ବିଶ୍ୱରେକର୍ଡର ସମକକ୍ଷ ହେଲେ ୱିକେଟ୍ କିପର୍ ଋଷଭ ପନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ବିଶ୍ୱରେକର୍ଡର ସମକକ୍ଷ ହେଲେ ୱିକେଟ୍ କିପର୍ ଋଷଭ ପନ୍ତ

rishabh

ଆଡେଲେଡ୍‌: ପ୍ରଥମ ଟେଷ୍ଟରେ ଭାରତକୁ ସଫଳତା ମିଳିଛି। ଏହି ରୋମାଞ୍ଚକର ମ୍ୟାଚ୍‌ରେ ଭାରତ ୩୧ ରନ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହା ସହିତ ଅଷ୍ଟ୍ରେଲିଆରେ ୧୦ ବର୍ଷ ପରେ ପୁଣି ଏକ ଟେଷ୍ଟ୍ ମ୍ୟାଚ୍‌ ଜିତିଛି ଟିମ୍ ଇଣ୍ଡିଆ। ଏହା ପୂର୍ବରୁ ୨୦୦୮ରେ ପର୍ଥରେ ଦଳକୁ ଏଭଳି ସଫଳତା ମିଳିଥିଲା।

ଏହି ମ୍ୟାଚ୍‌ରେ କିଛି ଖେଳାଳି ବ୍ୟକ୍ତିଗତ ଭାବେ କିଛି ରେକର୍ଡ ମଧ୍ୟ କରିଛନ୍ତି। ଯେମିତି କି ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆରେ ଟେଷ୍ଟ୍ ମ୍ୟାଚ୍ ଜିତିବାରେ ବିରାଟ କୋହଲି ହୋଇଯାଇଛନ୍ତି ଏସିଆର ପ୍ରଥମ ଅଧିନାୟକ। ଅର୍ଥାତ୍ କ୍ରିକେଟ୍ ଖେଳୁଥିବା କୌଣସି ଏସୀୟ ଦେଶର ଅଧିନାୟକଙ୍କୁ ପୂର୍ବରୁ ଏହି ସଫଳତା ମିଳି ନଥିଲା।

ବିରାଟଙ୍କ ପରି ୱିକେଟ୍ କିପର୍ ଋଷଭ ପନ୍ତ ମଧ୍ୟ ଏକ ରେକର୍ଡ କରିଛନ୍ତି। ସେ ଏକ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛନ୍ତି। ବ୍ୟାଟିଂରେ ବିଶେଷ କିଛି କରି ପାରି ନଥିଲେ ବି ୱିକେଟ୍ ପଛରେ ସେ ବେଶ୍ ଭଲ ପ୍ରଦର୍ଶନ କରିଥିଲେ।

ଏହି ଟେଷ୍ଟ୍ ମ୍ୟାଚ୍‌ରେ ଋଷଭ ମୋଟ ୧୧ଟି କ୍ୟାଚ୍ ଧରିଥିଲେ। ଆଉ ଏହା ସହିତ ସେ ଗୋଟିଏ ଟେଷ୍ଟ୍ ମ୍ୟାଚ୍‌ରେ ସର୍ବାଧିକ କ୍ୟାଚ୍‌ ଧରିବାରେ ୱିକେଟ୍ କିପର ଜ୍ୟାକ୍ ରସେଲ ଓ ଏବି ଡି ଭିଲିୟର୍ସଙ୍କ ସମକକ୍ଷ ହୋଇଛନ୍ତି। ଏ ଦୁହେଁ ବି ଗୋଟିଏ ଟେଷ୍ଟ୍ ମ୍ୟାଚ୍‌ରେ ୧୧ଟି କ୍ୟାଚ୍ ଧରିଥିଲେ।

ଋଷଭ ପନ୍ତ ପ୍ରଥମ ଇନିଂସ୍‌ରେ ୬ଟି କ୍ୟାଚ୍ ଧରିଥିବା ବେଳେ ଦ୍ୱିତୀୟ ଇନିଂସ୍‌ରେ ୫ଟି କ୍ୟାଚ୍ ଧରି ଥିଲେ। ପ୍ରଥମ ଇନିଂସରେ ୬ଟି କ୍ୟାଚ୍ ଧରି ସେ ଭାରତୀୟ ୱିକେଟ୍ କିପର୍‌ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସମକକ୍ଷ ହୋଇଥିଲେ। ୨୦୦୯ରେ ୱେଲିଙ୍ଗଟନ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଧୋନି ଗୋଟିଏ ଇନିଂସ୍‌ରେ ୬ଟି ୱିକେଟ୍ ନେଇଥିଲେ।

ଜ୍ୟାକ୍ ରସେଲ, ଏବି ଡି ଭିଲିୟର୍ସ ଓ ଋଷଭ ପନ୍ତଙ୍କ ତଳକୁ ଅଛନ୍ତି ବବ୍ ଟେଲର (ଇଂଲଣ୍ଡ), ଆଦାମ ଗିଲଖ୍ରୀଷ୍ଟ (ଅଷ୍ଟ୍ରେଲିଆ) ଓ ରିଦ୍ଧିମାନ ଶାହା (ଭାରତ)। ଏ ତିନି ଜଣ ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ୧୦ଟି କ୍ୟାଚ୍ ଧରିଥିଲେ। ତେଣୁ ଏହି ତାଲିକାରେ ଏବେ ଭାରତୀୟଙ୍କ ମଧ୍ୟରେ ଋଷଭ ଶୀର୍ଷରେ ରହିଛନ୍ତି।

ଏଯାବତ ମାତ୍ର ୬ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ଋଷଭ ୩୧ଟି କ୍ୟାଚ୍ ଧରି ସାରିଛନ୍ତି।



from Odisha Reporter https://ift.tt/2Qnz9kF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages