋଟିକୁ ବୃଦ୍ଧି ପାଇବ। ଏହାଫଳରେ ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ୍ ଦେଶର ବୃହତ୍ତମ ଫୁଡ୍ ଆଣ୍ଡ ରିଫ୍ରେଶମେଣ୍ଟସ୍ (ଏଫ୍ ଆଣ୍ଡ୍ ଆର) କମ୍ପାନୀ ହୋଇପାରିବ ।
ପୂର୍ବରୁ ଜିଏସ୍କେ ପାଇଁ କାମ କରୁଥିବା ୩୮୦୦ କର୍ମଚାରୀ ମଧ୍ୟ କାମ କରିବା ଜାରି ରଖିବେ। ଲିପ୍ଟୋନ୍ ଟି ଏବଂ କ୍ୱାଲିଟି ୱାଲ୍ସ ପ୍ରସ୍ତୁତ କରୁଥିବା ୟୁନିଲିଭର ପାଇଁ ବର୍ତ୍ତମାନ ସୁଦ୍ଧା ଭାରତରେ ୧୮୦୦୦ କର୍ମଚାରୀ କାର୍ଯ୍ୟରତ।
from Odisha Reporter https://ift.tt/2zEvk04
No comments:
Post a Comment