ଦିନ ତମାମ ହାଇଡ୍ରାମା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେଲେ କମଲନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଦିନ ତମାମ ହାଇଡ୍ରାମା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହେଲେ କମଲନାଥ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଦିନତମାମ ହାଇଡ୍ରାମାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ମାରାଥନ ଆଲୋଚନା ପରେ କମଲନାଥଙ୍କ ମୁଣ୍ଡରେ ହାତୀ ସୁନା କଳସୀ ଢାଳିଛି। ଅର୍ଥାତ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ କମଲନାଥ ହିଁ ଶପଥ ଗ୍ରହଣ କରିବେ। କମଲନାଥଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ରହିଥିଲେ। ହେଲେ ରାହୁଲ ଗାନ୍ଧି ଯୁବଗୋଷ୍ଠୀଙ୍କ ପସନ୍ଦ ସିନ୍ଧିଆଙ୍କ ବଦଳରେ ବରିଷ୍ଠ ରାଜନେତା କମଲନାଥଙ୍କୁ ମଧ୍ୟପ୍ରଦେଶର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ଉଭୟ ନେତା ଆଜି ଦିନ ତମାମ ରାହୁଲ ଗାନ୍ଧିଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରିଥିଲେ। ରାତି ପ୍ରାୟ ୯ଟା ବେଳକୁ ଉଭୟ ନେତା ଦିଲ୍ଲୀରୁ ବାହାରି ଭୋପାଲରେ ପହଞ୍ଚିଥିଲେ। ତଥାପି ସେ ପର୍ଯ୍ୟନ୍ତ କିଏ ମୁଖ୍ୟମନ୍ତ୍ରୀ ହେବ, ତାକୁ ନେଇ ସସ୍‌ପେନ୍ସ ଜାରି ରହିଥିଲା।

କମଲନାଥ ଭୋପାଲରେ ପହଞ୍ଚିବା କ୍ଷଣି ତାଙ୍କର ବଡ଼ ବଡ଼ ପୋଷ୍ଟର ଧରି ସମର୍ଥକମାନେ ନାରା ବାଜି କରିଥିଲେ। ଏଥିରୁ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଥିଲା। କିନ୍ତୁ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଥିଲା।

ରାତି ପ୍ରାୟ ୧୦.୪୨ରେ ଦଳର ଅନ୍ୟତମ ବରିଷ୍ଠ ନେତା ଦିଗବିଜୟ ସିଂହ ଭୋପାଲ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିଥିଲେ। ସେ କିଛି ସମୟ ସିନ୍ଧିଆ ଏବଂ କମଲନାଥଙ୍କ ସହ ଆଲୋଚନା କରିବା ପରେ ମିଳିତ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏଥିରେ କମଲନାଥ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି। ତେବେ ମଧ୍ୟପ୍ରଦେଶରେ କେହି ବି ଉପ ମୁଖ୍ୟମନ୍ତ୍ରୀ ରହିବେ ନାହିଁ। କମଲନାଥ ଏବେ ମଧ୍ୟପ୍ରଦେଶ ପିସିସି ସଭାପତି ଭାବେ କାର୍ଯ୍ୟ କରୁଛନ୍ତି।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ନବ ନିର୍ବାଚିତ ବିଧାୟକମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଏଥିସହ କେନ୍ଦ୍ରୀୟ ପର୍ଯ୍ୟବେପକ୍ଷ ଏକେ ଆଣ୍ଟୋନୀ ମଧ୍ୟ ଉପସ୍ଥିତ ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଦିନତମାମ ହାଇଡ୍ରାମାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ ମାରାଥନ ଆଲୋଚନା ପରେ କମଲନାଥଙ୍କ ମୁଣ୍ଡରେ ହାତୀ ସୁନା କଳସୀ ଢାଳିଛି। ଅର୍ଥାତ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଭାବେ କମଲନାଥ ହିଁ ଶପଥ ଗ୍ରହଣ କରିବେ। କମଲନାଥଙ୍କ ବ୍ୟତୀତ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ରହିଥିଲେ। ହେଲେ ରାହୁଲ ଗାନ୍ଧି ଯୁବଗୋଷ୍ଠୀଙ୍କ ପସନ୍ଦ ସିନ୍ଧିଆଙ୍କ ବଦଳରେ ବରିଷ୍ଠ ରାଜନେତା କମଲନାଥଙ୍କୁ ମଧ୍ୟପ୍ରଦେଶର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି।

ଉଭୟ ନେତା ଆଜି ଦିନ ତମାମ ରାହୁଲ ଗାନ୍ଧିଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରିଥିଲେ। ରାତି ପ୍ରାୟ ୯ଟା ବେଳକୁ ଉଭୟ ନେତା ଦିଲ୍ଲୀରୁ ବାହାରି ଭୋପାଲରେ ପହଞ୍ଚିଥିଲେ। ତଥାପି ସେ ପର୍ଯ୍ୟନ୍ତ କିଏ ମୁଖ୍ୟମନ୍ତ୍ରୀ ହେବ, ତାକୁ ନେଇ ସସ୍‌ପେନ୍ସ ଜାରି ରହିଥିଲା।

କମଲନାଥ ଭୋପାଲରେ ପହଞ୍ଚିବା କ୍ଷଣି ତାଙ୍କର ବଡ଼ ବଡ଼ ପୋଷ୍ଟର ଧରି ସମର୍ଥକମାନେ ନାରା ବାଜି କରିଥିଲେ। ଏଥିରୁ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ପଷ୍ଟ ହୋଇଥିଲା। କିନ୍ତୁ ଔପଚାରିକ ଘୋଷଣାକୁ ଅପେକ୍ଷା କରାଯାଇଥିଲା।

ରାତି ପ୍ରାୟ ୧୦.୪୨ରେ ଦଳର ଅନ୍ୟତମ ବରିଷ୍ଠ ନେତା ଦିଗବିଜୟ ସିଂହ ଭୋପାଲ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିଥିଲେ। ସେ କିଛି ସମୟ ସିନ୍ଧିଆ ଏବଂ କମଲନାଥଙ୍କ ସହ ଆଲୋଚନା କରିବା ପରେ ମିଳିତ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏଥିରେ କମଲନାଥ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରାଯାଇଛି। ତେବେ ମଧ୍ୟପ୍ରଦେଶରେ କେହି ବି ଉପ ମୁଖ୍ୟମନ୍ତ୍ରୀ ରହିବେ ନାହିଁ। କମଲନାଥ ଏବେ ମଧ୍ୟପ୍ରଦେଶ ପିସିସି ସଭାପତି ଭାବେ କାର୍ଯ୍ୟ କରୁଛନ୍ତି।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ନବ ନିର୍ବାଚିତ ବିଧାୟକମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଏଥିସହ କେନ୍ଦ୍ରୀୟ ପର୍ଯ୍ୟବେପକ୍ଷ ଏକେ ଆଣ୍ଟୋନୀ ମଧ୍ୟ ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ ରାଜସ୍ଥାନରେ ସଚିନ୍‌ ପାଇଲଟ୍‌ ନା ଅଶୋକ ଗେହେଲଟ୍‌ କିଏ ମୁଖ୍ୟମନ୍ତ୍ରୀ ହେବେ, ତାକୁ ନେଇ ଏବେ ବି ପରାଦା ହଟିନାହିଁ। ମଧ୍ୟାହ୍ଣରେ ରାହୁଲ ଗାନ୍ଧି ଉଭୟ ସଚିନ ଏବଂ ଗେହେଲଟଙ୍କ ସହ ୱାନ୍‌ ଟୁ ୱାନ୍‌ ଆଲୋଚନା କରିଥିଲେ।

ଏହାପରେ ଗେହେଲଟ୍‌ ଜୟପୁର ଚାଲି ଯାଇଥିଲେ। କିନ୍ତୁ ସଚିନ୍‌ ଯାଇ ନଥିଲେ। ରାତି ପ୍ରାୟ ୧୦.୩୦ରେ ସଚିନ୍‌ ପୁଣି ରାହୁଲ ଗାନ୍ଧିଙ୍କ ବାସଭବନକୁ ଆସି ରୁଦ୍ଧଦ୍ୱାର ବୈଠକ କରିଛନ୍ତି। ଅନ୍ୟପକ୍ଷରେ ସଚିନ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରିବା ଦାବିରେ ତାଙ୍କ ସମର୍ଥକମାନେ ଜୟପୁରରେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏସବୁକୁ ଦୃଷ୍ଟିରେ ରଖି କଂଗ୍ରେସ ହାଇକମାଣ୍ଡଙ୍କ ଚିନ୍ତା ବଢ଼ିଯାଇଛି।

ସଚିନ୍‌ ପାଇଲଟ୍‌ ତୃଣମୂଳ ସ୍ତରରେ କଂଗ୍ରେସ କର୍ମୀଙ୍କୁ ଏକାଠି କରି ନିର୍ବାଚନରେ ଦଳର ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। କଂଗ୍ରେସ କହିଲେ ରାଜସ୍ଥାନରେ ସଚିନ୍‌ଙ୍କୁ ବୁଝାଏ। ଏପରି ସ୍ଥିତିରେ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରୁଛି, ତାହା ଉପରେ ସମସ୍ତଙ୍କ ନଜର।

ଗତକାଲିଠାରୁ କିଏ ମୁଖ୍ୟମନ୍ତ୍ରୀ ହେବ, ତାକୁ ନେଇ ସସପେନ୍ସ ଜାରି ରହିଥିଲା। ବିବାଦ ବଢ଼ିବାରୁ ୨ ରାଜ୍ୟର ୪ ମୁଖ୍ୟମନ୍ତ୍ରୀ ଦାବିଦାରଙ୍କୁ କଂଗ୍ରେସ ଅଧ୍ୟକ୍ଷ ଦିଲ୍ଲୀ ଡକାଇଥିଲେ। ପ୍ରଥମେ ସଂପୃକ୍ତ ରାଜ୍ୟଗୁଡ଼ିକ ପର୍ଯ୍ୟବେକ୍ଷକଙ୍କ ସହ ରାହୁଲ ଗାନ୍ଧି ଆଲୋଚନା କରିଥିଲେ। ସେମାନଙ୍କ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ସମସ୍ତ ୪ ନେତାଙ୍କ ଦହ ୱାନ ଟୁ ୱାନ୍‌ ଆଲୋଚନା କରିଥିଲେ।

from Odisha Reporter https://ift.tt/2QNJSnU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages