୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 19, 2018

୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ମାଡ଼

ambulance

ବାରିପଦା(ମାଣିକ ଲାଲ୍‌ ପାଣି): ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଲେ ଲୋକେ। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ଉଦଳା-ବାରିପଦା ରାସ୍ତାର ଚାଉଳିଆଶୋଳ ଛକରେ। ଏଥିରେ ୬ ଜଣ ଆମ୍ବୁଲାନ୍ସ କର୍ମଚାରୀ ଆହତ ହୋଇଛନ୍ତି।

ଗତକାଲି ରାତି ପ୍ରାୟ ୨ଟା ବେଳେ ଏକ ୧୦୮ ଆମ୍ବୁଲାନ୍ସ ଉଦଳାରୁ ଜଣେ ରୋଗୀଙ୍କୁ ବାରିପଦା ଡାକ୍ତରଖାନାରେ ଛାଡ଼ି ଫେରୁଥିଲା। ପ୍ରବଳ କୁହୁଡ଼ି ଯୋଗୁ ରାସ୍ତାକଡ଼ରେ ଥିବା ଏକ ଟ୍ରଲିକୁ ଆମ୍ୱୁଲାନ୍ସଟି ଧକ୍କା ଦେଇଥିଲା। ଏହା ପରେ ସେଠାରେ ଉପସ୍ଥିତ କିଛି ଲୋକ ଆମ୍ୱୁଲାନ୍ସ ଡ୍ରାଇଭର, ଫାର୍ମାସିଷ୍ଟ୍ ଓ ଜଣେ ଆଟେଣ୍ଡାଣ୍ଟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

ଏନେଇ ଖବର ପାଇବା ପରେ ବାରିପଦାରୁ ଆଉ ଏକ ୧୦୮ ଆମ୍ୱୁଲାନ୍ସ ସେମାନଙ୍କୁ ଆଣିବାକୁ ସେଠାକୁ ଯାଇଥିଲା। ତେବେ ଉତ୍ତ୍ୟକ୍ତ ଲୋକେ ସେହି ଆମ୍ବୁଲାନ୍ସ ଡ୍ରାଇଭରଙ୍କ ସହିତ ଅନ୍ୟମାନଙ୍କୁ ମଧ୍ୟ ପିଟି ଥିଲେ।

ଦୁଇଟି ୧୦୮ ଆମ୍ବୁଲାନ୍ସର ୬ ଜଣ କର୍ମଚାରୀ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ ଥାନାରେ ଅଭିଯୋଗ କରାଯାଇଛି। ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ୧୦୮ ଆମ୍ୱୁଲାନ୍ସ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି।



from Odisha Reporter https://ift.tt/2EEhXRE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages