ବ୍ୟାଟ୍ସମ୍ୟାନ୍ ଦେଲେ ଟାର୍ଗେଟ୍‌, ବୋଲର୍‌ଙ୍କ ହାତରେ ବଡ଼ ଦାୟିତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

ବ୍ୟାଟ୍ସମ୍ୟାନ୍ ଦେଲେ ଟାର୍ଗେଟ୍‌, ବୋଲର୍‌ଙ୍କ ହାତରେ ବଡ଼ ଦାୟିତ୍ୱ

pujara

ଏଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସ୍‌ରେ ଭାରତ ୩୦୭ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ଏହା ସହିତ ଅଷ୍ଟ୍ରେଲିଆ ଆଗରେ ୩୨୩ ରନ୍‌ର ବିଜୟ ଟାର୍ଗେଟ୍ ରଖିଛି ଭ୍ରମଣକାରୀ ଦଳ। କାରଣ ପ୍ରଥମ ଇନିଂସ୍‌ରେ ଦଳ ୧୫ ରନ୍‌ରେ ଅଗ୍ରଣୀ ଥିଲା।

ଗତକାଲି ଅଷ୍ଟ୍ରେଲିଆକୁ ଅଲ୍‌ ଆଉଟ୍ କରିବା ପରେ ଭାରତ ତା’ର ଦ୍ୱିତୀୟ ପାଳି ଆରମ୍ଭ କରିଥିଲା। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ବିରାଟ ବାହିନୀ ୩ ୱିକେଟ୍ ହରାଇ ୧୫୧ ରନ୍ କରିଥିଲା। ଚେତେଶ୍ୱର ପୂଜାରା ୪୦ ଓ ଆଜିଙ୍କ୍ୟ ରାହାଣେ ୧ ରନ୍ କରି ଅପରାଜିତ ରହିଥିଲେ।

ଆଜି ଏ ଦୁହେଁ ପୁଣି ଖେଳ ଆରମ୍ଭ କରିଥିଲେ। ପ୍ରଥମ ଇନିଂସ୍‌ରେ ୧୨୩ ରନ୍ କରିଥିବା ପୂଜାରା ଆଜି ୭୧ ରନ୍ କରି ଆଉଟ୍ ହୋଇଥିଲେ। ତେବେ ପ୍ରଥମ ଇନିଂସ୍‌ରେ ମାତ୍ର ୧୩ ରନ୍ କରିଥିବା ରାହାଣେ ଦ୍ୱିତୀୟ ଇନିଂସ୍‌ରେ ଭଲ ଖେଳି ଥିଲେ। ସେ ୧୪୭ଟି ବଲ୍‌ରୁ ୭୦ ରନ୍ କରି ଆଉଟ୍ ହୋଇଥିଲେ। ଏ ଦୁହେଁ ନାଥନ ଲିୟନଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ind1
ଚତୁର୍ଥ ଦିନରେ ପୂଜାରା ଓ ରାହାଣେଙ୍କ ବ୍ୟତୀତ ଆଉ କେହି ଭଲ ଖେଳି ପାରି ନଥିଲେ। ରୋହିତ ଶର୍ମା ପୁଣି ଫେଲ୍ ମାରିଥିଲେ। ସେ ମାତ୍ର ୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଋଷଭ ପନ୍ତ ୨୮ ରନ୍ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ୍ ମାତ୍ର ୫ ରନ୍ କରିଥିଲେ। ଇଶାନ୍ତ ଶର୍ମା ଓ ମହମ୍ମଦ ଶାମି ଖାତା ଖୋଲିପାରି ନଥିଲେ।

pantଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଲିୟନ ସର୍ବାଧିକ ୬ଟି ୱିକେଟ୍ ନେଇଥିବା ବେଳେ ମିଚେଲ୍ ଷ୍ଟାର୍କ ୩ଟି ଓ ଜୋଶ୍ ହାଜେଲ୍‌ଉଡ୍ ଗୋଟିଏ ୱିକେଟ୍ ନେଇଛନ୍ତି।

aus1ପ୍ରଥମ ଇନିଂସ୍‌ରେ ଭାରତ ୨୫୦ ରନ୍‌ରେ ଅଲ୍ ଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୨୩୫ ରନ୍‌ କରିଥିଲା। ଭାରତର ସବୁ ବୋଲର ପ୍ରଭାବଶାଳୀ ବୋଲିଂ କରିଥିଲେ। ଅଶ୍ୱିନ୍ ଓ ଯଶପ୍ରୀତ୍ ବୁମ୍ରା ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି ଓ ଇଶାନ୍ତ ଶର୍ମା ୨ଟି ଲେଖାଏ ୱିକେଟ୍ ନେଇଥିଲେ। ଆଶା କରାଯାଉଛି ଦ୍ୱିତୀୟ ଇନିଂସ୍‌ରେ ବି ସେମାନେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ଙ୍କୁ ଚକ୍‌ମା ଦେବାରେ ସଫଳ ହେବେ।



from Odisha Reporter https://ift.tt/2L40baI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages