
ବିଜୟୱାଡା: ସାମୁଦ୍ରିକ ଘୂର୍ଣ୍ଣିଝଡ଼ ପେଥାଇ ଆଜି ମଧ୍ୟାହ୍ଣ ୧୨.୩୦ରେ ସ୍ଥଳଭାଗ ଛୁଇଁଛି। ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିଥିବା ପେଥାଇ ତାଣ୍ଡବ ରଚିଛି। ବର୍ତ୍ତମାନ ସୁଦ୍ଧର ପେଥାଇ ପ୍ରଭାବରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କେଉଁଠି ଗଛ ଉପୁଡ଼ି ପଡ଼ିଥିବା ବେଳେ ଆଉ କେଉଁଠି ବିଦ୍ୟୁତ ଖୁଣ୍ଟ ଉପୁଡ଼ି କାର୍ ଉପରେ ପଡ଼ିଛି। ପେଥାଇ ଦ୍ୱାରା ଆନ୍ଧ୍ର କାଟ୍ରେନିକୋନା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏବେ ବି ପ୍ରବଳ ବର୍ଷା ଓ ପବନ ଜାରି ରହିଥିବାରୁ କ୍ଷୟକ୍ଷତିର ସଠିକ ଆକଳନ କରାଯାଇପାରିନାହିଁ। ପେଥାଇର ଲ୍ୟାଣ୍ଡଫଲକୁ ଦୃଷ୍ଟିରେ ରଖି ଆଜି ଆନ୍ଧ୍ର ପ୍ରଦେଶର ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଥିଲା।
ସ୍ଥିତି ସମୀକ୍ଷା କରୁଥିବା ରାଜ୍ୟ ଗୃହ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପେଥାଇ ଲ୍ୟାଣ୍ଡଫଲ କରିବା ସମୟରେ ପ୍ରବଳ ବର୍ଷା ହୋଇଥିଲା। ଏହି କାରଣରୁ ବିଜୟୱାଡାରେ ମାଟି ଅତଡ଼ା ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଲ୍ୟାଣ୍ଡଫଲ ବେଳେ ପବନର ଘଣ୍ଟାପ୍ରତି ବେଗ ୮୦ରୁ ୧୦୦ କିମି ରହିଥିଲା। ଏଥିଯୋଗୁ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ଯାଇଛି। ବିଭିନ୍ନ ସ୍ଥାନରେ ନ୍ୟାଶନାଲ ଏବଂ ଷ୍ଟେଟ୍ ବିପର୍ଯ୍ୟୟ ରିଲିଫ୍ ଟିମ୍ ଓ ୧୦ ହଜାର କର୍ମଚାରୀ ସମସ୍ତ ପ୍ରକାରର ପରିସ୍ଥିତିକୁ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି।
୫୦ଟି ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ବିଶାଖାପଟନମ୍ର ଏୟାର ଟ୍ରାଫିକ୍ରେ ସମସ୍ୟା ହେବାରୁ କିଛି ବିମାନକୁ ମଧ୍ୟ ବାତିଲ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଆନ୍ଧ୍ର ପ୍ରଦେଶରେ ପେଥାଇ ଯୋଗୁ ୪ ହଜାର ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଥିବା ଜଣାପଡ଼ିଛି। ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହେବାରୁ ଟ୍ରାଫିକ ସମସ୍ୟା ମଧ୍ୟ ସୃଷ୍ଟି ହୋଇଛି। ବିଶେଷ କରି ବିଜୟୱାଡାର ଚିଟିନଗର ବର୍ଷା ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏବେ ବିଭିନ୍ନ ସ୍ଥାନରେ ମରାମତି କାମ ଆରମ୍ଭ ହେବା ସହ ରାସ୍ତା ଉପରେ ପଡ଼ିଥିବା ଗଛ ଗୁଡ଼ିକୁ କଢ଼ା ଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
from Odisha Reporter https://ift.tt/2zZxOpS
No comments:
Post a Comment