ଖୁବ୍‌ଶୀଘ୍ର ବଲିଉଡ୍‌ ଏଣ୍ଟ୍ରି କରିବେ ସୋନମ୍‌ କପୁର୍‌ଙ୍କ ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 23, 2018

ଖୁବ୍‌ଶୀଘ୍ର ବଲିଉଡ୍‌ ଏଣ୍ଟ୍ରି କରିବେ ସୋନମ୍‌ କପୁର୍‌ଙ୍କ ଭଉଣୀ

ମୁମ୍ବାଇ: ବଲିଉଡ୍ ଫ୍ୟାଶନ୍‌ଡିଭା ସୋନମ୍ କପୁର୍‌ଙ୍କ ଅନ୍ୟ ଜଣେ ଭଉଣୀ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଏଣ୍ଟ୍ରି କରିବେ। ସୋନମ୍‌ଙ୍କ ଭଳି ତାଙ୍କର ଏହି ଭଉଣୀ ବି ନିଜ ଜବରଦସ୍ତ ଡ୍ରେସିଂ ସେନ୍‌ସ୍‌ ପାଇଁ ଜଣାଶୁଣା।

ଆପଣ ଜାଣିଥିବେ, ଅନିଲ୍‌ କପୁର୍‌ ତନୟା ସୋନମ୍‌ ନିଜ ଫିଲ୍ମି କ୍ୟାରିୟର ଅପେକ୍ଷା ଡ୍ରେସ୍‌ ଫ୍ୟାଶନ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସୋନମ୍‌ ନିଜ ଡ୍ରେସିଂ ଷ୍ଟାଇଲ୍‌ରେ ସବୁବେଳେ କିଛି ନା କିଛି ନୂଆ ଏକ୍ସପେରିମେଣ୍ଟ କରନ୍ତି ଏବଂ ଅନେକ ଥର ଏହି ଏକ୍ସପେରିମେଣ୍ଟ ହିଟ୍‌ ବା ଲୋକପ୍ରିୟ ହୋଇଥାଏ।

ଆପଣ ଏହା ମଧ୍ୟ ଜାଣିଥିବେ ଯେ ସୋନମ୍‌ଙ୍କୁ ଫ୍ୟାଶନ୍‌ଡିଭା ମାନ୍ୟତା ମିଳିବା ପଛରେ ତାଙ୍କ ଷ୍ଟାଇଲିଶ୍ ଭଉଣୀ ରିୟା କପୁରଙ୍କର ବଡ଼ ଅବଦାନ ରହିଛି। ସୋନମ୍‌ଙ୍କ ଫ୍ୟାଶନ୍‌ ସେନ୍‌ସ୍‌ର ସବୁ କ୍ରେଡିଟ୍ ରିୟାଙ୍କୁ ହିଁ ଯାଇଥାଏ। ସୋନମ୍‌ ଓ ରିୟାଙ୍କର ‘ରିସନ୍’ ନାମକ ଏକ ଫ୍ୟାଶନ୍‌ ବ୍ରାଣ୍ଡ ମଧ୍ୟ ରହିଛି।

ସୋନମ୍‌ଙ୍କ ପରି ତାଙ୍କ କଜିନ୍‌ ସିଷ୍ଟର୍‌ ଜାହ୍ନବୀ ଓ ଖୁସି (ବୋନି ଓ ଶ୍ରୀଦେବୀଙ୍କ ଝିଅ) କପୁର୍‌ ମଧ୍ୟ ନିଜ ଫ୍ୟାଶନ୍ ସେନ୍‌ସ୍‌କୁ ନେଇ ସବୁବେଳେ ଲାଇମ୍‌ଲାଇଟ୍‌ରେ ରୁହନ୍ତି। ଏଥିରୁ ଲାଗୁଛି ଯେପରି ପୂରା କପୁର ପରିବାର ଫ୍ୟାଶନ୍‌ ମାମଲାରେ ଅନ୍ୟମାନଙ୍କ ଠାରୁ ଢେର୍ ଆଗରେ।

ଏବେ କିନ୍ତୁ ଆମେ ସୋନମଙ୍କ ଯେଉଁ ଭଉଣୀଙ୍କ ବଲିଉଡ୍‌ ଏଣ୍ଟ୍ରି ସମ୍ପର୍କରେ କହୁଛୁ, ସେ ରିୟା, ଜାହ୍ନବୀ କି ଖୁସି ନୁହନ୍ତି। ସେ ହେଉଛନ୍ତି ସୋନମଙ୍କର ଆଉ ଜଣେ କଜିନ୍‌ ସିଷ୍ଟର୍‌ ସନାୟା କପୁର। ସନାୟା ହେଉଛନ୍ତି ଅନିଲ୍‌ କପୁର ଓ ବୋନି କପୁରଙ୍କ ସାନ ଭାଇ ସଞ୍ଜୟ କପୁରଙ୍କର ଝିଅ। ଏବେ ସୋଶାଲ ମିଡିଆରେ ସନାୟାଙ୍କ ଫଟୋ ବେଶ୍  ଭାଇରାଲ୍‌ ହେଉଛି। ସନାୟାଙ୍କ ଫ୍ୟାଶନ୍‌ ଷ୍ଟେଟ୍‌ମେଣ୍ଟ୍‌ ମଧ୍ୟ ସମସ୍ତଙ୍କୁ ଦିୱାନା କରିଦେଉଛି।

ନିକଟରେ ସନାୟା ‘ସିଲେକ୍ସନ୍‌ ଡେ’ର ସ୍କ୍ରିନିଂରେ ପହଞ୍ଚିଥିଲେ। ଏହି ଇଭେଣ୍ଟରେ ସେ କ୍ରପ୍‌ ହ୍ୱାଇଟ୍‌ ଟର୍ଟଲ ନେକ୍‌ ସ୍ୱେଟରକୁ ମିନି ସ୍କଟ୍ ସହ ପିନ୍ଧିଥିଲେ। ଏହା ସହ ସେ ଷ୍ଟେଟ୍‌ମେଣ୍ଟ ସ୍ନିକର୍ସ, ସିଲ୍‌ଭର୍‌ ହୁପ୍‌ ଇୟର ରିଂ ଓ ପିଙ୍କ୍ ଲିପ୍‌ଷ୍ଟିକ୍‌ ଲଗାଇଥିଲେ। ଏଥିସହ ଏକ ବ୍ୟାକ୍‌ ପ୍ୟାକ୍‌ ବ୍ୟାଗ୍‌ ମଧ୍ୟ ଧରିଥିଲେ। ସନାୟାଙ୍କ ଏହି ଲୁକ୍‌କୁ ସୋଶାଲ୍‌ ମିଡିଆରେ ୟୁଜର୍ସ ବେଶ୍ ପ୍ରଶଂସା ମଧ୍ୟ କରିଛନ୍ତି। ଏପରକି କିଛି ୟୁଜର୍ସ ଏକଦମ୍‌ ସନାୟାଙ୍କ ଦିୱାନା ପାଲଟି ଯାଇଛନ୍ତି।

ସୋଶାଲ୍ ମିଡିଆରେ ସନାୟାଙ୍କ ଫ୍ୟାନ୍‌ ସଂଖ୍ୟା ଦେଖିଲେ ଲାଗୁଛି, ଏହି କପୁର୍‌ ଲଳନା ବି’ ଟାଉନ୍‌ରେ ଆଗକୁ ରାଜ୍‌ କରିବେ। ଅଲ୍‌ ଦି ବେଷ୍ଟ୍‌ ସନାୟା କପୁର୍‌।



from Odisha Reporter http://bit.ly/2LDs9dT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages