ମାଟ୍ରିକ୍‌ ପରୀକ୍ଷା ବେଳେ ସିସିଟିଭି ଲାଗିବା ନେଇ ଆଶଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ମାଟ୍ରିକ୍‌ ପରୀକ୍ଷା ବେଳେ ସିସିଟିଭି ଲାଗିବା ନେଇ ଆଶଙ୍କା

Matric

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷା ସିସିଟିଭି କଭରେଜ୍‌ ଭିତରେ ରହିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ଏହାଦ୍ୱାରା ପରୀକ୍ଷାରେ କପି ରୋକାଯିବା ସହ ଏହାର ସ୍ୱଚ୍ଛତା ରହିବ ବୋଲି କୁହାଯାଇଥିଲା। ହେଲେ ପରୀକ୍ଷା ସମୟରେ କେନ୍ଦ୍ରରେ ସିସିଟିଭି ଲଗାଯିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଖୋଦ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏହି ଆଶଙ୍କା ପ୍ରକାଶ କରିଛନ୍ତି।

ମନ୍ତ୍ରୀ କହିଛନ୍ତି, “ସିସିଟିଭି ଲଗାଇବାରେ ବଜେଟ୍‌ ବାଧକ ସାଜିଛି। କଲେଜଗୁଡିକରେ ସ୍ୱତନ୍ତ୍ର ଫଣ୍ଡ୍ ବ୍ୟବସ୍ଥା ରହିଛି। ଉକ୍ତ ଫଣ୍ଡରେ କଲେଜ୍‌ କର୍ତ୍ତୃପକ୍ଷ ସିସିଟିଭି ଲଗାଇ ପାରିବେ। ହେଲେ ସ୍କୁଲ୍‌ରେ ସେମିତି ସ୍ୱତନ୍ତ୍ର ଫଣ୍ଡ୍ ବ୍ୟବସ୍ଥା ନାହିଁ।”

ପୂର୍ବରୁ ଗଣଶିକ୍ଷା ବିଭାଗ ପକ୍ଷରୁ ମ୍ୟାଟ୍ରିକ ପରୀକ୍ଷାରେ ସିସିଟିଭି ଲାଗିବ ବୋଲି କୁହାଯାଇଥିଲା। ପରୀକ୍ଷା ଆସନ୍ତା ଫେବ୍ରୁଆରୀ ୨୨ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ଯାଏ ଚାଲିବ।



from Odisha Reporter http://bit.ly/2EZps5J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages