
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆରମ୍ଭ ହୋଇଯାଇଛି କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଚର୍ଚ୍ଚିତ ପ୍ରୋଗ୍ରାମ୍ ‘ଦ କପିଲ ଶର୍ମା ଶୋ’ର ସୁଟିଂ। ଏହି କାର୍ଯ୍ୟକ୍ରମ ଜରିଆରେ ଖୁବଶୀଘ୍ର ଟିଭିରେ କମ୍ବ୍ୟାକ୍ କରୁଛନ୍ତି କପିଲ୍। ତାଙ୍କ ଶୋ’ର ନୂଆ ସେଟ୍ର ଫୋଟୋ ସୋସିଆଲ୍ ମିଡିଆରେ ବେଶ୍ ଭାଇରଲ୍ ହେବାକୁ ଲାଗିଛି।
ତେବେ ସୂଚନା ଅନୁଯାୟୀ କପିଲଙ୍କ ସୋର ପ୍ରଥମ ଅତିଥି ଭାବେ ସାମିଲ୍ ହେବେ ବଲିଉଡ ସୁପରଷ୍ଟାର ସଲମାନ ଖାନ୍। ପୂର୍ବ ଭଳି ସୋରେ ଚନ୍ଦନ, କିକୁ ଶାରଦ ଓ ସୁମୋନା ଚକ୍ରବର୍ତ୍ତି ମଧ୍ୟ ନଜର ଆସିବେ। କିନ୍ତୁ ସେମାନଙ୍କ ସହ ଏଥର ଯୋଡି ହୋଇଛନ୍ତି କମେଡିଏନ୍ ଭାରତୀ ସିଂହ ଓ କୃଷ୍ଣା ଅଭିଷେକ। କପିଲଙ୍କ ଶୋ’ର ଟିଜର୍ ଜାରି ହେବା ସହ ଏହାର ରିଲିଜକୁ ନେଇ ମଧ୍ୟ ସୂଚନା ଦିଆଯାଇଛି। ବହୁ ବିବାଦ ପରେ କପିଲ ପୁଣିଥରେ ଏହି ଶୋ’ ଜରିଆରେ ନୂଆ କରି ନିଜ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି।

ପୂର୍ବରୁ ଆମେ ଆପଣଙ୍କୁ ସୂଚନା ଦେଇଥିଲୁ ଯେ, ବଲିଉଡ୍ର ଦବଙ୍ଗ ସଲମାନ୍ କପିଲ୍ ଓ ସୁନିଲ୍ ଗ୍ରୋଭର୍ଙ୍କର ପ୍ୟାଚ୍ଅପ୍ କରାଇଥିଲେ। ଏହା ପରେ ଦୁଇଜଣଙ୍କ ଭିତରେ ସବୁକିଛି ସ୍ୱଭାବିକ ହୋଇଯାଇଥିଲା। ହେଲେ କପିଲ୍ଙ୍କର ଏହି ଶୋ’ରେ ସୁନିଲ୍ ସାମିଲ୍ ଅଛନ୍ତି କି ନାହିଁ ତାହା ଏ ଯାଏ ଜଣାପଡ଼ିନାହିଁ।
from Odisha Reporter https://ift.tt/2Pnou3M
No comments:
Post a Comment