
ବାଲେଶ୍ୱର (ରଶ୍ମୀ ରଞ୍ଜନ ଦାସ): ବାଲେଶ୍ୱର ସହର ସ୍ଥିତ ଅରଡ଼ ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବ୍ୟାପାରକୁ ନେଇ ଜଣେ ନାବାଳିକାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁସାରେ, ଅରଡ଼ ବଜାରର ସେକ୍ ସାହାବାଦ୍ ନାମକ ଜଣେ ଯୁବକ ନାବାଳିକାଙ୍କୁ ୮ଦିନ ତଳେ ଘରୁ ନେଇ ପଳାଇ ଯାଇଥିଲେ। ତେବେ ଗତକାଲି ରାତିରେ ନାବାଳିକାକୁ କେହି ଗୁଳିକରି ହତ୍ୟା କରିଥିବା ନେଇ ଯୁବକ ଜଣଙ୍କ ନାବାଳିକାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ଲୋକେ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ। ତେବେ କିଏ ଏବଂ କାହିଁକି ନାବାଳିକାକୁ ହତ୍ୟା କଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନି।
ପୁଲିସ୍ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।
ପ୍ରେମକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି। ଏହି ମାମଲାରେ ପୁଲିସ୍ ସେକ୍ ସାହାବାଦ୍ ଓ ତାଙ୍କ ବାପାକୁ ଅଟକ ରଖି ପଚରାଉଚୁରା କରୁଛି।
ଘଟଣାର ତଦନ୍ତ ଜାରି ରହିଛି।
from Odisha Reporter http://bit.ly/2RczJRP
No comments:
Post a Comment