ଛୋଟ ପିଲାଙ୍କୁ ଗୋଧୋଇଲା ବେଳେ ‌ଆଦୌ କରନ୍ତୁ ନାହିଁ ଏମିତି ଭୁଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଛୋଟ ପିଲାଙ୍କୁ ଗୋଧୋଇଲା ବେଳେ ‌ଆଦୌ କରନ୍ତୁ ନାହିଁ ଏମିତି ଭୁଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ ମାଆ ଛୋଟ ପିଲାମାନଙ୍କର ଅନେକ ଯତ୍ନ ନେଇଥାନ୍ତି। ହେଲେ ଏତେ ଯତ୍ନ ନେଲା ପରେ ବି ପିଲାର ସବୁବେଳେ ଦେହ ଖରାପ ହୁଏ। ଏହାର କାରଣ ପିଲାଙ୍କୁ ଗାଧୋଇବାବେଳେ ହେଉଥିବା କିଛି ଭୁଲ୍‌।

ଛୋଟ ପିଲାଙ୍କୁ ସଠିକ୍‌ ସମୟରେ ଗାଧୋଇବା ଓ ମାଲିସ୍ କରିବା ଉଚିତ୍। ସେମାନଙ୍କୁ ଗାଧୋଇବା ସମୟରେ ଏପରି କିଛି ଭୁଲ୍‌ କରନ୍ତୁ ନାହିଁ ଯାହାଫଳରେ ତାକୁ କିଛି ସମସ୍ୟା ଭୋଗିବାକୁ ପଡ଼ିବ। ଆଜି ଆମେ ଆପଣଙ୍କୁ ଶିଶୁଙ୍କୁ ଗାଧୋଇବା ବେଳେ କିଛି ସାବଧନତା ଅବଲମ୍ବନ କରିବାର ଟିପ୍ସ ଦେବୁ।

୧) ଶିଶୁକୁ କେବେ ହେଲେ ତା’ର ଶୋଇବା ସମୟ କି ଭୋକ ଲାଗୁଥିବା ଅବସ୍ଥାରେ ଗାଧାନ୍ତୁ ନାହିଁ।

୨) ଗାଧୋଇବା ସମୟରେ ପିଲାକୁ ଯେପରି ଥଣ୍ଡା ନ ଲାଗେ ସେଥିପ୍ରତି ଧ୍ୟନ ଦିଅନ୍ତୁ। ତେଣୁ ପିଲାକୁ ସମ୍ପୁର୍ଣ୍ଣ ଥଣ୍ଡା ପାଣିରେ ନ ଗାଧୋଇ ଟିକେ ଉଷୁମ ପାଣିରେ ଗାଧାନ୍ତୁ।

୩) ପ୍ରତିଦିନ ସାବୁନ କି ଶାମ୍ପୁର ବ୍ୟବହାର କରିବା ଆବଶ୍ୟକ ନୁହେଁ। ତେଣୁ ସପ୍ତାହରେ ୨ରୁ ୩ ଥର ହିଁ ଏହାର ବ୍ୟବହାର କରନ୍ତୁ।

୪) ଗାଧୋଇବା ପୂର୍ବରୁ ପିଲାକୁ ମାଲିଶ୍ କରନ୍ତୁ ଓ ଗାଧୋଇବା ପରେ ଶରୀରରେ ମୟଶ୍ଚରାଇଜର୍ ଲଗାଇବାକୁ ଭୁଲନ୍ତୁ ନାହିଁ।

୫) ଯଦି ପ୍ରଥମ ଥର ଶିଶୁକୁ ସାବୁନ କିମ୍ବା ଶାମ୍ପୁ ଲଗାଇବାକୁ ଯାଉଛନ୍ତି ତେବେ ପ୍ରଥମେ ତାଙ୍କ ତ୍ୱଚାରେ ଟିକେ ଲଗାଇ ଦେଖନ୍ତୁ ଏହା ତାଙ୍କୁ ସୁଟ୍‌ କରୁଛି କି ନାହିଁ। ଯଦି ଏହା ଲଗାଇବା ଦ୍ୱାରା ତ୍ୱଚା ଲାଲ୍‌ ପଡ଼ିଯାଉଛି କିମ୍ବା କୁଣ୍ଡେଇ ହୋଇ ଫଳିଯାଉଛି ତେବେ ସେ ସାବୁନ କିମ୍ବା ଶାମ୍ପୁ ବ୍ୟବହାର କରନ୍ତୁ ନାହିଁ।

୬) ପିଲାଙ୍କ ପାଇଁ ସବୁବେଳେ ସୁଗନ୍ଧ ମୁକ୍ତ ସାବୁନ ହିଁ ବାଛନ୍ତୁ। କାରଣ ସୁଗନ୍ଧ ଯୁକ୍ତ ସାବୁନରେ ଅନେକ କେମିକାଲ୍ସ ଥାଏ।

୭) ଗାଧୋଇ ସାରିବା ପରେ ପିଲାକୁ ଭଲ ଭାବେ ପୋଛିବା ପରେ ଡ୍ରେସ୍‌ ପିନ୍ଧାନ୍ତୁ। ଏହାପରେ ତୁରନ୍ତ ତାଙ୍କୁ ଖାଇବାକୁ ଦିଅନ୍ତୁ। କାରଣ ଗାଧୋଇ ସାରିବା ବେଶି ସମୟ ବେଶି ସମୟ ଖାଲିପେଟରେ ରହିଲେ ଥଣ୍ଡା ହୋଇଥାଏ।



from Odisha Reporter https://ift.tt/2QuTi8d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages