ଭଡ଼ାରେ ଟ୍ରେଣ୍ଡ୍‌ କରୁଥିଲେ ବଟସେନା, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ ଲେଖିଲେ ପ୍ରବୀଣ ପଟ୍ଟନାୟକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ଭଡ଼ାରେ ଟ୍ରେଣ୍ଡ୍‌ କରୁଥିଲେ ବଟସେନା, ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାଁ ଲେଖିଲେ ପ୍ରବୀଣ ପଟ୍ଟନାୟକ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୪ରେ ଆରମ୍ଭ ହୋଇଥିବା ନିର୍ବାଚନୀ ତରିକା ୨୦୧୯ରେ ବ୍ୟାପକ ହୋଇଛି। ଏବେ ଲଢ଼େଇ ରାଜନୀତିକ ଦଳ ମଧ୍ୟରେ ସୀମିତ ହୋଇରହିନାହିଁ। ଏବେ ଭର୍ଚୁଆଲ ଲଢ଼େଇ ପାଇଁ ମଧ୍ୟ ରଣଭୂମି ପ୍ରସ୍ତୁତ ହୋଇସାରିଛି। ସମସ୍ତ ଦଳର ବ୍ଲକ୍‌ଠାରୁ ଆରମ୍ଭ କରି ବିଭିନ୍ନ ସାଂଗଠନିକ ଜିଲ୍ଲାରେ ସୋଶାଲ ମିଡିଆ ଆର୍ମି ପ୍ରସ୍ତୁତ ହୋଇ ରହିଛନ୍ତି। ବିଭିନ୍ନ ଗ୍ରୁପ୍‌ ଖୋଲାଯାଇ ଦଳ ସପକ୍ଷରେ ହାୱା କରିବାରେ ଜାତୀୟ ଦଳଙ୍କଠାରୁ ଆରମ୍ଭ କରି ଆଞ୍ଚଳିକ ଦଳ ଯାଏ କେହିପଛରେ ପଡ଼ି ନାହାନ୍ତି। କିନ୍ତୁ ଏହା ଯେ ଆତ୍ମଘାତୀ ପାଲଟିବ ସେଥିପ୍ରତି କାହାର ନିଘା ନାହିଁ।

ଆଜ୍ଞା ହଁ, ଆମେ କହୁଛୁ ଫେକ୍‌ ଆଇଡିଧାରୀଙ୍କ କଥା। ଟେକ୍ନିକାଲ୍‌ ଭାଷାରେ ଏଭଳି କିଛି ଟ୍ୱିଟର୍‌ ବଟ୍‌ ବର୍ତ୍ତମାନ ଭଡ଼ାରେ ମିଳୁଛନ୍ତି। ସେମାନଙ୍କୁ ଓଡ଼ିଆ ଟ୍ୱିଟର୍‌ ବ୍ୟବହାରକାରୀମାନେ ‘ବଟସେନା’ବୋଲି କହୁଛନ୍ତି।

ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ବା କ୍ଷମତାରେ ଥିବା ସରକାରଙ୍କର ବିଶେଷ ଉତ୍ସବ ସମୟରେ ଏକ ହ୍ୟାସ୍‌ଟ୍ୟାଗ୍‌ ଆଧାରରେ ତାହାକୁ କ୍ରୁତ୍ରିମ ଟ୍ରେଣ୍ଡ କରାଇବାରେ ପ୍ରମୁଖ ଭୂମିକା ନେଉଛନ୍ତି ଏହି ବଟସେନାମାନେ। ଏଗୁଡ଼ିକ ଟ୍ୱିଟର ଏପିଆଇ ଦ୍ୱାରା ପରିଚାଳିତ ହୋଇ ଟ୍ୱିଟ୍‌ କରିବା, ରିଟ୍ୱିଟ୍‌ କରିବା, ଲାଇକ୍‌ କରିବା, ଫଲୋ କରିବା ଏବଂ ମେସେଜ୍‌ କରିବା ପ୍ରଭୃତ କାମ ସ୍ୱୟଂ ଚାଳିତ ଭାବରେ କରିଥାଆନ୍ତି।

ତେବେ ଏପରି ସେବାର ଉପଯୋଗ କରି ଅଡ଼ୁଆରେ ପଡ଼ିଛି ବିଜୁ ଜନତା ଦଳ। ଗତକାଲି ସୁରତ୍‌ଠାରେ ଆୟୋଜିତ ‘ଓଡ଼ିଶା ମହୋତ୍ସବ’କୁ ଟ୍ରେଣ୍ଡ୍‌ କରାଇବା ପାଇଁ #OdishaMahotsavSurat ନାମରେ ଏକ ହ୍ୟାଶ୍‌ଟ୍ୟାଗ୍‌କୁ ଲୋକପ୍ରିୟ କରାଯାଉଥିଲା। ସିଭି, ଅପୂର୍ବା ସିଂହ ଏବଂ ତାପସୀ ଭଳି ଝିଅଙ୍କ ନାଁ ସହିତ ସୁନ୍ଦରୀ ଝିଅଙ୍କ ଫଟୋ ସହିତ ଏହି ଆଇଡିଗୁଡ଼ିକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କର ଭୁରୁଭୁରି ପ୍ରଶଂସା କରାଯାଇଛି। କିନ୍ତୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଦଳରେ ପ୍ରବୀଣ ପଟ୍ଟନାୟକ ଲେଖାଯାଇଛି। ଯାହାକୁ ନେଇ ମୁଖର ହୋଇଛି ସୋଶାଲ ମିଡିଆ।

କିଛି ଟ୍ୱିଟର୍‌ ବ୍ୟବହାରକାରୀ ତ ମଜାରେ ଲେଖିଛନ୍ତି ‘Praveen Pattnaik’ ଟ୍ରେଣ୍ଡ୍‌ ନହେଇଯାଉ। ଦେଖନ୍ତୁ କ’ଣ କହୁଛନ୍ତି ସୋଶାଲ୍‌ ମିଡିଆ ବ୍ୟବହାରକାରୀ।



from Odisha Reporter https://ift.tt/2CkkRse

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages