ସବୁଠୁ ଅଧିକ ଅନ୍ତର୍ଜାତୀୟ ଶତକ ତାଲିକାର ତୃତୀୟ ସ୍ଥାନରେ ବିରାଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ସବୁଠୁ ଅଧିକ ଅନ୍ତର୍ଜାତୀୟ ଶତକ ତାଲିକାର ତୃତୀୟ ସ୍ଥାନରେ ବିରାଟ

virat23

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପର୍ଥରେ ବିରାଟ କୋହଲି ମାରିଛନ୍ତି ତାଙ୍କ ଟେଷ୍ଟ୍ କ୍ୟାରିୟରର ୨୫ତମ ଶତକ। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ସେ ଏହି ସଫଳତା ପାଇଛନ୍ତି। ସେ ୨୧୫ ବଲ୍‌ରୁ ଏହି ଶତକ ପୂରଣ କରିଥିଲେ। ପରେ ୨୫୭ଟି ବଲ୍‌ରୁ ୧୨୩ ରନ୍ କରି ସେ ଆଉଟ୍ ହୋଇଥିଲେ।

୨୫ତମ ଟେଷ୍ଟ୍ ଶତକ କରିବା ପରେ ବିରାଟ କୋହଲିଙ୍କ ନାଁରେ କିଛି ରେକର୍ଡ ଯୋଡ଼ି ହୋଇଯାଇଛି। ଦ୍ରୁତ ୨୫ତମ ଟେଷ୍ଟ ଶତକ ମାରିଥିବା ବ୍ୟାଟ୍ସମ୍ୟାନ୍‌ଙ୍କ ତାଲିକାରେ ସାରା ବିଶ୍ୱରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାର ଶୀର୍ଷରେ ରହିଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ଡନ୍ ବ୍ରାଡ୍‌ମ୍ୟାନ୍‌।

ସେହିପରି ଏହି ଶତକ ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅଧିକ ଶତକ କରିଥିବା ଖେଳାଳିଙ୍କ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି କୋହଲି। ଆଜି ପର୍ଥରେ କୋହଲି ତାଙ୍କ କ୍ୟାରିୟରର ୬୩ତମ ଅନ୍ତର୍ଜାତୀୟ ଶତକ ମାରିଥିଲେ। ସେ ଦିନିକିଆରେ ୩୮ଟି ଶତକ ମାରିଥିବା ବେଳେ ଟେଷ୍ଟରେ ୨୫ଟି ଶତକ ମାରିଛନ୍ତି।
ସବୁଠୁ ଅଧିକ ଅନ୍ତର୍ଜାତୀୟ ଶତକ ମାରିଛନ୍ତି ସଚିନ୍ ତେନ୍ଦୁଲକର। ସେ ମୋଟ ୧୦୦ ଟି ଅନ୍ତର୍ଜାତୀୟ ଶତକ କରିଛନ୍ତି। ଏଥିରୁ ଟେଷ୍ଟରେ ୫୧ଟି ଶତକ ରହିଥିବା ବେଳେ ଦିନିକିଆରେ ରହିଛି ୪୯ଟି।

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ରିକି ପଣ୍ଟିଂ। ସେ ମୋଟ ୭୧ଟି ଅନ୍ତର୍ଜାତୀୟ ଶତକ ମାରିଛନ୍ତି।
ତୃତୀୟ ସ୍ଥାନରେ କୋହଲିଙ୍କ ସହିତ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ରହିଛନ୍ତି।



from Odisha Reporter https://ift.tt/2Bmwzkr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages