
ନୂଆଦିଲ୍ଲୀ: ‘ପ୍ୟାର ଔର ଜଙ୍ଗ୍ ମେ ସବ ଯାୟଜ୍ ହୈ’ । ହିନ୍ଦୀର ଏ ପ୍ରକ୍ଷ୍ୟାତ ଆପ୍ତବାକ୍ୟଟି ଆପଣ ଅନେକ ଫିଲ୍ମରେ ଶୁଣିଥିବେ। ଆପଣ ଭାବୁଥିବେ ଏ ଭଳି ସୁନ୍ଦର ଶବ୍ଦଗୁଡାକ ଖାଲି ଫିଲ୍ମ ଗୀତ କିମ୍ବା ପରଦାରେ ହିଁ ଭଲ ଲାଗୁଥିବ।
ନାଇଁ ନାଇଁ ଆଜ୍ଞା, ସେମିତି ନୁହେଁ।
ଏହାର ଉଦାହରଣ ଆପଣଙ୍କୁ ଆମ ସମାଜରୁ ହିଁ ମିଳିଯିବ।
ବର୍ତ୍ତମାନ ଛୋଟ ଛୋଟ କଥା ପାଇଁ ସମ୍ପର୍କ ଭାଙ୍ଗି ଯାଉଥିବା ବେଳେ ଗୁଜୁରାଟରେ ଘଟିଥିବା ଏକ ଘଟଣା ସମ୍ପର୍କରେ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।
ଛାଡ଼ନ୍ତୁ ସବୁକଥା, ପ୍ରଥମେ କୁହନ୍ତୁ, ଆପଣ ନିଜ ପ୍ରେମ ପାଇଁ କ’ଣ କରି ପାରିବେ?
ଆମେ ଯଦି ପଚାରୁ ପ୍ରେମ ପାଇଁ କ’ଣ ଆପଣ ନିଜ ଘରୁ ସମସ୍ତ ଟଙ୍କା ଓ ସୁନା ଚୋରି କରିପାରିବେ କି ବୋଲି ? ତା ହେଲେ ଆପଣଙ୍କ ଉତ୍ତର କ’ଣ ହେବ?
ଆପଣ ହଡ଼ବଡ଼େଇବେଣି। ସତ କଥାଟି ହେଉଛି ଆମେ ଗୁଜୁରାଟର ଯେଉଁ କଥାଟି ଆପଣଙ୍କୁ କହିବାକୁ ଯାଉଛୁ ସେ ପ୍ରସଙ୍ଗଟି ପ୍ରେମ ଓ ଚୋରିର ଫେଣ୍ଟାଫେଣ୍ଟି ଗୋଟେ ଅଜବ ଘଟଣା। ଯାହା ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ।
ଗୁଜରାଟର ରାଜକୋଟରେ ରୁହନ୍ତି ପ୍ରିୟଙ୍କା ପର୍ସାନା । ଜଣେ ପୁଅକୁ ସେ ଭାରି ଭଲ ପାଆନ୍ତି। ନିଜଠୁ ବି ଅଧିକ। ଆଉ ସେଇ ପ୍ରେମିକଟି ତାଙ୍କର ପାଇଲଟ୍ ପାଲଟି ଆକାଶରେ ଉଡ଼ୁ ଏଇ ଆଶାରେ ଦିନ କାଟୁଛନ୍ତି ପ୍ରିୟଙ୍କା। ବୟଫ୍ରେଣ୍ଡ୍ର ସ୍ୱପ୍ନ ବି ସେଇଆ। ହେଲେ ସ୍ୱପ୍ନ ପୂରଣ ପାଇଁ ଅର୍ଥ ବାଧକ।
ଏଇ କଥା ପ୍ରିୟଙ୍କା ଜାଣିବା ପରେ ତାଙ୍କ ମୁଣ୍ଡକୁ ଜୁଟେ ଅଜବ ଆଇଡିଆ। ନିଜ ଘରୁ ଚୋରି କରିବା ପାଇଁ ସେ ସ୍ଥିର କରି ନିଅନ୍ତି। ଆଉ ନିଜ ଘରୁ ନିଜେ ବୁଲାନ୍ତି କଳାକନା।
ପୂରା ଘଟଣା ଏପରି:
ପ୍ରିୟଙ୍କା ଚାଟାର୍ଡ ଆକାଉଣ୍ଟାଣ୍ଟ କୋର୍ସ କରିବା ସମୟରେ ଜଣେ ଯୁବକଙ୍କୁ ଭଲ ପାଇ ବସନ୍ତି। ଦୁଇ ବର୍ଷର ସମ୍ପର୍କ ମଧ୍ୟରେ ପ୍ରିୟଙ୍କା ତାଙ୍କ ବୟଫ୍ରେଣ୍ଡ୍ ଜଣେ ପାଇଲଟ୍ ହେବାକୁ ଚାହାନ୍ତି ବୋଲି ଜାଣିବାକୁ ପାଆନ୍ତି। କିନ୍ତୁ ଏହାର ବାଧକ ସାଜିଥିଲା ଅର୍ଥ। ଏସବୁ ଜାଣିବା ପରେ ତାଙ୍କ ବୟଫ୍ରେଣ୍ଡ୍କୁ ପାଇଲଟ୍ ପାଠ ନିଜେ ପଢ଼ାଇବେ ବୋଲି ନିଷ୍ପତି ନେଇଥିଲେ। ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରିୟଙ୍କା ଘରୁ ଚୋରି କରିବା ପାଇଁ ଚିନ୍ତା କରନ୍ତି। ଦିନେ ସୁଯୋଗ ଘରୁ ୧ କୋଟି ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି କରି ନିଅନ୍ତି।
ଏସବୁ ଟଙ୍କା ତାଙ୍କୁ ବେଙ୍ଗାଲୁରୁରେ ଥିବା ପାଇଲଟ୍ ଟ୍ରେନିଂ ସେଣ୍ଟରରେ ଡିପୋଜିଟ୍ କରିବାର ଥିଲା। କିନ୍ତୁ ଦୁଃର୍ଭାଗ୍ୟବଶତଃ, ଟଙ୍କା ଜମା କରିବା ପୂର୍ବରୁ ପ୍ରିୟଙ୍କା ଓ ତାଙ୍କ ବୟଫ୍ରେଣ୍ଡକୁ ଗୋଟିଏ ପାର୍କରୁ ଗିରଫ କରିନେଲା ପୁଲିସ୍ । ଧରାପଡ଼ିଲା ସବୁ କଥା।
ଶନିବାର ପୁଲିସ୍ ପ୍ରିୟଙ୍କା ଓ ତାଙ୍କ ବୟ୍ଫ୍ରେଣ୍ଡକୁ ବେଙ୍ଗାଲୁରୁରୁ ଗିରଫ କରିବା ପରେ ତାଙ୍କଠାରୁ ୧ କୋଟି ଟଙ୍କା ଓ ସୁନାଗହଣା ଜବତ କରିଛି। ପୁଲିସ୍ର କହିବା ଅନୁସାରେ, “ପ୍ରିୟଙ୍କାଙ୍କ ପରିବାର ଚୋରି ହେବା ପରେ ଥାନାରେ ମାମଲା ଦାୟର୍ କରିଥିଲେ। ଚୋରି ହେବାର ୧୭ ଦିନ ପରେ ଯେବେ, ପରିବାର ଲୋକ ଜାଣିବାକୁ ପାଇଲେ, ଏସବୁ ଚୋରି ପ୍ରିୟଙ୍କା କରିଛି, ଏହାପରେ ସେମାନେ ମାମଲା ଉଠାଇ ନେଇଥିଲେ।”
from Odisha Reporter https://ift.tt/2GnqPMX
No comments:
Post a Comment