
ନୂଆଦିଲ୍ଲୀ: ୫ଥରର ମିଜୋରାମ ମୁଖ୍ୟମନ୍ତ୍ରୀ ଲାଲ ଥାନ୍ୱାଲା ଚଳିତ ନିର୍ବାଚନରେ ୨ଟି ଆସନରୁ ଲଢ଼ୁଥିଲେ। ହେଲେ ସେ ଗୋଟିଏ ହେଲେ ଆସନରେ ଜିତି ପାରିନାହାନ୍ତି। ଉଭୟ ଆସନରେ ତାଙ୍କର ଶୋଚନୀୟ ପରାଜୟ ହୋଇଛି। କିଛି ସମୟ ପୂର୍ବରୁ ସେ ଚମ୍ଫାଇ ଆସନରୁ ପରାସ୍ତ ହୋଇଥିବା ବେଳେ ଏବଂ ସେରଚ୍ଚିପ୍ ଆସନରୁ ମଧ୍ୟ ସମାନ ଝଟ୍କା ପାଇଛନ୍ତି। ଅର୍ଥାତ ତାଙ୍କର ମୂଳପୋଛ ହୋଇଛି।
ଏଠାରେ କଂଗ୍ରେସ କ୍ଷମତାରେ ଥିବା ବେଳେ ଲାଲ ଥାନ୍ୱାଲା ମୁଖ୍ୟମନ୍ତ୍ରୀ ହୋଇଥିଲା। କିନ୍ତୁ ଏମଏନ୍ଏଫ୍ ଏବେ ସରକାର ଗଠନ କରିବାକୁ ଯାଉଛି।
ଏଠାରେ ଏମଏନ୍ଏଫ୍ ୨୯, କଂଗ୍ରେସ ୬ ଓ ଅନ୍ୟାନ୍ୟ ୩ଟି ଆସନରେ ଆଗରେ ରହିଛନ୍ତି। ତେଣୁ ଏଠାରେ ଏମ୍ଏନ୍ଏଫ୍ ସରକାର ଗଢ଼ିବା ସ୍ପଷ୍ଟ ହୋଇଛି। ଏଠାରେ ସରକାର ଗଠନ କରିବାକୁ ମ୍ୟାଜିକ୍ ନମ୍ବର ହେଉଛି ୨୧।
from Odisha Reporter https://ift.tt/2zVHilX
No comments:
Post a Comment