କାହିଁକି ଗଙ୍ଗା ଏତେ ପବିତ୍ର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 25, 2018

କାହିଁକି ଗଙ୍ଗା ଏତେ ପବିତ୍ର?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ସମସ୍ତଙ୍କ ଘରେ ଗଙ୍ଗା ଜଳ ରହିଥାଏ। ଏହାକୁ ପ୍ରତ୍ୟେକ ଘରେ ପୂଜା କାମ କିମ୍ୱା ସୁଦ୍ଧି ପ୍ରକ୍ରିୟାରେ ବ୍ୟବହାର କରିଥାନ୍ତି। ପ୍ରତ୍ୟେକ ଭାରତୀୟ ହିନ୍ଦୁ ପରିବାରରେ ଆପଣ ଗଙ୍ଗାଜଳ ନିଶ୍ଚିନ୍ତ ଦେଖିବାକୁ ପାଇବେ।

କାରଣ ଏହା ଅତି ପବିତ୍ର। ଏହାର ପ୍ରୟୋଗ ବିଭିନ୍ନ ଅଶୌଚ ସମୟରେ କରାଯାଇଥାଏ। ଗଙ୍ଗାମାତା କେବଳ ଭାରତବର୍ଷର ଏକ ପବିତ୍ର ନଦୀ ନୁହଁନ୍ତି ,ବରଂ ସେ ମୁକ୍ତିଦାୟିନୀ ମହାଶକ୍ତି ଅଟନ୍ତି। ଗଙ୍ଗାଜଳ ଶାରୀରିକ ଓ ମାନସିକ କ୍ଲେଶର ପୂର୍ଣ୍ଣତଃ ବିନାଶକ ଅଟେ। ଗଙ୍ଗାଙ୍କ ସ୍ମରଣ ମାତ୍ରେ ପାତକ,କୀର୍ତ୍ତନ କରିବା ମାତ୍ରେ ଅଭିପାତକ ଓ ଦର୍ଶନ ମାତ୍ରେ ମହାପାତକର ବିନାଶ ଘଟିଥାଏ ବୋଲି କୁହାଯାଏ।

ଶାସ୍ତ୍ରରେ କୁହାଯାଇଛି ଯେ, ଗଙ୍ଗାଙ୍କର ଜନ୍ମ ଭଗବାନ ବୁଷ୍ଣୁଙ୍କ ପାଦରୁ ହୋଇଥିଲା। ଏହା ସହିତ ମାନ୍ୟତା ଅଛି ଯେ, ଗଙ୍ଗା ନଦୀର ନିବାସ ସ୍ଥଳ ହେଉଛି ଭଗବାନ ଶିବଙ୍କର ଜଟା। ଗଙ୍ଗା ଜଳକୁ ନିୟମିତ ପ୍ରୟୋଗ କଲେ, ରୋଗ ଦୂରରେ ରହିଥାଏ ବୋଲି ବାସ୍ତୁରେ କୁହାଯାଇଛି। ଗଙ୍ଗା ନଦୀ କୂଳରେ ଥିବା ତୀର୍ଥ ସ୍ଥାନକୁ ପବିତ୍ର ବୋଲି କୁହାଯାଇଥାଏ। କୁହାଯାଏ ଏହି ସ୍ଥାନକୁ ତୀର୍ଥ କରିବାକୁ ଗଲେ ଖୁସିର ଆଗମନ ହୋଇଥାଏ ଏବଂ ବ୍ୟକ୍ତି ମଧ୍ୟରେ ଥିବା ଅହଙ୍କାର ଦୂର ହୋଇଥାଏ।

ଠିକ୍‌ ଯେପରି ତୁଳା ଅଗ୍ନିର ସଂସ୍ପର୍ଶରେ ଆସିବା ମାତ୍ରେ ଜଳିଯାଏ,ଠିକ୍‌ ସେହିପରି ଗଙ୍ଗା ଜଳର ସ୍ପର୍ଶ ମାତ୍ରେ ମନୁଷ୍ୟର ସମସ୍ତ ପାପ ଏକ କ୍ଷଣରେ ଦଗ୍ଧ ହୋଇଯାଇଥାଏ।ଯେଉଁମାନେ ଶହ ଶହ କିଲୋମିଟର ଦୂରରୁ ମଧ୍ୟ ଗଙ୍ଗା ଗଙ୍ଗା ବୋଲି ଡ଼ାକନ୍ତି,ସେମାନେ ମଧ୍ୟ ସମସ୍ତ ପାପରୁ ମୁକ୍ତ ହୋଇ ବିଷ୍ଣୁ ଲୋକ ପ୍ରାପ୍ତ କରିଥା’ନ୍ତି।

ଭଗବତୀ ଗଙ୍ଗାଙ୍କ ଉଦ୍‌ଗମ ବସ୍ତୁତଃ ଜୀବମାନଙ୍କ ଉଦ୍ଧାର ପାଇଁ ଭଗବାନଙ୍କ କରୁଣା ଅବତାରଣା ଅଟେ। ପାପୀଠୁ ଆରମ୍ଭ କରି ମହାପାପୀ ବି ଗଙ୍ଗାମାତାଙ୍କ ଦର୍ଶନ,ସ୍ପର୍ଶ ତଥା ତାଙ୍କ ପବିତ୍ର ଜଳରେ ସ୍ନାନ କରିଲେ ଶୁଦ୍ଧ ହୋଇଯାଏ। ସେଥିପାଇଁ ଜୀବନରେ ଥରେ ମାତ୍ର ଗଙ୍ଗା ନଦୀର ଦର୍ଶନ ନିଶ୍ଚନ୍ତ କରିବା ଉଚିତ୍‌।



from Odisha Reporter http://bit.ly/2Aq6Bgr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages