ମହିଳା ସମ୍ମାନ ଓ ଦୁର୍ନୀତି ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ମହିଳା ସମ୍ମାନ ଓ ଦୁର୍ନୀତି ମାମଲାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

dharmendra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କର ଉଦାସୀନତା ଓ ପ୍ରୋତ୍ସାହନରେ ଝିଅ ଓ ମହିଳା ନିର୍ଯାତିତ ଓ ଅପମାନିତ ହେବା ଏବଂ ଗାଁ ଗଣ୍ଡାରେ ଲୋକଙ୍କ ଇଚ୍ଛାରେ ନୁହେଁ, ସରକାରୀ ଦଳର ନେତା ଓ କର୍ମୀଙ୍କ ଲାଭ ପାଇଁ ଲୋକଙ୍କ ଝାଳବୁହା ଟିକସ ଅର୍ଥ ଖର୍ଚ୍ଚ  କରାଯିବାକୁ  ନେଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଢେଙ୍କାନାଳର ବେଲଟିକରି ଘଟଣାକୁ ଉଲ୍ଲେଖ କରି ଶ୍ରୀ ପ୍ରଧାନ ଏହି ମାମଲାରେ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥା ହେବା ବେଳେ ଶ୍ରୀ ପ୍ରଧାନ ଏଭଳି ବକ୍ତବ୍ୟ ରଖିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାରର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଗୋଟିଏ ଦୁଇଟି ନୁହେଁ,୨୩ଟି ସେଲ୍ଟର ହୋମ ବେଆଇନ ଭାବେ ଚାଲୁଥିଲା। ଯେଉଁଠି ଓଡ଼ିଆ ପିଲାମାନଙ୍କୁ ବିଭିନ୍ନ ପ୍ରକାର

ମାନସିକ ଓ ଶାରୀରିକ ନିର୍ଯାତନା ଦେବାର ତଥ୍ୟ ପ୍ରମାଣ ଗଣମାଧ୍ୟମ ସାମ୍ନାକୁ ଆସିଛି । ଏଭଳି ଏକ କେନ୍ଦ୍ର ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ରୁ ମାତ୍ର ୧୦ ରୁ ୧୫ କିମି ଦୂରରେ ସ୍ଥାପିତ ହୋଇଥିଲା। ପ୍ରଶ୍ନ ଉଠୁଛି ଯେ ଏହାକୁ ଚଳାଇବା ପାଇଁ କିଏ ଅନୁମତି ଦେଇଥିଲେ? ଏହା କାହାର ପ୍ରୋତ୍ସାହନରେ ଚାଲୁଥିଲା ?

ସେ କହିଛନ୍ତି ଯେ ଏହା ଏକ ସମ୍ବେଦନହୀନ ସରକାର। କୁନ୍ଦୁଲି ର ଝିଅର ଆତ୍ମହତ୍ୟା ହେଉ କିମ୍ବା ବେଲଟିକରିର ନିନ୍ଦନୀୟ ଘଟଣା, ମହିଳାମାନଙ୍କ ପ୍ରତି ଏହି ସରକାର ସମ୍ବେଦନହୀନତାର

ଚରମ ନିଦର୍ଶନ ଦେଖେଇଛନ୍ତି । ଆଗାମୀ ଦିନରେ ଏହା ବିରୁଦ୍ଧରେ ଜନମତ ତିଆରି କରାଯିବ ବୋଲି ସେ କହିଛନ୍ତି ।

‘ସହଯୋଗ କରୁନାହାନ୍ତି ରାଜ୍ୟ ସରକାର’

ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେରରେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ଏନଟିପିସି-ଟିଟିପିଏସର ୧୩୨୦ ମୋଗାୱାଟ ପାୱାର ଷ୍ଟେସନ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ପାଇଁ

ଅନୁରୋଧ କରାଯାଇଥିଲା କିନ୍ତୁ ତାହା ମିଳିନାହିଁ। ବାରମ୍ବାର ଚିଠି ଲେଖି ଅନୁରୋଧ କରିବା ସତ୍ତ୍ୱେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଭୂମି ଯୋଗାଇ ଦେଉନାହାନ୍ତିା ଏମସିଏଲ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

‘ଲୁଟ ପାଇଁ ପ୍ରୋତ୍ସାହନ’

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ଲୋକଙ୍କ ଝାଳବୁହା ଟିକସ ଅର୍ଥ କେମିତି ଖର୍ଚ୍ଚ ହେବ ଜନସାଧାରଣଙ୍କ ପରାମର୍ଶ ନ ନେଇ ବିଜେଡିର ନେତା,ବିଧାୟକ, ମନ୍ତ୍ରୀ ଓ ସରକାରୀ ଅଫିସରମାନେ କାମ ସ୍ଥିର କରୁଛନ୍ତି। ପୂର୍ବରୁ ୫୦ ହଜାର ଟଙ୍କାରୁ କମ ପାଇଁ ଟେଣ୍ଡର ଆବଶ୍ୟକ ନ ଥିଲା ବେଳେ ଲୋକଙ୍କ ଟଙ୍କାକୁ ଲୁଟ କରିବା ପାଇଁ ଏହାକୁ ବଢ଼ାଇ ପାଞ୍ଚ ଲକ୍ଷ ଟଙ୍କା କରି ଦିଆ ଯାଇଛି ।

ଘରେ ଘରେ ପାଇଖାନା ମହିଳାଙ୍କ ସମ୍ମାନ ପାଇଁ ଜରୁରୀ। ମାତ୍ର ମୋଦି ପାଇଖାନା ନ ଥିବା ପ୍ରତି ପରିବାରରେ ପାଇଖାନା ପାଇଁ ୧୨ ହଜାର ଟଙ୍କା ପଠାଇଥିବା ବେଳେ

କାହିଁକି ଅନେକ ଘରେ ଆଜି ଓଡିଶାରେ ପାଇଖାନା ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଖୋଦ ମୁଖ୍ୟମନ୍ତ୍ରୀ ‘ପିସି ମଷ୍ଟ ଷ୍ଟପ୍’ ବୋଲି କହିଥିଲେ। ମାତ୍ର ଓଡ଼ିଆ ଲୋକଙ୍କ କଷ୍ଟ ଅର୍ଜିତ ଅର୍ଥକୁ

ସରକାରୀ ଦଳର ଲୁଟ ବିରୁଦ୍ଧରେ ଓଡିଆ ଲୋକ ଏକାଠି ହୋଇ ପରିବର୍ତ୍ତନ ପାଇଁ ଅଣ୍ଟା ଭିଡ଼ିଲେଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।



from Odisha Reporter https://ift.tt/2U67iDD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages