କପିଲ ଓ ଗିନ୍ନିଙ୍କ ରିସେପ୍‌ସନ୍‌ରେ ଏକାଠି ହେଲା ପୂରା ବଲିଉଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

କପିଲ ଓ ଗିନ୍ନିଙ୍କ ରିସେପ୍‌ସନ୍‌ରେ ଏକାଠି ହେଲା ପୂରା ବଲିଉଡ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଲୋକପ୍ରିୟ କମେଡ଼ିୟାନ୍‌ କପିଲ୍‌ ଶର୍ମା ଓ ଗିନ୍ନି ଚିତର୍ଥଙ୍କ ବାହାଘର ପରେ ଗତକାଲି ମୁମ୍ବାଇରେ ସରିଛି ରିସେପସନ୍‌। ଏହି ପାର୍ଟିରେ ଦୁହେଁ ବେଶ୍‌ ସୁନ୍ଦର ଲାଗୁଥିଲେ। କପିଲ୍‌ ରିସେପ୍‌ସନ୍‌ରେ ବେଷ୍ଟ ଲୁକ୍‌ ଦେବା ପାଇଁ ବ୍ଲାକ୍ ସୁଟ୍‌ ପିନ୍ଧିଥିବା ବେଳେ ଗିନ୍ନି ସିଲ୍‌ଭର୍‌ କଲର୍‌ ଫ୍ଲୋରାଲ୍ ପ୍ରିଣ୍ଟ ଲେହେଙ୍ଗାରେ ଆକର୍ଷଣୀୟ ଲାଗୁଥିଲେ।

ଏ ଦୁହିଁଙ୍କ ରିସେପ୍‌ସନ୍‌ଙ୍କୁ ସ୍ମରଣୀୟ କରିବାରୁ ପୂରା ବଲିଉଡ୍‌ ଏକାଠି ହୋଇଥିଲା। ଭେଟରାନ୍‌ଙ୍କ ମଧ୍ୟରେ ଥିଲେ ରେଖା, ଧର୍ମେନ୍ଦ୍ର ଓ ଜିତେନ୍ଦ୍ରଙ୍କ ଭଳି କଳାକାର। ସେହିପରି ନ୍ୟୁଲି ମ୍ୟାରେଡ୍‌ କପଲ୍‌ ଦୀପିକା ରଣବୀରଙ୍କ ଉପସ୍ଥିତି ମଧ୍ୟ ଉତ୍ସବରେ ଚାରଚାନ୍ଦ ଲଗାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ କରଣ ଜୋହର୍, କାର୍ତ୍ତୀକ ଆରିୟନ୍, କୃତି ସେନୋନ୍, ଅନିଲ୍‌ କପୁର୍‌, ପରାହ୍ ଖାନ୍, ସୋନୁ ସୁଡ୍, ରବିନା ଟଣ୍ଡନ୍‌, ସୋହେଲ୍‌ ଖାନ୍ ଓ ତାଙ୍କ ବାପା ସଲିମ୍‌ ଖାନ୍‌ଙ୍କ ସମେତ ଅନେକ ବଲିଉଡ ଷ୍ଟାର, ଟେନିସ୍‌ ଷ୍ଟାର ସାଇନା ନେହ୍ୱାଲ୍ ପ୍ରଭୃତି ସାମିଲ୍‌ ଥିଲେ। ଏଥିସହ କପିଲ୍‌ଙ୍କ କମେଡ଼ିୟାନ୍‌ ବନ୍ଧୁ ସମୋନା ଚକ୍ରବର୍ତ୍ତୀ, ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ବର୍ଷ ଲିମ୍ବିଚିୟା, କଶ୍ମୀରା ଓ କ୍ରୀଷ୍ଣା ଅଭିଷେକ, ଜୟ ଭାନୁଶାଲୀ ଓ ମାହୀ ବିଜ୍‌ଙ୍କ ସମେତ ଟେଲିଭିଜନ୍‌ ଦୁନିଆର ମଧ୍ୟ ଅନେକ କଳାକାର କପିଲ୍‌ଙ୍କ ରିସେପ୍ସନ୍ ପାର୍ଟିରେ ସାମିଲ ହୋଇଥିଲେ।

କପିଲ୍‌ ଓ ଗିନ୍ନିଙ୍କ ବାହାଘର ଦୁଇଥର ହୋଇଥିଲା। ପ୍ରଥମେ  ହିନ୍ଦୁ ପରମ୍ପରା ଅନୁଯାୟୀ ଓ ପରେ ସିଖ୍ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଥିଲା। ମୁମ୍ବାଇ ରିସେପସନ୍‌ ପୂର୍ବରୁ  କପିଲ୍‌ଙ୍କ ହୋମ୍‌ଟାଉନ୍‌ ଅମୃତସର୍‌ରେ ଡିସେମ୍ବର ୧୪ରେ ରିସେପ୍‌ସନ୍‌ ପାର୍ଟି ଦିଆଯାଇଥିଲା। ଏଥିରେ କେବଳ ତାଙ୍କ ପରିବାର ଓ କିଛି ନକଟତର ବନ୍ଧୁମାନେ ହିଁ ସାମିଲ ହୋଇଥିଲେ।

ବାହାଘରର ସବୁ ଫଙ୍କସନ୍‌ ସରିବା ପରେ କପିଲ୍‌ ଆସନ୍ତା ୨୯ ତାରିଖରୁ ‘ଦ କପିଲ୍‌ ଶର୍ମା ଶୋ’ର ନୂଆ ସିଜିନ୍‌ରେ ବ୍ୟସ୍ତ ହୋଇଯିବେ। ଏହାର ପ୍ରଥମ ଏପିସୋଡ୍‌ରେ ଫିଲ୍ମ ‘ସିମ୍ବା’ର ଷ୍ଟାର୍‌କାଷ୍ଟ ରଣଭୀର ସିଂହ ଓ ସାରା ଅଲ୍ଲୀ ଖାନ୍‌ ନଜର ଆସିବେ।



from Odisha Reporter http://bit.ly/2TcGHnf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages