ଜାନୁଆରୀରେ ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶା ଆସିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ଜାନୁଆରୀରେ ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶା ଆସିବେ

pm

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଡିସେମ୍ବର ମାସ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ସେ ୧୪,୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ।

ଏହି ଗସ୍ତ ପରେ ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ମିଳିଛି। ସେ ଜାନୁଆରୀ ୫ ଓ ୧୬ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଜାନୁଆରୀ ୫ରେ ଆସିଲେ ସେ ବାରିପଦା ଯିବେ ଏବଂ ୧୬ ତାରିଖରେ ପଶ୍ଚିମ ଓଡ଼ିଶା ଗସ୍ତରେ ଯାଇପାରନ୍ତି।

ଡିସେମ୍ବର ୨୪ ତାରିଖରେ ଓଡ଼ିଶା ଗସ୍ତ ବେଳେ ପ୍ରଧାନମନ୍ତ୍ରୀ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ଅବସରରେ ପାଇକ ବିଦ୍ରୋହର ସ୍ମାରକୀ ଡାକଟିକେଟ୍ ଓ ୨୦୦ଟଙ୍କିଆ ସ୍ମାରକୀ ମୁଦ୍ରା ସମେତ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଗବେଷଣା ଚେୟାରକୁ ଲୋକାର୍ପଣ କରିବେ। ଏହି ଚେୟାର ପାଇଁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ୫କୋଟି ଟଙ୍କାର କର୍ପସ ପାଣ୍ଠି ଯୋଗାଇ ଦିଆଯିବ।

ସେହିପରି ୧୨୬୦କୋଟି ଟଙ୍କା ବିନିଯୋଗରେ ସମସ୍ତ ଭିତ୍ତିଭୂମି ଥିବା ଆଇଆଇଟିର ନୂଆ କ୍ୟାମ୍ପସକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବା ସହ ବ୍ରହ୍ମପୁରରେ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ଆଇଜର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବେ। ୩୮୦୦କୋଟି ଟଙ୍କାର ପାରାଦୀପରୁ ହାଇଦ୍ରାବାଦ ପର୍ଯ୍ୟନ୍ତ ଗ୍ୟାସ୍ ପାଇପଲାଇନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶୁଭାରମ୍ଭ, ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନାରେ ଝାରଖଣ୍ଡର ବୋକାରୋରୁ ଅନୁଗୋଳ ପର୍ଯ୍ୟନ୍ତ ୩୪୩୭ କୋଟି ଟଙ୍କାର ପାଇପଲାଇନ ପ୍ରକଳ୍ପ, ଭୁବନେଶ୍ୱରରେ ଇଏସଆଇ ହସ୍ପିଟାଲରେ ୫୦ଟି ନୂଆ ଶଯ୍ୟା ସହ ପୁରୁଣା ୫୦ ଶଯ୍ୟାର ଆଧୁନିକୀକରଣ କାର୍ଯ୍ୟର ଶିଳାନ୍ୟାସ, ୨୨୦୦କୋଟି ଟଙ୍କାର ଜାତୀୟ ରାଜପଥ-୧୬କୁ ୬ ଲେନ୍ ବିଶିଷ୍ଟ କରିବାର ନିର୍ମାଣ କାର୍ଯ୍ୟ ଆରମ୍ଭ, ୨ହଜାର କୋଟି ଟଙ୍କା ବ୍ୟୟରେ କଟକ-ଅନୁଗୋଳ ଜାତୀୟ ରାଜପଥର ୪ ଲେନ୍ ବିଶିଷ୍ଟ କାର୍ଯ୍ୟର ଶିଳାନ୍ୟାସ ସହ ଲଳିତଗିରିରେ ବୌଦ୍ଧ କୀର୍ତ୍ତିରାଜି ସଂରକ୍ଷିତ ଥିବା ଏକ ମ୍ୟୁଜିୟମର ଲୋକାର୍ପଣ କରିବେ।

ଆଇଆଇଟି ନୂଆ କ୍ୟାମ୍ପସରୁ ପ୍ରଧାନମନ୍ତ୍ରୀ ଏହି ସମସ୍ତ ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟ ସମ୍ପନ୍ନ କରିବେ। ଏହାପରେ ସେ ଏକ ଜନସଭାକୁ ସମ୍ବୋଧିତ କରିବେ।



from Odisha Reporter http://bit.ly/2LvERLk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages