
ମେଲବର୍ଣ୍ଣ: ଐତିହାସିକ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଚାଲିଛି। ତେବେ ଏହି ଟେଷ୍ଟ୍ର ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍ ପେନ୍ଙ୍କ ଏକ ଅଣ ଖେଳୁଆଡ଼ ମନୋଭାବ ସାମ୍ନାକୁ ଆସିଛି। ଭାରତ ବ୍ୟାଟିଂ କରିବା ବେଳେ ଟିମ୍ ପେନ୍ଙ୍କ ଅଜବ ହରକତ ଷ୍ଟମ୍ପରେ ଲାଗିଥିବା ମାଇକ୍ରେ ଧରାପଡ଼ିଛି। ଟିମ୍ ପେନ୍ ରୋହିତ ଶର୍ମା ବ୍ୟାଟିଂ କରିବା ବେଳେ ତାଙ୍କୁ ଚିଡ଼ାଇବାକୁ ବାରମ୍ବାର ଚେଷ୍ଟା କରି ହତାଶ ହୋଇଛନ୍ତି। ପେନ୍ ଚିଡ଼ାଇ ଅନେକ କଥା କହିଥିଲେ ହେଁ ରୋହିତ କେବଳ ସ୍ମିତହାସ୍ୟ ଦେଇ ଚୁପ୍ ରହିଥିଲେ। ପେନ୍ଙ୍କ କଥାର ଜବାବ ରୋହିତ ବ୍ୟାଟ୍ରେ ଦେବା ସହ ଅପରାଜିତ ୬୩ ରନ୍ର ଇନିଂସ୍ ଖେଳିଛନ୍ତି।
ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିବା ଭିଡିଓ ଅନୁଯାୟୀ, ପେନ୍ ଦଳର ସାଥୀ ଖେଳାଳି ଆରୋନ୍ ଫିଞ୍ଚଙ୍କୁ ଢାଲ କରି ରୋହିତଙ୍କୁ ଚିଡ଼ାଇଥିଲେ। ପେନ୍ କହିଥିଲେ, “ ଯଦି ରୋହିତ ମେଲବର୍ଣ୍ଣ ପଡ଼ିଆରେ ଛକା ମାରିବାକୁ ସକ୍ଷମ ହେବେ, ତା’ହେଲେ ମୁଁ ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ସମର୍ଥନ କରିବି। ମୁଁ ସର୍ବଦା (ରାଜସ୍ଥାନ)ରୟାଲ୍ସ ଏବଂ (ମୁମ୍ବାଇ)ଇଣ୍ଡିଆନ୍ସକୁ ନେଇ ଦ୍ୱନ୍ଦ୍ୱରେ ରହିଛି। ଯଦି ରୋହିତ ଛକା ମାରିବେ ତା’ହେଲେ ମୁଁ ନିଶ୍ଚିତ ଭାବେ ଦ୍ୱନ୍ଦ୍ୱ ଦୂର କରି ମୁମ୍ବାଇକୁ ସମର୍ଥନ କରିବି।” ପେନ୍ ବାରମ୍ବାର କିଛି ଓଭର୍ ପର୍ଯ୍ୟନ୍ତ ଏଭଳି କଥା କହୁଥିଲେ ହେଁ ରୋହିତ ଶର୍ମା ଏହାର ଜବାବ ନ ଦେଇ କେବଳ ସ୍ମିତ ହାସ୍ୟ ଦେଇଥିଲେ।
"If Rohit hits a six here I'm changing to Mumbai"
#AUSvIND pic.twitter.com/JFdHsAl84b
— cricket.com.au (@cricketcomau) December 27, 2018
from Odisha Reporter http://bit.ly/2ESRdw7

No comments:
Post a Comment