
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଓଡ଼ିଶା ସୀମାନ୍ତ ଷଢ଼େଇକଳା ଖରସୁଆଁ ଏବଂ ସିଂହଭୂମ ଜିଲ୍ଲା ସୀମାନ୍ତ ଝରଝରା ଜଙ୍ଗଲରେ ପୁଲିସ୍ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ କୋବ୍ରା ବାଟାଲିୟନର ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହେଲିକପ୍ଟର ଯୋଗେ ରାଞ୍ଚି ନିଆଯାଇଛି।
ପୁଲିସ୍ ଗୁଳିରେ କିଛି ନକ୍ସଲ ଆହତ ହୋଇଥିବା ଅନୁମାନ କରି ସିଆର୍ପିଏଫ୍ ଏବଂ ଝାଡ଼ଖଣ୍ଡ ପୁଲିସ୍ର କୋବ୍ରା ବାହିନୀ ପକ୍ଷରୁ ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ରହିଛି।
ଝରଝରା ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଚାରିପଟେ ଲ୍ୟାଣ୍ଡ ମାଇନ୍ସ ଖଞ୍ଜାଯାଇଥିଲା। ଗୋଟିଏ ଲ୍ୟାଣ୍ଡ ମାଇନ୍ସ ବିସ୍ପୋରଣ ହୋଇଥିବା ସୂଚନା ମିଳିଛି। ଆହୁରି ଲ୍ୟାଣ୍ଡ ମାଇନ୍ସ ବିଛା ଯାଇଥିବା ସନ୍ଦେହ କରି ପୁଲିସ୍ ଆଣ୍ଟି ଲ୍ୟାଣ୍ଡ ମାଇନ୍ସ ସ୍କ୍ୱାର୍ଡ ସାହାଯ୍ୟରେ ତଲାସୀ ଅଭିଯାନ ଜାରି ରଖିଛି ।
from Odisha Reporter https://ift.tt/2rATNPp
No comments:
Post a Comment