
ଅଯୋଧ୍ୟା: ବହୁ ବିବାଦୀୟ ଅଯୋଧ୍ୟା ରାମ ଜନ୍ମସ୍ଥା-ବାବ୍ରୀ ମସଜିଦ୍ ଅଞ୍ଚଳରେ ନମାଜ ପାଠ ପାଇଁ ଏକ ମୁସଲିମ୍ ସଂଗଠନର ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏତଦ୍ ବ୍ୟତୀତ ଏଭଳି ଆବେଦନ ଅଯଥା ଲୋକପ୍ରିୟତା ପାଇଁ କରିଥିବାରୁ ଆବେଦନକାରୀଙ୍କ ଉପରେ ୫ ଲକ୍ଷ ଟଙ୍କାର ଜୋରିମାନା ଦଣ୍ଡ ଦେଇଛନ୍ତି।
ଅଲ୍ ରେହମାନ୍ ଟ୍ରଷ୍ଟ ନାମକ ଏହି ସଂଗଠନ ବିବାଦୀୟ ଜମିର ଏକ ଅଂଶରେ ନମାଜ୍ ପାଠ ପାଇଁ ଆବେଦନ କରିଥିଲା। ରାଏବରେଲୀର ଏହି ସଂଗଠନ ଇସ୍ଲାମ୍ର ପ୍ରଚାର ପ୍ରସାର କ୍ଷେତ୍ରରେ କାର୍ଯ୍ୟ କରିଥାଏ।
ସେମାନେ ଯୁକ୍ତି ଦର୍ଶାଇଛନ୍ତି, ହିନ୍ଦୁମାନେ ଏହି ବିବାଦୀୟ ଅଞ୍ଚଳରେ ପୂଜା କରିବାରୁଥିବାବେଳେ ସେମାନେ କାହିଁକି ନମାଜ୍ ପାଠ କରିପାରିବେ ନାହିଁ। ୨୦୧୦ ମସିହାରେ ଏହି ହାଇକୋର୍ଟ ଦେଇଥିବା ରାୟ ଆଧାରରେ ସେମାନେ ଏହି ଆବଦେନ କରିଥିଲେ, ଯେଉଁଥିରେ ୩ ଭାଗରୁ ୧ ଭାଗ ମୁସଲିମ୍ମାନଙ୍କୁ ଅଧିକାର ଦିଆଯାଇଥିଲା। ଆଲ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ ଏହାର ଶୁଣାଣି କରୁଥିଲେ।
from Odisha Reporter https://ift.tt/2rOBgio
No comments:
Post a Comment