ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପୁନଃପ୍ରତିଷ୍ଠା ଦାବି; ବଲାଙ୍ଗିରରେ ୨୪ ଘଣ୍ଟିଆ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ତେଜିଲା ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‌ ପୁନଃପ୍ରତିଷ୍ଠା ଦାବି; ବଲାଙ୍ଗିରରେ ୨୪ ଘଣ୍ଟିଆ ବନ୍ଦ

strike

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲାରେ ଆଜି ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପୁନଃପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ଏଥିଯୋଗୁ ବଲାଙ୍ଗିର ସହର ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଦୋକାନ-ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଳଚଳ ବି ବନ୍ଦ ରହିଛି। ରେଳ ଚଳାଚଳ ବି ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ରେଳଧାରଣାରେ ବସି ରେଳରୋକ କରିଛନ୍ତି।

ଏହି ବନ୍ଦ ପାଳନକୁ ବିଜେଡି, ବିଜେପି ଓ କଂଗ୍ରେସ ସମେତ ଜିଲ୍ଲାର ବିଭିନ୍ନ ସଂଗଠନ ସମର୍ଥନ କରୁଛନ୍ତି।

ଏହା ପୂର୍ବରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବିରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମହାବନ୍ଦ ପାଳନ କରାଯାଇଥିଲା। ଏଥିରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲା ସାମିଲ ହୋଇଥିଲେ। ଦୁଇ ଦିନ ଧରି ଏ ସବୁ ସ୍ଥାନରେ ବନ୍ଦ ପାଳନ ହୋଇଥିଲା। ତେବେ ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ଏଥିରେ ସାମିଲ ହୋଇ ନଥିଲେ। ସେହିପରି ରାଉରକେଲା ଓ ବରଗଡ଼ ସହରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳି ନଥିଲା।

strike1କ’ଣ ପାଇଁ ପୁନଃ ପ୍ରତିଷ୍ଠା ଦାବି ହେଉଛି?
୧୯୪୦ ମସିହା ସେପ୍ଟେମ୍ବର ମାସ ୬ ତାରିଖରେ ବଲାଙ୍ଗିର ଠାରେ ପାଟଣାଷ୍ଟେଟର ହାଇକୋର୍ଟ ପ୍ରତିଷ୍ଠା ହୋଇଥିଲା। ୧୯୪୫ ମସିହାରୁ ଛୋଟ ଛୋଟ ୩୮ ଟି ରାଜ୍ୟର ହାଇକୋର୍ଟ ଭାବରେ କାମ କରିଥିଲା ବଲାଙ୍ଗିର ହାଇକୋର୍ଟ। ସ୍ୱାଧୀନତା ପରେ ୧୯୪୮ ମସିହାରେ କଟକରେ ହାଇକୋର୍ଟ ସ୍ଥାପନ ହୋଇଥିଲା। ଏହା ପରେ ପାଟଣାଷ୍ଟେଟର ହାଇକୋର୍ଟ କଟକ ହାଇକୋର୍ଟରେ ମିଶିଗଲା। ସେହି ଦିନ ଠାରୁ ୭୦ ବର୍ଷ ହେଲା ବଲାଙ୍ଗିର ଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପୁନଃପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରି ଆସୁଛି ବଲାଙ୍ଗିର ଜିଲ୍ଲା ଓକିଲ ସଂଘ।

ୟଶବନ୍ତ କମିଶନଙ୍କ ଗାଇଡ୍‌ ଲାଇନ୍‌ ଅନୁଯାୟୀ, ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ପାଇଁ ବଲାଙ୍ଗିର ଉପଯୁକ୍ତ ସ୍ଥାନ ବୋଲି ଜିଲ୍ଲା ଓକିଲ ସଂଘ ପକ୍ଷରୁ କୁହାଯାଇଛି। ଏହି ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ୧୦୦ ଟି ସଂଗଠନକୁ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଛି। ଦାବି ପୂରଣ ପାଇଁ ଆଗକୁ କର ବା ମର ଲଢ଼େଇ ହେବ ବୋଲି ଧମକ ଦେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି।



from Odisha Reporter https://ift.tt/2QyDcd8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages