ଗଡ଼ିଯାଉଥିବା ଟ୍ରକ୍‌ ଅଟକାଇବାକୁ ଯାଇ ଚାଳକଙ୍କ ଜୀବନ ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 13, 2018

ଗଡ଼ିଯାଉଥିବା ଟ୍ରକ୍‌ ଅଟକାଇବାକୁ ଯାଇ ଚାଳକଙ୍କ ଜୀବନ ଗଲା

କଲ୍ୟାଣସିଂହପୁର (ମାଉଡି ବାରିକ): ଗାଡ଼ି ଷ୍ଟାର୍ଟରେ ରଖି ଚାଳକ ତଳକୁ ଓହ୍ଲାଇ ଠିକଣା ପଚାରୁଥିଲେ। ହଠାତ ଗାଡ଼ିଟି ଆଗକୁ ମାଡ଼ି ଯାଇଥିଲା। ତେବେ ଗାଡ଼ି ଗଡ଼ିଯାଉଥିବା ଦେଖି ଚାଳକ ତାକୁ ଅଟକାଇବାକୁ ଉଦ୍ୟମ କରୁଥିବା ବେଳେ ଜୀବନ ହରାଇ ବସିଲେ । ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାୟଗଡ଼ାରେ ଘଟିଛି।

ଜେକେପୁରର ମନୋଜ କୁମାର ସାହୁ ନୀଳଗିରି କାଠ ଆଣିବା ପାଇଁ କୋଡିଗାଁକୁ ଯାଉଥିଲେ। ତେବେ କାଶୀପୁର ବ୍ଲକ ଟିକିରି ଗାଁ ଅନ୍ତର୍ଗତ ଦୋରା ସାହି ନିକଟରେ ମନୋଜ ଗାଡ଼ିଟିକୁ ଷ୍ଟାର୍ଟରେ ରଖି ତଳକୁ ଓହ୍ଲାଇ ଜଣେ ମହିଳାଙ୍କୁ କୋଡ଼ିଗାଁକୁ ଯିବା ରାସ୍ତା ସମ୍ପର୍କରେ ପଚାରିଥିଲେ। ଏହି ସମୟରେ ଗାଡ଼ିଟି ଆପେ ଆପେ ଆଗକୁ ମାଡ଼ି ଯାଇଥିଲା। ଏହା ଦେଖି ମନୋଜ ଟ୍ରକକୁ ଅଟକାଇବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ତାହା ସମ୍ଭବପର ହୋଇନଥିଲା। ଗାଡ଼ିଟି ମନୋଜଙ୍କୁ ଘୋଷାରି ନେବା ସଙ୍ଗେସଙ୍ଗେ ଏକ ଘରର କାନ୍ଥରେ ପିଟି ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ମନୋଜଙ୍କ ମୃତ୍ୟୁ ହୋଇଯାଇଥିଲା। ଟିକିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।



from Odisha Reporter https://ift.tt/2EgB0Ap

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages