ଅଷ୍ଟ୍ରେଲିଆକୁ ଘାଣ୍ଟି ଦେଲେ, ରୋମାଞ୍ଚକର ସ୍ଥିତିରେ ପ୍ରଥମ ଟେଷ୍ଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ଅଷ୍ଟ୍ରେଲିଆକୁ ଘାଣ୍ଟି ଦେଲେ, ରୋମାଞ୍ଚକର ସ୍ଥିତିରେ ପ୍ରଥମ ଟେଷ୍ଟ୍

india

ଏଡିଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ଭାରତ ପ୍ରଥମ ଇନିଂସରେ ୨୫୦ ରନ୍‌ରେ ଅଲ୍ ଆଉଟ୍ ହୋଇଥିବା ବେଳେ ଅଷ୍ଟ୍ରେଲିଆ ମାତ୍ର ୨୩୫ ରନ୍ କରିଛି। ଆଜି କି ମିଶାଇ ଆହୁରି ତିନି ଦିନ ମ୍ୟାଚ୍ ହେବାକୁ ଥିବା ବେଳେ ଉଭୟ ଦଳ ପାଖରେ ମ୍ୟାଚ୍ ଜିତିବାର ସୁଯୋଗ ରହିଛି। ତେଣୁ ଆଜିଠାରୁ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିପାରେ।

ଗତକାଲି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୧୯୧ ରନ୍ କରିଥିଲା। ଆଜି ଦଳ ସ୍କୋର ବୋର୍ଡରେ ଆଉ ୪୪ ରନ୍ ଯୋଡ଼ି ବାକି ସମସ୍ତ ୱିକେଟ୍ ହରାଇଥିଲା। ଗତକାଲି ୬୧ ରନ୍ କରି ଅପରାଜିତ ଥିବା ଟ୍ରାଭିସ୍ ହେଡ୍ ଆଜି ୭୨ ରନ୍‌ରେ ଆଉଟ୍ ହୋଇଥିଲେ।

ଆଜି ୯୧.୪ ଓଭରରେ ପ୍ରଥମେ ମିଚେଲ୍ ଷ୍ଟାର୍କ ଆଉଟ୍ ହୋଇଥିଲେ। ସେ ମାତ୍ର ୧୫ ରନ୍ କରିଥିଲେ। ୯୮.୩ ଓଭରରେ ହେଡ୍ ଆଉଟ୍ ହୋଇଥିଲେ। ମହମ୍ମଦ ଶାମିଙ୍କ ବଲ୍‌ରେ ୱିକେଟ୍ କିପର ଋଷଭ ପନ୍ତଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ହାଜେଲ୍ଉଡ୍ ଶୂନରେ ଆଉଟ୍ ହୋଇଥିବା ବେଳେ ନାଥନ ଲିଅନ ୨୪ ରନ୍ କରି ଅପରାଜିତ ରହିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ହେଡ୍‌ଙ୍କୁ ଛାଡ଼ି ଦେଲେ ଆଉ କୌଣସି ବ୍ୟାଟ୍ସମ୍ୟାନ୍ ଅର୍ଦ୍ଧଶତକ କରିପାରି ନାହାନ୍ତି। ତାଙ୍କ ପଛକୁ ସର୍ବାଧିକ ରନ୍ କରିଥିଲେ ପିଟର ହ୍ୟାଣ୍ଡସ୍କମ୍ବ। ସେ ୯୩ ବଲ୍ରୁ ୩୪ ରନ୍ କରିଥିଲେ। ଓପନର୍ ଆରୋନ୍ ଫିଞ୍ଚ୍ ଶୂନରେ ଆଉଟ୍ ହୋଇଥିବା ବେଳେ ଅଧିନାୟକ ଟିମ୍ ପାଇନ୍ ୫ ରନ୍ କରିଥିଲେ। ମାର୍କସ୍ ହ୍ୟାରିସ୍ ୨୬ ଓ ଉସ୍‌ମାନ୍‌ ଖ୍ୱାଜା ୨୮ ରନ୍ କରିଥିଲେ।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ୍ ଓ ଯଶପ୍ରୀତ ବୁମ୍ରା ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ଇଶାନ୍ତ ଶର୍ମା ଓ ମହମ୍ମଦ ଶାମି ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

ପ୍ରଥମ ଇନିଂସରେ ଚେତେଶ୍ୱର ପୂଜାରାଙ୍କ ୧୨୩ ରନ୍ ବଳରେ ଭାରତ ପ୍ରଥମ ଇନିଂସରେ ୨୫୦ ରନ୍ କରିଥିଲା।

ଆହୁରି ପଢ଼ନ୍ତୁ- ଏଡିଲେଡ୍‌ ଟେଷ୍ଟ୍‌: ଦ୍ୱିତୀୟ ଦିନରେ ଲଢ଼ିଲେ ହେଡ୍‌, ଜଲୱା ଦେଖାଇଲେ ଅଶ୍ୱିନ



from Odisha Reporter https://ift.tt/2SCIKAL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages