ଜ୍ୟୋତିରାଦିତ୍ୟଙ୍କ ପରି ଦିନେ ତାଙ୍କ ପିତା ବି ହୋଇପାରି ନ ଥିଲେ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 16, 2018

ଜ୍ୟୋତିରାଦିତ୍ୟଙ୍କ ପରି ଦିନେ ତାଙ୍କ ପିତା ବି ହୋଇପାରି ନ ଥିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଥାରେ ଅଛି ଇତିହାସର ପୁନରାବୃତ୍ତି କ୍ୱଚିତ୍‌ ହୁଏ। କିନ୍ତୁ ଏ କଥା ମଧ୍ୟ ସତ୍ୟ ଯେ, ରାଜନୀତିରେ ଏମିତି ହେବା ନିଶ୍ଚିତ ସଂଯୋଗ ବୋଲି କୁହାଯାଇପାରିବ। ମଧ୍ୟପ୍ରଦେଶ ରାଜନୀତିକ ସ୍ଥିତିକୁ ଆଧାର କରି ଆମେ ଏ କଥାଟି କହୁଛୁ। ବାସ୍ତବରେ ଏଠାରେ ଯେଉଁ ସତ୍ତା ପରିବର୍ତ୍ତନ ହେଲା ତାହା ୩୦ ବର୍ଷ ତଳର ଏକ ଘଟଣାକୁ ମନେପକାଇ ଦେଉଛି। ଜଣେ ରାଜା(ରାଜ ପରିବାରରୁ ଆସିଥିବା ନେତା)ଙ୍କ ଦୁର୍ଭାଗ୍ୟ କଥା ଆମେ ଏଠି କହୁଛୁ। ଯାହାଙ୍କୁ ନେଇ ଅନେକ ସମୟରେ ମଧ୍ୟ ପ୍ରଦେଶର ରାଜନୀତି ଉଷ୍ମ ହୋଇଛି। ସେ ନାଁଟି ହେଉଛି ମାଧବରାୱ ସିନ୍ଧିଆ।

ମହୋଦୟ ସିନ୍ଧିଆ ଉଚ୍ଚ ଯୋଗ୍ୟତା ସମ୍ପନ୍ନ ହୋଇଥିଲେ ମଧ୍ୟ ଦୁର୍ଭାଗ୍ୟକୁ ମୁଖ୍ୟମନ୍ତ୍ରୀ ପଦ ହାତେଇ ପାରି ନାହାନ୍ତି। କଂଗ୍ରେସର ଆଗଧାଡ଼ିଆ ନେତାମାନଙ୍କ ଭିତରେ ତାଙ୍କ ନାଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିଲେ ମଧ୍ୟ ନିଜ ଜୀବଦ୍ଦଶାରେ ସେ ମୁଖ୍ୟମନ୍ତ୍ରୀ ହୋଇ ପାରିଲେ ନାହିଁ । ୩୦ ବର୍ଷ ତଳେ ହୁଏତ ମାତ୍ର ଗୋଟିଏ ନିଷ୍ପତ୍ତିରେ ସେ ମୁଖ୍ୟମନ୍ତ୍ରୀ ହୋଇପାରିଥାନ୍ତେ ହେଲେ ଭାଗ୍ୟ ତାହା କରାଇ ଦେଇ ନ ଥିଲା।

କଥାରେ ଅଛି ବାପର ଅଧୂରା ସ୍ୱପ୍ନ ପୁଅ ପୂରା କରେ। ଏଣୁ ପୁଅ ଜ୍ୟୋତିରାଦିତ୍ୟ ମଧ୍ୟ ସକ୍ରିୟ ରାଜନୀତିରେ ପାଦ ଦେଇ ପୂର୍ଣ୍ଣତଃ ସଫଳ ହୋଇଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। କିନ୍ତୁ ପିତାଙ୍କ ପରି ତାଙ୍କ ଭାଗ୍ୟ ମଧ୍ୟ ଖରାପ- ଏ କଥା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି।

ନିର୍ବାଚନ ପୂର୍ବରୁ ବିଜେପିର ଗୋଟିଏ ନାରାକୁ ଆମେ ବିଚାରକୁ ନେଇ ପାରିବ।। “ମାଫ କରୋ ମହାରାଜ, ଅପନେ ତୋ ଶିବରାଜ”, ଏହି ନାରା ଦେଇ ସାରା ରାଜ୍ୟରେ ଗେରୁଆ ଦଳ ନିର୍ବାଚନ ପ୍ରଚାର କଲା। ରାଜ ପରିବାରକୁ ସଂଯୋଗ କରୁଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉଦ୍ଦେଶ୍ୟରେ ଏହି ନାରା ଦିଆଯାଇଥିଲା। ସମ୍ଭବତଃ ରାଜ୍ୟବାସୀ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଥାଇ ପାରନ୍ତି ବୋଲି ଏହି ଆଧାରରେ ବିଜେପି ଏହି ନାରା ଦେଇଥିବା କୁହାଯାଇପାରେ।

କିନ୍ତୁ ସର୍ବଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କମଲନାଥ ହେଲେ ମୁଖ୍ୟମନ୍ତ୍ରୀ। ଦୀର୍ଘ ସମୟର ହାଇଡ୍ରାମା ପରେ ସିନ୍ଧିଆଙ୍କ ନାମକୁ ବାଦ୍‌ ଦେଇ କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ କରିଦିଆଗଲା।

ଠିକ୍‌ ଏମିତି ହୋଇଥିଲା ୩୦ ବର୍ଷ ତଳେ

ଜାନୁୟାରୀ ୧୯୮୯। ଚୁରହଟ୍‌ ଲଟେରୀ କେଳେଙ୍କାରୀ ଘଟଣାରେ ମୁଖ୍ୟମନ୍ତ୍ରୀ ଅର୍ଜୁନ୍‌ ସିଂହଙ୍କୁ ଗାଦି ଛାଡ଼ିବାକୁ ପଡ଼ିଥିଲା। ଏହାପରେ ଚର୍ଚ୍ଚାକୁ ଆସିଲେ ସେ ସମୟରେ ସବୁଠାରୁ କ୍ଷମତାଶାଳୀ ରାଜନେତା ବୋଲାଉଥିବା ମାଧବରାୱ ସିନ୍ଧିଆ। ଏପରିକି ରାଜୀବ ଗାନ୍ଧୀ ମଧ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଏ କଥା ଚାହୁଁଥିଲେ। ହେଲେ ଅର୍ଜୁନ୍‌ ସିଂହଙ୍କ ଚାପର ବଶବର୍ତ୍ତୀ ହୋଇ କଂଗ୍ରେସ ହାଇକମାଣ୍ଡ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ କ୍ଲିନ୍‌ ଚିଟ୍‌ ଦେଇ ନ ଥିଲେ।

ଅର୍ଜୁନ୍‌ ସିଂହଙ୍କ ସମର୍ଥକ ହରବଂଶ ସିଂହଙ୍କ ଭୋପାଲସ୍ଥିତ ବଙ୍ଗଳାରେ ଏ ନେଇ ବୈଠକ ବସିଲା। ଏହି ବୈଠକ ଜରିଆରେ ଅର୍ଜୁନ୍‌ ସିଂହ ତାଙ୍କ ପ୍ରତି ବିଧାୟକମାନେ ଯେ ଆନୁଗତ୍ୟ ରଖିଛନ୍ତି, ତାହା ଜଣାଇବାକୁ ଚାହୁଁଥିଲେ ଓ ଏଥିରେ ସେ ସଫଳ ମଧ୍ୟ ହୋଇଥିଲେ।

ଜନସମର୍ଥନ ଦୃଷ୍ଟିରୁ ଆପାତତଃ ମୁଖ୍ୟମନ୍ତ୍ରୀ ହେବାର ଆଶା ନେଇ ମାଧବରାୱ ଦିଲ୍ଲୀରୁ ତୁରନ୍ତ ଭୋପାଲ ଚାଲି ଆସିଲେ। ଏପରିକି ୨ ଦିନ ପର୍ଯ୍ୟନ୍ତ ସେ ଏଠାରେ ରହିଲେ। ଅର୍ଜୁନ୍‌ଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ହିଁ ପ୍ରଥମ ଓ ଶ୍ରେଷ୍ଠ ଦାବିଦାର ଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଅର୍ଜୁନ୍‌ଙ୍କ ଚାପରେ ପଡ଼ି କଂଗ୍ରେସ ନେତୃତ୍ୱ ସିନ୍ଧିଆଙ୍କ ନାଁକୁ ବାଦ୍‌ ଦେଇ ମୋତିଲାଲ ଭୋରାଙ୍କ ନାଁକୁ ଆଗକୁ ଆଣିଥିଲେ ଓ ସେ ହିଁ ହେଲେ ମୁଖ୍ୟମନ୍ତ୍ରୀ।

ଇତିହାସର ପୁନରାବୃତ୍ତି

ଏହି ଘଟଣାକୁ ୨୯ ବର୍ଷ ବିତିଯାଇଛି। ଇତି ମଧ୍ୟରେ ମାଧବରାୱ ମଧ୍ୟ ଇହଲୀଳା ସମ୍ବରଣ କରିଛନ୍ତି। ହେଲେ ଯୁବନେତା ଭାବେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୃଢ଼ ଦାବିଦାର ଥିବା ତାଙ୍କ ସୁପୁତ୍ର ଜ୍ୟୋତିରାଦିତ୍ୟ ହାଇକମାଣ୍ଡଙ୍କ ଅନିଚ୍ଛା କାରଣରୁ ମୁଖ୍ୟମନ୍ତ୍ରୀ ହୋଇପାରି ନାହାନ୍ତି।

ରାଜନୀତିକ ଦୃଷ୍ଟିକୋଣରୁ କଂଗ୍ରେସ ଦଳ ଚତୁରତାର ସହ ଗୋଟି ଚାଳନା କରିଛି ବୋଲି କୁହାଯାଇପାରେ। କାରଣ ଏହାଦ୍ୱାରା ୨ ପକ୍ଷଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରାଯାଇଛି। ଜ୍ୟୋତିରାଦିତ୍ୟ ମୁଖ୍ୟମନ୍ତ୍ରୀ ହୋଇ ନ ଥିଲେ ମଧ୍ୟ ଦଳ ପାଇଁ ସେ ଏକ ପ୍ରମୁଖ ଭୂମିକାରେ ରହିଛନ୍ତି। ଅନ୍ୟପଟେ କମଲନାଥଙ୍କ ଭଳି ଜଣେ ବିଚକ୍ଷଣ ରାଜନେତାଙ୍କୁ ସତ୍ତା ସମର୍ପଣ କରି ଦୀର୍ଘ ୧୫ ବର୍ଷ ପରେ ରାଜ୍ୟରେ ନିଜ ସ୍ଥିତି ସୁଧାରିବାକୁ ଅସ୍ତ୍ର ପ୍ରୟୋଗ କରିଛି କଂଗ୍ରେସ୍‌। କିନ୍ତୁ ଏ କଥା ମଧ୍ୟ ଆଲୋଚନା ହେଉଛି ଯେ ସଚିନ ପାଇଲଟ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭଳି ଦୁଇଜଣ ପ୍ରତିଭାବାନ ଓ ଲୋକପ୍ରିୟ ଯୁବନେତା ଯେପରି ଭବିଷ୍ୟତରେ ରାହୁଲଙ୍କ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ନ ହେବେ, ସେଥିପାଇଁ ଜାଣିଶୁଣି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବଞ୍ଚିତ କରାଯାଇଛି।



from Odisha Reporter https://ift.tt/2UMmbeB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages