‘ପେତାଇ’ ଯୋଗୁ ଟ୍ରେନ୍‌ ଚଳାଚଳ ନେଇ କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

‘ପେତାଇ’ ଯୋଗୁ ଟ୍ରେନ୍‌ ଚଳାଚଳ ନେଇ କଟକଣା

train

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ କାଟ୍ରେନିକୋଣା ନିକଟରେ ସ୍ଥଳଭାଗ ଛୁଇଁ ସାରିଛି ସାମୁଦ୍ରିକ ଝଡ଼ ପେତାଇ।  ଏହା ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅନେକ ଜାଗାରେ ବର୍ଷା ହେଉଛି।

‘ପେତାଇ’ ପ୍ରଭାବରେ ଆନ୍ଧ୍ର ପ୍ରଦେଶ ସମେତ ଓଡ଼ିଶା, ତାମିଲନାଡୁ ଓ ପୁଡୁଚେରୀର କିଛି ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଥିବା ବେଳେ, ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳବାଇ ପକ୍ଷରୁ କିଛି ଟ୍ରେନକୁ ନିର୍ଦ୍ଦିଷ୍ଟ ଷ୍ଟେସନରେ ରଖାଯିବାର ବ୍ୟବସ୍ଥା କରାଯାଇଛି।

ହାୱଡ଼ା-ଚେନ୍ନାଇ ମେଲ୍ ନୂଆପଡ଼ାରୁ ଯାଇ ବିଜୟନଗରମରେ ରହିବ। ସେହିପରି ସାଲିମାର-ତ୍ରିଭେନ୍ଦ୍ରମ ଏକ୍ସପ୍ରେସ ପଲାସାରେ ନିୟନ୍ତ୍ରିତ ହେବ।

ହାୱଡ଼ା-ଯଶୋବନ୍ତପୁର ଏକ୍ସପ୍ରେସ ବିଶାଖାପାଟଣାରେ ରହିବ। ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ ବିଶାଖାପାଟଣାର ରହିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

ପୁରୀରୁ ଆଜି ଛାଡ଼ିବାକୁ ଥିବା ପୁରୀ-ତିରୁପତି ଏକ୍ସପ୍ରେସ୍‌ର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏହା ଆଜି ଅପରାହ୍ନ ୧ଟା ୧୫ ମିନିଟ୍‌ରେ ଛାଡ଼ିବାକୁ ଥିଲା। ତେବେ ଏହା ଅପରାହ୍ନ ୫ଟା ୧୫ ମିନିଟ୍‌ରେ ଛାଡ଼ିବ।



from Odisha Reporter https://ift.tt/2EBzE40

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages