
ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ୍। ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମ୍ସିଜି)ରେ ଏହି ମ୍ୟାଚ୍ ଖେଳା ଯାଉଛି।
ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଶେଷ ଖବର ଲେଖାଯିବା ସୁଦ୍ଧା ଭାରତ ଗୋଟିଏ ୱିକେଟ୍ ହରାଇ ୬୧ ରନ୍ କରିଛି। ଲଞ୍ଚ୍ ସୁଦ୍ଧା ଦଳ ଗୋଟିଏ ୱିକେଟ୍ ହରାଇ ୫୭ ରନ୍ କରିଥିଲା।
ଏହି ମ୍ୟାଚ୍ ପାଇଁ ଟିମ୍ରେ ମୁରଲୀ ବିଜୟ ଓ କେ.ଏଲ୍ ରାହୁଲଙ୍କୁ ସାମିଲ କରାଯାଇ ନାହିଁ। ଏହି ଯୋଡ଼ି ବଦଳରେ ଆଜି ମ୍ୟାଚ୍ ଓପନ୍ କରିଥିଲେ ହନୁମା ବିହାରୀ ଓ ମୟଙ୍କ ଅଗ୍ରୱାଲ୍। ତେବେ ହନୁମା ବିହାରୀ ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ୬୬ ବଲ୍ ଖେଳି ୮ ରନ୍ କରିଥିଲେ। ପ୍ୟାଟ୍ କମିନ୍ସଙ୍କ ଏକ ବଲ୍ରେ ସେ ଆରୋନ୍ ଫିଞ୍ଚଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।
ମୟଙ୍କ ଅଗ୍ରୱାଲ୍ ଓ ଚେତେଶ୍ୱର ପୂଜାରା କ୍ରିଜ୍ରେ ଅଛନ୍ତି। ମୟଙ୍କ ଆଜି ଏମ୍ସିଜିରେ ତାଙ୍କ ଟେଷ୍ଟ୍ ଡେବ୍ୟୁ କରିଛନ୍ତି।
ଏହି ମ୍ୟାଚ୍ରେ ରୋହିତ ଶର୍ମା ମଧ୍ୟ ଖେଳୁଛନ୍ତି।
from Odisha Reporter http://bit.ly/2ER6G0p
No comments:
Post a Comment