ବଢ଼ୁଛି ନସୁରିଦ୍ଦିନ ଶାହଙ୍କ ଅଡ଼ୁଆ, ପାକ୍‌ ଯିବାକୁ ଟିକେଟ୍‌ ବୁକ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ବଢ଼ୁଛି ନସୁରିଦ୍ଦିନ ଶାହଙ୍କ ଅଡ଼ୁଆ, ପାକ୍‌ ଯିବାକୁ ଟିକେଟ୍‌ ବୁକ୍‌

ନୂଆଦିଲ୍ଲୀ: ବଲିଉଡ୍‌ର ଭେଟରାନ୍‌ ଅଭିନେତା ନସୁରିଦ୍ଦିନ ଶାହ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ତାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଦେଶରେ ପୁଲିସ୍‌ କର୍ମଚାରୀଙ୍କ ଜୀବନର ମୂଲ୍ୟ ଅପେକ୍ଷା ଗାଈଙ୍କ ଜୀବନର ମୂଲ୍ୟ ଅଧିକ ବୋଲି ସେ ବୟାନ ଦେଇଥିବାରୁ ଏହାକୁ ନେଇ ତାଙ୍କୁ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି।

ଉତ୍ତର ପ୍ରଦେଶ ନବ ନିର୍ମାଣ ସେନାର ମୁଖ୍ୟ ଅମିତ ଜୈନ ଏହି ଘଟଣାକୁ କେନ୍ଦ୍ର କରି ଏକ ଅଜବ କାଣ୍ଡ ଘଟାଇଛନ୍ତି। ନସୁରିଦ୍ଦିନ ଭାରତରେ ତାଙ୍କ ପିଲା କେମିତି ସୁରକ୍ଷିତ ରହିବେ ବୋଲି ପ୍ରଶ୍ନ କରିଥିବାରୁ ଅମିତ ତାଙ୍କ ପାଇଁ ପାକିସ୍ତାନ ଯିବାକୁ ଏକ ଟିକେଟ୍‌ ବୁକିଂ କରିଦେଇଛନ୍ତି। ଟିକେଟ୍‌ଟି ମୁମ୍ବାଇରୁ କଲୋମ୍ବୋ ଏବଂ କଲୋମ୍ବୋରୁ କରାଚି ଯିବାକୁ ବୁକ ହୋଇଛି। ୨୦୧୯ ଅଗଷ୍ଟ ୧୪ ପାଇଁ ଏହି ଟିକେଟ୍‌ ବୁକ୍‌ ହୋଇଛି। ଅମିତ କହିଛନ୍ତି, ନସୁରିଦ୍ଦିନ ଜଣେ ଦେଶଦ୍ରୋହୀ। ସେ ପାକିସ୍ତାନରେ ରହିବା ଦରକାର।

ଅନ୍ୟପକ୍ଷରେ ବିରୋଧ ବଢ଼ୁଥିବାରୁ ଆଜମେରଠାରେ ଆରମ୍ଭ ହେବାକୁ ଥିବା ଲିଟ୍ରେଚର ଫେଷ୍ଟିଭାଲକୁ ଯିବାକୁ ନସୁରିଦ୍ଦିନ ଶାହଙ୍କୁ ବାରଣ କରାଯାଇଛି। ଶାହ ଏବଂ ତାଙ୍କ ପତ୍ନୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବାର ଥିଲା।

ନସୁରିଦ୍ଦିନ ଶାହଙ୍କୁ ଦକ୍ଷିଣ ପନ୍ଥୀ ସଂଗଠନ ଏବଂ ବିଜେପି ଯୁବମୋର୍ଚ୍ଚାର ସଦସ୍ୟମାନେ ଆଜମେର ଆସିଲେ ବିରୋଧ କରିବେ ବୋଲି ଚେତାବନୀ ଦେଇଥିଲେ। ଏପରି କି ନସୁରିଦ୍ଦିନ କ୍ଷମା ମାଗନ୍ତୁ ବୋଲି ଦାବି କରି ସେମାନେ ଗତକାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ସ୍ଥାନରେ ନସୁରିଦ୍ଦିନଙ୍କ ପୋଷ୍ଟର ପୋଡ଼ା ଜଳା କରିଥିଲେ।

ଦେଶରେ ସାଂପ୍ରଦାୟିକ ହିଂସା ଏବଂ ଲିନଚିଂ ଘଟଣାକୁ ଦୃଷ୍ଟିରେ ରଖି ଶାହ କହିଥିଲେ ଯେ “ ଭାରତରେ ମୋ ପିଲା କେମିତି ରହିବେ,ତାକୁ ନେଇ ମୁଁ ଭୟର ବାତାବରଣ ମଧ୍ୟରେ ରହିଛି। କାରଣ ସେମାନଙ୍କ ଧର୍ମ ବୋଲି କିଛି ନାହିଁ।”

ଏଥିସହ ବୁଲନ୍ଦଶହରରେ ଗୋ-ହତ୍ୟାକୁ ନେଇ ଯେଉଁଭଳି ଦଙ୍ଗା ହୋଇଥିଲା ଏବଂ ଏଥିରେ ଜଣେ ପୁଲିସ୍‌ କର୍ମଚାରୀଙ୍କ ମୃତ୍ୟୁ ନେଇ ମଧ୍ୟ ଶ୍ରୀ ଶାହ ମତ ରଖିଥିଲେ। ଯାହାକୁ ନେଇ ଦକ୍ଷିଣପନ୍ଥୀ ସଂଗଠନ ଗୁଡ଼ିକ ତାଙ୍କୁ ବିରୋଧ କରୁଛନ୍ତି। କିନ୍ତୁ ସୋଶାଲ୍‌ ମିଡିଆରେ ନସୁରିଦ୍ଦିନଙ୍କ ସମର୍ଥନରେ ଅନେକ ମତ ରଖିଛନ୍ତି।



from Odisha Reporter http://bit.ly/2PXBfCC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages