
ଇମ୍ଫାଲ: ମଣିପୁରର ୧୮ ବର୍ଷୀୟ ବାମହାତୀ ଦ୍ରୁତ ବୋଲର ରାଜକୁମାର ରେକ୍ସ ସିଂହ ଇତିହାସ ସୃଷ୍ଟି କରିଛନ୍ତି। ସେ କୁଚ ବେହାର ଟ୍ରଫିର ଅଣ୍ଡର-୧୯ ବର୍ଗର ଏକ ମ୍ୟାଚ୍ର ଦ୍ୱିତୀୟ ଇନିଂସ୍ରେ ସମସ୍ତ ୧୦ଟି ୱିକେଟ୍ ଦଖଲ କରିଛନ୍ତି। ଅରୁଣାଚଳ ପ୍ରଦେଶ ଏବଂ ମଣିପୁର ମଧ୍ୟରେ ଚାଲିଥିବା ମ୍ୟାଚ୍ରେ ରାଜକୁମାର ୯.୫ ଓଭର୍ରେ ୧୧ ରନ୍ ଦେଇ ୧୦ଟି ୱିକେଟ୍ ନେଇଛନ୍ତି। ଏହି ସ୍ପେଲ୍ରେ ସେ ୬ଟି ମେଡେନ୍ ଓଭର ମଧ୍ୟ ବୋଲିଂ କରିଛନ୍ତି। ରାଜକୁମାରଙ୍କ ଘାତ ବୋଲିଂ ବଳରେ ମଣିପୁର ପ୍ରତିପକ୍ଷ ଅରୁଣାଚଳ ପ୍ରଦେଶକୁ ୧୮.୫ ଓଭର୍ରେ ମାତ୍ର ୩୬ ରନ୍ରେ ଅଲଆଉଟ୍ କରିଦେଇଥିଲା।
ରାଜକୁମାର ୩ଥର ହ୍ୟାଟ୍ରିକ ନେବାର ସୁଯୋଗ ପାଇଥିଲେ ହେଁ ଏହା ସଫଳ ହୋଇ ନଥିଲା। ୧୦ଟି ୱିକେଟ୍ ମଧ୍ୟରୁ ୫ ଜଣ ବ୍ୟାଟସ୍ମ୍ୟାନ୍ କ୍ଲିନ୍ ବୋଲ୍ଡ ହୋଇଥିବା ବେଳେ ୨ ଜଣ ଏଲବିଡବ୍ଲ୍ୟୁ ଏବଂ ୩ ଜଣ ବ୍ୟାଟସ୍ମ୍ୟାନ୍ କ୍ୟାଚ୍ ଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ।
ମ୍ୟାଚ୍ କଥା ବିଚାରକୁ ନେଲେ ଅନନ୍ତପୁରରେ ଚାଲିଥିବା ମ୍ୟାଚ୍ରେ ଅରୁଣାଚଳ ପ୍ରଦେଶ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୧୩୮ ରନ୍ କରିଥିଲା। ଏହି ଇନିଂସ୍ରେ ରାଜକୁମାର ୩୩ ରନ୍ ଦେଇ ୫ଟି ୱିକେଟ୍ ଦଖଲ କରିଥିଲେ। ଏହାପରେ ମଣିପୁର ତା’ର ପ୍ରଥମ ଇନିଂସରେ ୧୨୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ଅରୁଣାଚଳ ପ୍ରଦେଶ ଗୁରୁତ୍ୱପୂର୍ଣ୍ଣ ୧୬ ରନ୍ର ଅଗ୍ରଣୀ ପାଇଥିଲା।
ଦ୍ୱିତୀୟ ଇନିଂସ୍ରେ ଅରୁଣାଚଳ ପ୍ରଦେଶ ଅଧିକ ଲିଡ୍ ହାସଲ କରିବ ବୋଲି ଭାବିଥିଲା। କିନ୍ତୁ ରାଜକୁମାରଙ୍କ ଘାତକ ବୋଲିଂ ଯୋଗୁ ଦଳ ୩୬ ରନ୍ କରିପାରିଥିଲା। ଫଳରେ ମ୍ୟାଚ୍ ଜିତିବାକୁ ମଣିପୁରକୁ ୫୩ ରନ୍ର ଟାର୍ଗେଟ ମିଳିଥିଲା। ଯାହାକୁ ଦଳ ବିନା କ୍ଷତିରେ ହାସଲ କରି ନେଇଥିଲା।
from Odisha Reporter https://ift.tt/2SKnlFQ
No comments:
Post a Comment